ଜୁନ୍‌ରେ ଆରମ୍ଭ ହୋଇପାରେ ବ୍ୟାଡ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ନ୍ୟାଶନାଲ ଆସେଟ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଲିମିଟେଡ(ଏନ୍‌ଏଆର୍‌ସିଏଲ୍‌) ବା ବ୍ୟାଡ୍‌ ବ୍ୟାଙ୍କ ଚଳିତବର୍ଷ ଜୁନଠାରୁ କାର୍ଯ୍ୟ ଆରମ୍ଭ କରିପାରେ। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନର ସିଇଓ ସୁନୀଲ ମେହେଟ୍ଟା ଏ ସମ୍ପର୍କରେ ରବିବାର ସୂଚନା ଦେଇଛନ୍ତି। ଆର୍ଥତ୍କବର୍ଷ ୨୦୨୧-୨୨ ବଜେଟ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ବ୍ୟାଙ୍କରେ ଫସି ରହିଥିବା ଋଣ ଏବଂ ଅନାଦାୟ ସମ୍ପତ୍ତିକୁ ନିଜ ପରିସରକୁ ନେଇ ଏହାର ସମାଧାନ କରୁଥିବା ଆର୍ଥତ୍କ ଅନୁଷ୍ଠାନକୁ ବ୍ୟାଡ୍‌ ବ୍ୟାଙ୍କ କୁହାଯାଇଥାଏ। ଏକ ନ୍ୟୁଜ ଏଜେନ୍ସି ସହ ସାକ୍ଷାତ୍‌କାର ବେଳେ ମେହେଟ୍ଟା କହିଛନ୍ତି, ବ୍ୟାଡ୍‌ ବ୍ୟାଙ୍କର ସ୍ଥାପନା ସରକାରୀ ଏବଂ ଘରୋଇ ବ୍ୟାଙ୍କର ସହଭାଗିତାରେ ହେବ। ଏହି ବ୍ୟାଙ୍କ ସ୍ଥାପନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଆସନ୍ତା ମାସରେ ଏହା କାର୍ଯ୍ୟ ଆରମ୍ଭ କରିବା ନେଇ ଆଶା ରହିଛି ବୋଲି ମେହେଟ୍ଟା କହିଛନ୍ତି।
ସାରା ଦେଶରେ ବ୍ୟାଙ୍କଗୁଡ଼ିକର ଏନ୍‌ପିଏକୁ ଏକତ୍ର କରିବା ବ୍ୟାଡ୍‌ ବ୍ୟାଙ୍କର ପ୍ରମୁଖ କାର୍ଯ୍ୟ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏନ୍‌ପିଏ ଅସୁଲ କରିବା ଦିଗରେ ଏହି ବ୍ୟାଙ୍କ ବେଶ୍‌ ଯୋଗଦାନ ରଖିବ ବୋଲି ଆଶା କରାଯାଉଛି। ଏଭଳି ପ୍ରମୁଖ କାରଣ ଲାଗି ଏଥିରେ ବିଭିନ୍ନ ବ୍ୟାଙ୍କ ଯୋଡ଼ି ହେବେ। ବର୍ତ୍ତମାନ ବ୍ୟାଙ୍କଗୁଡ଼ିକ ଲାଗି ଅନାଦାୟ ସମ୍ପତ୍ତି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ବ୍ୟାଙ୍କଗୁଡ଼ିକ ପକ୍ଷରୁ ଘୋଷଣା ହୋଇଥିବା ଏନ୍‌ପିଏ ସମ୍ପତ୍ତିକୁ ଏହି ବ୍ୟାଙ୍କ ଟେକ୍‌ ଓଭର କରିବ। ଏହି ସମ୍ପତ୍ତି କିଭଳି ବିକ୍ରି ହେବ ସେ ନେଇ ମଧ୍ୟ ବ୍ୟାଡ୍‌ ବ୍ୟାଙ୍କ ପଦକ୍ଷେପ ଘୋଷଣା କରିବ। ସେହିଭଳି ଅନ୍ୟ ଆସେଟ ରିକନ୍‌ଷ୍ଟ୍ରକଶନ କମ୍ପାନୀଗୁଡିକୁ ଏନ୍‌ପିଏ କ୍ରୟ କରିବା ଲାଗି ମଧ୍ୟ ଆମନ୍ତ୍ରଣ କରାଯିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚଳିତବର୍ଷ ଫେବୃୟାରୀ ପହିଲାରେ ଦେଶର ଉତ୍କଟ ହୋଇଥିବା ଏନ୍‌ପିଏ ସମସ୍ୟା ସମାଧାନ ପାଇଁ ଏକ ବ୍ୟାଡ୍‌ ବ୍ୟାଙ୍କ ଗଠନ ସମ୍ପର୍କରେ ଘୋଷଣା କରିଥିଲେ। ଏହା ଆସେଟ ରିକନଷ୍ଟ୍ରକଶନ କମ୍ପାନୀ(ଏଆର୍‌ସି) ଏବଂ ଆସେଟ ମ୍ୟାନେଜମେଣ୍ଟ(ଏଏମ୍‌ସି) ଭଳି ସ୍ଥାପନା ହେବ। ବ୍ୟାଙ୍କିଙ୍ଗ କ୍ଷେତ୍ର ଏନ୍‌ପିଏକୁ ପ୍ରଫେଶନାଲ ଭାବେ ସମାଧାନ କରିବା ଦିଗରେ ଏହା କାର୍ଯ୍ୟ କରିବ। ଏନ୍‌ପିଏକୁ ଠିକ୍‌ ଭାବେ ସମାଧାନ କରିବା ଲାଗି ଏକ ବ୍ୟାଡ୍‌ ବ୍ୟାଙ୍କ ଦେଶ ମଧ୍ୟରେ ସ୍ଥାପନ କରାଯାଉ ବୋଲି ଆଇବିଏ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଅପରପକ୍ଷରେ ଠକେଇ ହୋଇଥିବା ଋଣକୁ ବ୍ୟାଡ୍‌ ବ୍ୟାଙ୍କକୁ ଦିଆଯିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ ଲକ୍ଷ ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri