Categories: ଫୁରସତ

ହ୍ବିଲ ଚେୟାରରେ ବ୍ୟାକଫ୍ଲିପ୍‌

ମନରେ କିଛି କରି ଦେଖେଇବାର ଝୁଙ୍କ ଥିଲେ କଠିନରୁ କଠିନ ଓ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ କରିହୁଏ। କୌଣସି ପ୍ରତିବନ୍ଧକ ବି ବାଟ ଓଗାଳି ପାରେନା। ବ୍ରିଟେନ୍‌ରେ ରହୁଥିବା ୧୨ ବର୍ଷୀୟ ବେନ୍‌ ହେଉଛନ୍ତି ଏହାର ଜଣେ ଜୀବନ୍ତ ଉଦାହରଣ। ବେନ୍‌ ଜଣେ ଭିନ୍ନକ୍ଷମ। ସେ ଚାଲିପାରନ୍ତି ନାହିଁ। ହ୍ବିଲ ଚେୟାର ହିଁ ତାଙ୍କର ଭରସା। ଏଭଳି ଅବସ୍ଥାରେ ବି ତାଙ୍କ ମନୋବଳ ବେଶ୍‌ ଦୃଢ। ଆଉ ହ୍ବିଲ ଚେୟାରରେ ଥାଇ ସେ କରିପାରିଛନ୍ତି ଓ୍ବାର୍ଲଡ ରେକର୍ଡ। ଯାହାକୁ କି ଜଣେ ସୁସ୍ଥ ମଣିଷ ସ୍ବପ୍ନରେ ବି କରିବା କଥା ଭାବି ପାରିବେ ନାହିଁ। କାରଣ ବେନ ହ୍ବିଲ ଚେୟାରରେ ବସି ବ୍ୟାକ୍‌ଫ୍ଲିପ୍‌ ମାରି ଉକ୍ତ ରେକର୍ଡ କରିଛନ୍ତି। ଆଠ ବର୍ଷର ହୋଇଥିବାବେଳେ ବେନ୍‌ ପ୍ରଥମେ ହ୍ବିଲ ଚେୟାର୍‌ ମୋଟର କ୍ରସ୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ସେ ଲଗାତାର ଅଭ୍ୟାସ କଲେ। କିଛି ମାସର ଅଭ୍ୟାସ ପରେ ସେ ବ୍ୟାକଫ୍ଲିପ୍‌ ମାରିବାକୁ ନିଷ୍ପତ୍ତି ନେଲେ। ଚେୟାର୍‌ରେ ଓଲଟିବାବେଳେ ଶରୀର ଉପରେ ନିୟନ୍ତ୍ରଣର ଆବଶ୍ୟକତା ଥିଲା। ଯାହା କରିବାରେ ବେନ ସଫଳ ହୋଇଥିଲେ। ଫଳରେ ହ୍ବିଲ ଚେୟାରରେ ବ୍ୟାକ୍‌ଫ୍ଲିପ୍‌ ମାରିଥିବା ୟୁକେର ପ୍ରଥମ ଓ ସବୁଠୁ କମ୍‌ ବୟସ୍କ ଯୁବକଭାବେ ବେନ ପରିଚିତ ହେଲେ।

 

Share