Posted inଜାତୀୟ

ବ୍ୟାକ୍ଟେରିଆ ନାମ ‘ଟାଗୋର’

କୋଲକାତା,୨୩ା୧୨: ବିଶ୍ୱଭାରତୀର ୬ ଜଣ ଗବେଷକଙ୍କ ଟିମ୍‌ ଏକ ନୂଆ ପ୍ରଜାତିର ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି। ଉଦ୍ଭିଦକୁ ପୋଷଣ ଦେଇ ବଡ଼ କରାଇବା ଗୁଣ ଏହି ବ୍ୟାକ୍ଟେରିଆର ରହିଛି। ନୋବେଲ ବିଜୟୀ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସମ୍ମାନରେ ବିଶ୍ୱଭାରତୀ ଉକ୍ତ ବ୍ୟାକ୍ଟେରିଆର ନାଁ ପାଣ୍ଟୋଆ ଟାଗୋରେଇ ରଖିଛି। ଟାଗୋର କୃଷିକୁ ବିକଶିତ କରି ଏକ ଉଚ୍ଚ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ। ତେଣୁ ଏହି ଉପକାରୀ ବ୍ୟାକ୍ଟେରିଆକୁ ତାଙ୍କ ନାମରେ ନାମିତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ଉଦ୍ଭିଦ ବିଜ୍ଞାନ ବିଭାଗ ମାଇକ୍ରୋବାୟୋଲୋଜି ଲାବ୍‌ର ଆସିଷ୍ଟାଣ୍ଟ ପ୍ରଫେସର ବୋମ୍ବା ଡାମ୍‌ କହିଛନ୍ତି। ପ୍ରଥମ ଥର ପାଇଁ କୌଣସି ଜୀବନ୍ତ ବସ୍ତୁକୁ ବିଶ୍ୱକବିଙ୍କ ନାମରେ ନାମିତ କରାଯାଇଛି। ଡାମ୍‌ଙ୍କ ସହ ଗବେଷକ ଟିମ୍‌ରେ ରାଜୁ ବିଶ୍ୱାସ, ଅରିଜିତ୍‌ ମିଶ୍ରା, ସନ୍ଦିପ ଘୋଷ, ଅଭିନବ ଚକ୍ରବର୍ତ୍ତୀ ଏବଂ ପୂଜା ମୁଖାର୍ଜୀ ସାମିଲ ହୋଇଥିଲେ। ଭାରତୀୟ ପତ୍ରିକା ମାଇକ୍ରୋବାୟୋଲୋଜିରେ ଏହି ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ ପାଇଛି।
ଡାମ୍‌ଙ୍କ ମତରେ କୃଷି ପାଇଁ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଯୋଗୁ ଜମିଗୁଡ଼ିକ ଧୀରେ ଧୀରେ ଅକାମୀ ହୋଇଯାଉଛି। ଫଳରେ ଚାଷୀମାନେ ଏବେ ଜୈବ କୃଷି ଏବଂ ଜୈବିକ ସାର ଆଡ଼କୁ ଢଳିଲେଣି। ଗବେଷକମାନେ ଝରିଆ କୋଇଲା ଖଣି ଅଞ୍ଚଳର ମାଟିରୁ ପାଇଥିବା ବ୍ୟାକ୍ଟେରିଆ କେବଳ ପୋଟାସିୟମକୁ ଦ୍ରବଣୀୟ କରୁନାହିଁ, ବରଂ ନାଇଟ୍ରୋଜେନର ଅଭାବକୁ ଭରଣା କରିବା ସହ ଫସ୍‌ଫରସ୍‌କୁ ଦ୍ରବଣୀୟ କରାଇପାରୁଛି। ଉକ୍ତ ବ୍ୟାକ୍ଟେରିଆର କେତେକ ଗୁଣ ଉଦ୍ଭିଦକୁ ବଢ଼ାଇପାରିବ। ତେଣୁ ଏହା ଏକ ନୂତନ ପ୍ରଜାତିର ‘ଉତ୍ତମ’ ବ୍ୟାକ୍ଟେରିଆ ବୋଲି ଅନୁଶୀଳନରୁ ଜଣାପଡ଼ିଥିଲା। ଗବେଷକମାନେ ଏହି ବ୍ୟାକ୍ଟେରିଆକୁ କୃଷକମାନଙ୍କ ଜରିଆରେ କୃଷିକାର୍ଯ୍ୟରେ ପ୍ରୟୋଗ କରିଛନ୍ତି। ସେମାନେ ଏହାର ଫଳାଫଳକୁ ନେଇ ବହୁତ ଖୁସି ବ୍ୟକ୍ତ କରିଛନ୍ତି। ଗବେଷକ ଟିମ୍‌ର କାର୍ଯ୍ୟକୁ ବିଶ୍ୱଭାରତୀର କାର୍ଯ୍ୟକାରୀ କୁଳପତି ସଞ୍ଜୟ କୁମାର ମଲ୍ଲିକ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ କାର୍ଯ୍ୟ କୃଷି ଉପରେ ଗଭୀର ପ୍ରଭାବ ପକାଇବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri