ଭାଇରସ୍‌କୁ ପ୍ରତିହତ କରିବ ବ୍ୟାକ୍ଟେରିଆ

ଅନେକ ସମୟରେ ଆମେ ବ୍ୟାକ୍ଟେରିଆ କିମ୍ବା ଭାଇରସ୍‌ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ। ହେଲେ ଭାରଇସକୁ ପ୍ରତିହତ କରିବାକୁ ଡର୍‌ହାମ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ୱାରା ଏକ ପ୍ରକାର ବ୍ୟାକ୍ଟେରିଆ ନିକଟରେ ଉଦ୍ଭାବିତ ହୋଇଛି। କେବଳ ସେତିକି ନୁହେଁ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଅନେକାଂଶରେ ସହାୟକ ହୋଇଥାଏ। ଉକ୍ତ ନୂତନ ପ୍ରଣାଳୀ ‘ବ୍ରୁକ୍ସ’କୁ ପ୍ରୟୋଗ କରିବା ସମୟରେ ବାୟୋଟେକ୍ନୋଲୋଜିର ଜିନ୍‌ ଏଡିଟିଂ ନାମକ ଏକ ମାଧ୍ୟମ ଦ୍ୱାରା ଆମ ଶରୀରରେ ଥିବା ଡି.ଏନ୍‌.ଏ.କୁ ଶକ୍ତ କରାଯାଏ। ଫଳରେ ଏଥିରେ ଥିବା ବ୍ୟାକ୍ଟେରିଆମାନେ ମଧ୍ୟ ଶକ୍ତ ହୋଇଉଠନ୍ତି। ସେହି ସମୟରେ ନୂଆ ବ୍ୟାକ୍ଟେରିଆ ଏବଂ ଭାଇରସ୍‌ ମଧ୍ୟରେ ସଂଘର୍ଷ ହୁଏ। ଏହାଦ୍ୱାରା ଭାଇରସ୍‌ ସଂକ୍ରମଣକୁ ଏପରି ବ୍ୟାକ୍ଟେରିଆ ପ୍ରତିହତ କରିବାରେ ସକ୍ଷମ ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।