Categories: ଜାତୀୟ

୯୪ ବର୍ଷରେ ପ୍ରାର୍ଥିପତ୍ର ଦାଖଲ କଲେ ବାଦଲ

ଚଣ୍ଡିଗଡ଼,୧।୨: ଫେବୃୟାରୀ ୨୦ରେ ଅନୁ୍‌ଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ସୋମବାର ଲାମ୍ବି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାରେ ୯୪ ବର୍ଷୀୟ ବାଦଲ ଦେଶର ସବୁଠୁ ବୟସ୍କ ବ୍ୟକ୍ତି। ୫ ଥର ମୁଖ୍ୟମନ୍ତ୍ରୀ ଥିବା ବାଦଲ ମୁକ୍ତସାର ଜିଲାର ମାଲୌଟ୍‌ ରିଟର୍ନିଂ ଫିସରଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍‌. ଅଚ୍ୟୁତାନନ୍ଦନ ୯୨ ବର୍ଷରେ ୨୦୧୬ ବିଧାନସଭା ନିର୍ବାଚନ ଲଢ଼ିଥିବାବେଳେ ବାଦଲ ତାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ସେ ୧୯୯୭ରୁ ୧୧ ଥର ବିଧାନସଭାକୁ ନିର୍ବାଚିତ ହେଲେଣି। ଅନ୍ୟପକ୍ଷରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ସୋମବାର ପଟିଆଲା ଅର୍ବାନ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ଭାଜପା ପଞ୍ଜାବ ପ୍ରଦେଶ ନିର୍ବାଚନ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ଯାଇଥିଲେ।

Share