ପ୍ରଥମରୁ ପଛଘୁଞ୍ଚା

ସଂଖ୍ୟାଗରିଷ୍ଠତା ନ ଥିବା ସରକାରଙ୍କ ସମ୍ମୁଖରେ ଦୁଇଟି ମୁଖ୍ୟ ସମସ୍ୟା ହେଉଛି କେମିତି ସେମାନେ ଅନାସ୍ଥା ପ୍ରସ୍ତାବକୁ ଏଡ଼ାଇଯିବେ ଏବଂ ଆଇନ ପ୍ରଣୟନ କରିବେ। ଏଥିରେ ସଫଳହେବା ପାଇଁ ପ୍ରଥମେ ଶାସକ ଦଳକୁ କ୍ଷମତାରେ ୫ ବର୍ଷ ରହିବା ପାଇଁ ଆବଶ୍ୟକ ସଂଖ୍ୟକ ସାଂସଦଙ୍କୁ ଏକାଠି କରିବା ଦରକାର। ଅର୍ଥାତ୍‌ କେନ୍ଦ୍ରରେ ମିଳିତ ସରକାର ଏଥିପାଇଁ ନିଜକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଆମ ଇତିହାସ ସୂଚିତ କରେ ଯେ, ସଂସଦରେ ଦଳର ସିଟ୍‌ ସଂଖ୍ୟା ୧୫୦ ହେଲେ ବି ସରକାର ଚଳାଇବାରେ ଏହା ସବୁଠୁ କମ୍‌ ହୋଇ ନ ପାରେ। ୧୯୯୬ର ଜନତା ଦଳ ଓ କମ୍ୟୁନିଷ୍ଟଙ୍କ ମିଳିତ ସରକାରରେ ଦୁଇ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ଓ ଇନ୍ଦର କୁମାର ଗୁଜରାଲଙ୍କ ପାଖରେ କେବଳ ୭୮ଟି ସିଟ୍‌ ଥିଲା। ତେବେ ବହୁ ନାଟକ ପରେ ସୀତାରାମ କେଶରୀଙ୍କ ନେତୃତ୍ୱାଧୀନ କଂଗ୍ରେସର ଇଚ୍ଛାରେ ସରକାର ଚାଲିଲା, କିନ୍ତୁ ୨ ବର୍ଷ ମଧ୍ୟରେ ଏହାର ପତନ ଘଟିଥିଲା। ଯେଉଁଠାରେ ସହଯୋଗୀମାନଙ୍କର ପ୍ରାୟ ସମାନ ସଂଖ୍ୟକ ସିଟ୍‌ ଥାଏ ସେକ୍ଷେତ୍ରରେ ସରକାର ଚଳାଇବା ସହଜ ନୁହେଁ, କିନ୍ତୁ କାର୍ଯ୍ୟକାଳ ଶେଷକରିବା ସମ୍ଭବ। ୨୦୧୪ ପୂର୍ବରୁ ତିନୋଟି ମିଳିତ ସରକାର ୫ ବର୍ଷ ତିଷ୍ଠିିଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରଥମଟି ୬ମାସ ପୂର୍ବରୁ ନିର୍ବାଚନକୁ ଓହ୍ଲାଇବାକୁ ଚାହଁଥିଲା। ଏହି ତିନୋଟି ମିଳିତ ସରକାରରେ ଶାସକ ଦଳର ୧୮୨ଟି ସିଟ୍‌ (ବାଜପେୟୀ ୧୯୯୯), ୧୪୫ଟି ସିଟ୍‌ (ମନମୋହନ ସିଂ ୨୦୦୪) ଏବଂ ୨୦୬ଟି ସିଟ୍‌ (ମନମୋହନ ସିଂ ୨୦୦୯) ଥିଲା। ଏହା ସତ୍ତ୍ୱେ ଏହି ୩ ସରକାର ସେମାନଙ୍କ କାର୍ଯ୍ୟକାଳ ଶେଷ କରିପାରିଥିଲେ। ୧୮ତମ ଲୋକ ସଭାରେ ୨୪୦ଟି ଆସନ ପାଇଥିବା ଭାଜପା ହେଉଛି ଏକମାତ୍ର ଦଳ ଯିଏ ସରକାର ଚଳାଇପାରିବ। ଭାଜପାର ସହଯୋଗୀମାନେ ଏହା ଜାଣନ୍ତି । ସେମାନେ ବୁଝିଛନ୍ତି , ୨୦୨୯ ପର୍ଯ୍ୟନ୍ତ ସେମାନଙ୍କର ମନ୍ତ୍ରଣାଳୟ ବଜାୟ ରହିବ। ଏହି କାରଣରୁ ସେମାନେ ସରକାରକୁ ସମର୍ଥନ ଦେବା ବ୍ୟତୀତ ଅନ୍ୟ କୌଣସି ଲକ୍ଷ୍ୟ ନାହିଁ। ତେବେ ଅଗଷ୍ଟ ମଧ୍ୟଭାଗରେ ଏକ ଅଜବ ପରିସ୍ଥିତି ସମ୍ପର୍କରେ ଏକ ରିପୋର୍ଟରେ ବର୍ଣ୍ଣନା କରାଯାଇଥିଲା ଯେ, ଯେତେବେଳେ ଭାଜପା ସାଂସଦମାନେ ଇଣ୍ଡିଆ ବ୍ଲକ୍‌ ସହିତ ତୀବ୍ର ବିତର୍କରେ ଲିପ୍ତଥିଲେ ସେତେବେଳେ ଏନ୍‌ଡିଏ ମେଣ୍ଟର ନିର୍ବାଚିତ ସଦସ୍ୟମାନେ କୌତୂହଳପ୍ରଦ ଦର୍ଶକ ସାଜିଥିଲେ। କାରଣ, ସହଯୋଗୀମାନେ ଭାଜପା ଆଦର୍ଶ ସହ ଜଡ଼ିତ ନୁହନ୍ତି ଏବଂ ୱକଫ ବିଲ୍‌ ଭଳି ପ୍ରସଙ୍ଗରେ ଏହାକୁ ସମର୍ଥନ କରିବା ପାଇଁ ସେମାନଙ୍କର କୌଣସି ଉତ୍ସାହ ନାହିଁ। ଏହା ଆମକୁ ମିଳିତ ସରକାରଗୁଡ଼ିକର ଦ୍ୱିତୀୟ ଅର୍ଥାତ୍‌ ଆଇନ ପ୍ରଣୟନରେ ଥିବା ସମସ୍ୟା ସୂଚାଏ । ଯଦି ସମ୍ପୂର୍ଣ୍ଣ କାର୍ଯ୍ୟକାଳ ରହିବା ପାଇଁ ଭାଜପା ନିଶ୍ଚିତ, ତେବେ ଏହା ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ କ’ଣ କରିବ? ପ୍ରଥମରୁ ୱକଫ ବିଲ୍‌ ଏବଂ ଲାଟେରାଲ ଏଣ୍ଟ୍ରି ପ୍ରସଙ୍ଗରେ ଏହା ପଛଘୁଞ୍ଚାଦେବା ସୂଚିତ କରେ ଯେ ଆଇନ ପ୍ରଣୟନ କରିବା କଷ୍ଟସାଧ୍ୟ ହେବ। କିନ୍ତୁ ପୁନର୍ବାର ମିଳିତ ସରକାରର ଇତିହାସ ଆମକୁ ସ୍ମରଣକରାଇ ଦିଏ ଯେ, ଏହା କଷ୍ଟକର ହୋଇ ନ ପାରେ। ପୂର୍ବ ତିନୋଟି ମିଳିତ ସରକାର ମଧ୍ୟରେ ସବୁଠାରୁ ଦୁର୍ବଳ ଥିଲା ୨୦୦୪ର ମନମୋହନ ସିଂଙ୍କ ସରକାର। କିନ୍ତୁ ତାହା ସୂଚନା ଅଧିକାର ଆଇନ, ଏନ୍‌ଆର୍‌ଇଜିଏ ଏବଂ ଆମେରିକା ସହିତ ଆଣବିକ ଚୁକ୍ତି ପ୍ରଣୟନରେ ସକ୍ଷମ ହୋଇଥିଲା। ଏବେ ନରେନ୍ଦ୍ର ମୋଦିଙ୍କ ଭଳି କେବଳ ପି.ଭି. ନରସିଂହ ରାଓଙ୍କ ନିକଟରେ ପାଖାପାଖି ସମାନ ସଂଖ୍ୟକ ଆସନ ରହିଥିଲା। କିନ୍ତୁ ଅର୍ଥନୈତିକ ସଂସ୍କାରଗୁଡ଼ିକ କ୍ଷେତ୍ରରେ ସଂସଦର ସମର୍ଥନ ପାଇବାକୁ ସେ ସକ୍ଷମ ହୋଇଥିଲେ, ଯାହା ଉଦାରୀକରଣ ନାମରେ ଜଣାଶୁଣା। ଏଥିରୁ ଜଣାପଡ଼େ, ଦୁର୍ବଳ ସରକାରଗୁଡିକ ଯଦି ସହଯୋଗୀଙ୍କ ଉପରେ ବିଶ୍ୱାସ ରଖନ୍ତି, ତେବେ ଦୃଢ଼ ପଦକ୍ଷେପ ନେବା ସମ୍ଭବ ହେବ। ଅତୀତରେ ଭାଜପା ରାଜ୍ୟ ସଭା ବିତର୍କରୁ ଦୂରେଇରହିବା ପାଇଁ ‘ମନି ବିଲ୍‌’କୁ ଗୁପ୍ତରେ ରଖି ଆଧାର ଓ ନିର୍ବାଚନୀ ବଣ୍ଡ୍‌ ଉପରେ ଆଇନ ପ୍ରଣୟନ କରିଥିଲା। ବର୍ତ୍ତମାନ ଲୋକ ସଭାରେ ଭାଜପା ଦୁର୍ବଳ ଥିବାରୁ ମୋଦି ସରକାରଙ୍କ ପାଇଁ ଏହା ଆଉ ସମ୍ଭବ ହେବ ନାହିଁ। ତେବେ ମୋଦି କିପରି ଆଗକୁ ବଢ଼ିବେ?
