ଗଣତନ୍ତ୍ର ପାଇଁ ଅଶୁଭ

ଭାରତ ଓ ଚାଇନା ମଧ୍ୟରେ ୧୯୬୨ ଯୁଦ୍ଧ ପରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ଟଣାଯାଇଥିଲା। ଏଲ୍‌ଏସି ଥିଲେ ମଧ୍ୟ ଦୁଇ ଦେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ସୀମା ବିବାଦ ଲାଗି ରହିଛି। ଭାରତ ପୂରା ଅକ୍ସାଇ ଚୀନ୍‌କୁ ଦାବି କରୁଥିବା ବେଳେ ଚାଇନା ଅରୁଣାଚଳ ପ୍ରଦେଶକୁ ନିଜର ବୋଲି କହୁଛି। ୧୯୯୩ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିରେ ଏଲ୍‌ଏସିକୁ ବୈଧ ଭାବେ ସମ୍ମାନ ଦେବା ଲାଗି ଉଭୟ ରାଷ୍ଟ୍ର ସ୍ବୀକାର କରିଥିଲେ ମଧ୍ୟ ତା’ପରଠାରୁ ଚାଇନା ବହୁବାର ଉତ୍ତେଜନା ସୃଷ୍ଟି କରିଆସିଛି। ବିଶେଷକରି ୨୦୧୩ରେ ଏଲ୍‌ଏସିରେ ଉତ୍ତେଜନା ପ୍ରକାଶ ପାଇବା ପରେ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ଘଟିବ, ସେଥିପାଇଁ ଉଭୟ ରାଷ୍ଟ୍ର ମଧ୍ୟରେ ସୀମା ସୁରକ୍ଷା ସହଯୋଗ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ତେବେ ୧୫ ଜୁନ୍‌ ୨୦୨୦ରେ ଚାଇନା ଓ ଭାରତ ମଧ୍ୟରେ ଗଲଓ୍ବାନଘାଟିରେ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। ଚାଇନାର ଅନୁପ୍ରବେଶକୁ ରୋକିବାକୁ ଯାଇଥିବା ଯବାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ହାତରେ ପିଟି ହତ୍ୟା କରାଯାଇଥିଲା। ସେପଟେ ଚାଇନାର ୪୫ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ପ୍ରତିପକ୍ଷ ବହୁବିଳମ୍ବରେ ସ୍ବୀକାର କରିଥିବାବେଳେ ଭାରତ ପକ୍ଷରୁ ଏହି ସଂଖ୍ୟା ୬୦ ବୋଲି ଦାବି କରାଯାଇଥିଲା। ହେଲେ ଉଭୟ ପଟର କେତେ ଜଣ ମରିଥିଲେ ସେ ସଂକ୍ରାନ୍ତରେ ଏବେ ମଧ୍ୟ ସ୍ପଷ୍ଟ ଖବର ନାହିଁ। ଏଲ୍‌ଏସିରେ ଉତ୍ତେଜନା ଲାଗି ରହିଥିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡିସେମ୍ବର ୨୦୨୨ରେ ଭାରତ ଯୋଡ଼ୋ ଯାତ୍ରା ବେଳେ କହିଥିଲେ ଯେ, ଭାରତର ୨୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଚାଇନା ମାଡ଼ିବସିଛି । ତେବେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୀମା ସଡ଼କ ସଙ୍ଗଠନ(ବିଆର୍‌ଓ) ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଲକ୍ଷ୍ମୌ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ। ୪ ଅଗଷ୍ଟ ୨୦୨୫ରେ ସୁପ୍ରିମକୋର୍ଟ ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରି ପଚାରିଛନ୍ତି ଯେ, ଆପଣ କିଭଳି ଜାଣିଲେ ଭାରତର ୨୦୦୦ ବର୍ଗ କିଲୋମିଟର ଚାଇନା ମାଡ଼ିବସିଛି। ଆପଣଙ୍କ ପାଖରେ ସେଭଳି ବିଶ୍ୱସନୀୟ ପ୍ରମାଣ ଦେବାର ଭରସାଯୋଗ୍ୟ ଉତ୍ସ ଅଛି କି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି । ଆପଣ ଯଦି ଜଣେ ପ୍ରକୃତ ଭାରତୀୟ ହୋଇଥାଆନ୍ତେ, ତେବେ ଏଭଳି କହି ନ ଥାନ୍ତେ। ଏହାସହ ଶୀର୍ଷ କୋର୍ଟ କହିଛନ୍ତି ଯେ, ଆପଣ ଏ ବିଷୟ ପାର୍ଲାମେଣ୍ଟରେ କାହିଁକି ଉଠାଇନାହାନ୍ତି। ସଂସଦରେ ନ କହି ସୋସିଆଲ ମିଡିଆରେ କାହିଁକି ପୋଷ୍ଟ କରିଥିଲେ ବୋଲି ସୁପ୍ରିମକୋର୍ଟ ରାହୁଲଙ୍କୁ ପଚାରିିଛନ୍ତି। ଏଥିସହିତ ବିଚାରପତି କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ବାଧୀନତା ଅର୍ଥ ନୁହେଁ ଯେ ଜଣେ ଦାୟିତ୍ୱବାନ ବିରୋଧୀ ଦଳ ନେତା ଏଭଳି ସବୁ କରିବେ।
ଦେଖିବାକୁ ଗଲେ ରାହୁଲଙ୍କ ପ୍ରତି ସୁପ୍ରିମକୋର୍ଟ ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ତାହାର ପ୍ରାସଙ୍ଗିକତା ରହିଛି। ଜଣେ ବିରୋଧୀ ଦଳ ନେତା ଭାବେ ସେ ବିଭିନ୍ନ ପ୍ରସଙ୍ଗରେ ରାଜନୀତି କରିବାକୁ ଖୁଣି ହେବ ନାହିଁ। କିନ୍ତୁ ଜାତୀୟ ନିରାପତ୍ତା ଓ ଆଞ୍ଚଳିକ ଅଖଣ୍ଡତାକୁ ବ୍ୟାହତ କଲା ଭଳି ମନ୍ତବ୍ୟ ଦେବା ଦେଶଦ୍ରୋହ ଭାବେ ବିଚାର କରାଯାଏ। ରାହୁଲଙ୍କ ସମସ୍ୟା ହେଲା ସେ ସରକାରଙ୍କ ଭୁଲ୍‌ ନୀତି ଓ ପଦକ୍ଷେପକୁ ସମାଲୋଚନା କରିବାକୁ ଯାଇ ଯେଉଁ ପ୍ରକାରର ମତ ଦେଉଛନ୍ତି, ତାହା ରାଜନୈତିକ ପ୍ରତିପକ୍ଷ ପରିବର୍ତ୍ତେ ସମଗ୍ର ଦେଶ ବିରୋଧରେ ଚାଲିଯାଉଛି। ଯଦି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା କିମ୍ବା ଆର୍‌ଏସ୍‌ଏସ୍‌ ବିରୋଧରେ ମତ ପ୍ରକାଶ କରୁଥାଆନ୍ତେ, ତେବେ ତାହା ଏକ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତିର ପରିଚୟ ଦେଇଥାଆନ୍ତା। କିନ୍ତୁ ଚାଇନା ଏକ ବିରାଟ ଅଞ୍ଚଳକୁ ନିଜ ଦଖଲକୁ ନେଇଗଲାଣି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିବା ‘ଭାରତୀୟ ମୃତ ଅର୍ଥନୀତି’ ସତ୍ୟ ବୋଲି କହିବା ଫଳରେ ତାଙ୍କର ଦେଶ ପ୍ରତି ଆଭିମୁଖ୍ୟ ସନ୍ଦେହ ଘେରକୁ ଚାଲିଆସୁଛି। କେବଳ ଏବର କଥା ନୁହେଁ, ତାଙ୍କ ଦଳ ନେତୃତ୍ୱାଧୀନ ଉପା-୨ ସରକାର ସମୟରେ ରାହୁଲ ନିଜେ ଯେଉଁଭଳି ଭାବେ ମନମୋହନ ସିଂଙ୍କ ଦ୍ୱାରା ଆଗତ ‘ରିପ୍ରେଜେଣ୍ଟେଶନ ଅଫ୍‌ ଦି ପିପୁଲ (ସେକେଣ୍ଡ୍‌ ଆମେଣ୍ଡମେଣ୍ଟ ଆଣ୍ଡ୍‌ ଭାଲିଡେଶନ), ବିଲ୍‌ ୨୦୧୩ର ଅଧ୍ୟାଦେଶକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଚିରି ଅସମ୍ମାନିତ କରିଥିଲେ, ସେବେଠାରୁ ସେ ତାଙ୍କର ରାଜନୈତିକ ଅପରିପକ୍ୱତାର ପ୍ରମାଣ ଦେଇଆସୁଛନ୍ତି।
ସୁପ୍ରିମକୋର୍ଟଙ୍କ ଦ୍ୱାରା ଯେଉଁଭଳି ଭାବେ ରାହୁଲଙ୍କୁ ଭର୍ତ୍ସନା କରାଯାଇଛି, ତାହା ଅନେକ ଚିନ୍ତାଶୀଳ ଭାରତୀୟଙ୍କୁ ବ୍ୟସ୍ତ ମଧ୍ୟ କରିଛି। ଆଜିର ଭାରତରେ ଏକ ସୁସ୍ଥ ବିରୋଧୀ ଦଳର ଅତ୍ୟନ୍ତ ଆବଶ୍ୟକତା ଥିବା ବେଳେ ମୁଖ୍ୟ ବିରୋଧୀ ଦଳ-କଂଗ୍ରେସର ସର୍ବୋଚ୍ଚ ନେତାଙ୍କ ଏହିଭଳି ଖାମଖିଆଲ ଓ ପିଲାଳିଆମି ଦେଶବାସୀଙ୍କୁ ଦୁଃଖ ଆଣିଦେଇଛି। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଶୁଭ ହୋଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri