ବଡ଼ଯାତ୍ରା: ମାଉଲି ମା’ ପୀଠରେ ବଡ଼ଠାକୁର

ମାଲକାନଗିରି,୯ା୩(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲାରେ କାହିଁ କେଉଁକାଳରୁ ପାଳନ ହୋଇଆସୁଛି ‘ବଡ଼ଯାତ୍ରା’। ପ୍ରତି ୨ ବର୍ଷରେ ଥରେ ପାଳନ ହେଉଥିବା ଏହି ଯାତ୍ରା ପ୍ରାୟ ୧ ମାସ ଧରି ବିଭିନ୍ନ ନୀତିକାନ୍ତିରେ ଆରମ୍ଭ ହୋଇଛି। ବଡ଼ଯାତ୍ରା ପାଇଁ ଆନ୍ଧ୍ରସ୍ଥିତ ତାଡ଼କାରେଉ କୁଣ୍ଡରେ ୩ ଠାକୁର କାନମରାଜୁ, ବାଲରାଜୁ, ପୋତରାଜୁ ଓ ମା’ ମୁତିୟାଲୁ ଆମ୍ମାଙ୍କୁ ସ୍ନାନ ପରେ ମାଲକାନଗିରି ଅଭିମୁଖେ ଅଣାଯାଇଛି। ବିମାନ ଯୋଗେ ଠାକୁରଙ୍କୁ ପ୍ରାୟ ୧୦୦ କି.ମି. ବାଟ ଭକ୍ତମାନେ ଆଣିବା ପରେ ଶନିବାର ଠାକୁର ମାଲକାନଗିରି ଜିଲା ସଦରସ୍ଥିତ କନ୍ୟାମାଝି ବନ୍ଧ ପୀଠରେ ପହଞ୍ଚି ଥିଲେ। ଫଳରେ ସକାଳୁ ଉତ୍ସବମୁଖର ହୋଇପଡ଼ିଛି ମାଲକାନଗିରି ସହର।

ତମସା ନଦୀକୂଳରୁ ଭକ୍ତମାନେ ଶୋଭାଯାତ୍ରାରେ କନ୍ୟାମାଝି ପୂଜାମଣ୍ଡପ ନିକଟରେ ଠାକୁରଙ୍କ ବିମାନ ପହଞ୍ଚାଇ ଥିଲେ। ପରେ ପାଟପୂଜାରୀ, ପୂଜାକମିଟି ସଭାପତି, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ, ପୂଜା କମିଟିର ସଦସ୍ୟମାନେ ରାଜଭୋଗ ଲଗାଇବା ପରେ ଠାକୁରଙ୍କୁ ମଣ୍ଡପକୁ ପ୍ରବେଶ କରାଇଥିଲେ।

କାଳିଶି ନୃତ୍ୟ ସାଙ୍ଗକୁ ଦିଶାରି, ପୂଜାରୀ ଓ ଗୁଣିଆ ଲାଠିଧାରୀଙ୍କ ନାଟବେଶ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଅବସରେ ପୋଲିସ ପ୍ରଶାସନ, ସତ୍ୟସାଇ ସେବା ସଂସ୍ଥା, ଶିବାନନ୍ଦ ଆଶ୍ରମ, ଜୟ ମାଲକାନଗିରି ସହ କେତକ ସ୍ବଚ୍ଛାସେବୀ ଅନୁଷ୍ଠାନ, ଯୁବକ ସଂଘ ପକ୍ଷରୁ ସମସ୍ତ ଭକ୍ତଙ୍କ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ।

ଓଡିଶା, ଆନ୍ଦ୍ର, ତେଲଙ୍ଗାନା ଓ ଛତିଶଗଡରୁ ଭକ୍ତମାନେ ଏହି ପୂଜାରେ ସାମିଲ ହୋଇଥିଲେ। ଶନିବାର ରାତିରେ ବଡ ଠାକୁରଙ୍କ ବିମାନକୁ ଶୋଭାଯାତ୍ରାରେ କନ୍ୟାମାଝି ବନ୍ଧ ପାଖରୁ ମାଣ୍ଡିଆଭଟା ମଣ୍ଡପ ନିକଟକୁ ନିଆଯାଇ ରାତି ରହଣି ପରେ ରବିବାର ମାଣ୍ଡିଆ ଭଟ୍ଟାରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ।

ପରେ ସନ୍ଧ୍ୟାରେ ପଟୁଆରରେ ବାହାରି ସହର ମଧ୍ୟରେ ଥିବା ମା’ ମାଉଲି ମନ୍ଦିର ସିଂହଦ୍ୱାର ନିକଟରେ ମଙ୍ଗଳବାର ରାତି ୧୨ ଟା ପର୍ଯ୍ୟନ୍ତ ପୂଜା ପାଇ ମୂଖ୍ୟ ପୂଜାରୀଙ୍କ ସହ ସ୍ବସ୍ଥାନକୁ ଫେରିଯିବା କାର୍ଯକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri