ଆଜି ବଡ଼ଓଷା: ବିନା ଭକ୍ତରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଆଜି ହେଉଛି ବଡ଼ଓଷା। ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ବାବା ଧବଳେଶ୍ୱର। ଭୋରରୁ ସମସ୍ତ ନୀତିକାନ୍ତି ସହ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା। ମଙ୍ଗଳ ଆଳତି ପରେ ପହଡ ଖୋଲାଯାଇଥିଲା। ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଇଁ ପୀଠରେ ୧୪୪ ଧାରା ଜାରି ହୋଇଛି । ଏ ନେଇ ବିନା ଭକ୍ତରେ ପାଳନ ହେଉଛି ବଡ଼ଓଷା। ଆଜି ପୂଜକଙ୍କ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଇ ମଧ୍ୟରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ। ଏହି ଗଜଭୋଗ ପାଇଁ ପୂଜକଙ୍କ ପରିବାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।