ଏକମାତ୍ର ଉପାୟ ହେଉଛି, ଯେଉଁ ବିଷୟଗୁଡ଼ିକୁ ଅସୁବିଧାରେ ପକାଇବା ନିଶ୍ଚିତ, ସେସବୁକୁ ଏଡ଼ାଇଯିବା ଦରକାର, ଯଥା ଏକକ ନାଗରିକ ସଂହିତା ଏବଂ ଜାତୀୟ ନାଗରିକ ପଞ୍ଜୀକରଣ। ବାଜପେୟୀ ଯେଭଳି ହିନ୍ଦୁତ୍ୱକୁ ତ୍ୟାଗକରି ଶାସନ ଏବଂ ନୀତିର ଅନ୍ୟ କିଛି ଢାଞ୍ଚା ଗଠନ କରିଥିଲେ, ସେଭଳି କରିବାକୁ ପଡ଼ିବ। ଯେକୌଣସି ପରିସ୍ଥିତିରେ, ତୃତୀୟ କାର୍ଯ୍ୟକାଳରେ ପ୍ରବେଶ କରିଥିବା ଯେକୌଣସି ନେତା ତାଙ୍କର ମହାନ୍‌ ଚିନ୍ତାଧାରାରୁ କ୍ଷାନ୍ତ ରହିଛନ୍ତି। ୧୯୬୨ ନିର୍ବାଚନ ପରେ ନେହେରୁ କିମ୍ବା ୨୦୦୫ ପରେ ଟୋନି ବ୍ଲେୟାରଙ୍କ କଥା ଏଠାରେ ବିଚାର କରାଯାଇପାରେ। ପ୍ରତିଷ୍ଠିତ ମିଡିଆ ମାଲିକ ରୁପର୍ଟ ମୁର୍ଡୋଚ୍‌ ୨୦୦୮ ନିର୍ବାଚନ ପୂର୍ବରୁ ସେତେବେଳର ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍‌ ଓବାମାଙ୍କୁ କିଛି ପରାମର୍ଶ ଦେଇଥିଲେ। ସେ ହ୍ୟାରି ଟ୍ରୁମ୍ୟାନ୍‌ଙ୍କ ପରଠାରୁ ସମସ୍ତ ରାଷ୍ଟ୍ରପତିଙ୍କୁ ଜାଣିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଜଣେ ସେମାନଙ୍କ ଶାସନର ପ୍ରଥମ କିଛି ମାସ ପରେ ସଂସ୍କାର ଆଣିବାକୁ ସକ୍ଷମ ହୋଇ ନ ଥିଲେ। ତେବେ ଏଭଳି ସମୟରେ ପ୍ରେରଣା, ଶକ୍ତି ଏବଂ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ହିଁ ଉତ୍ତମ ଫଳାଫଳ ସୃଷ୍ଟିକରିବ। ମନେରଖିବା ଉଚିତ, ମନମୋହନ ସିଂ କାର୍ଯ୍ୟଭାର ଗ୍ରହଣ କରିବାର ମାସକ ମଧ୍ୟରେ ଏ ସବୁକୁ ସଫଳତାର ସହ ପାଳନକରି ସଂସ୍କାର ଆଣିପାରିଥିଲେ। ହେଲେ ଏବେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥକମାନେ ଏହି ସରକାରରେ ଶକ୍ତି, ଉତ୍ସାହ କିମ୍ବା ବନ୍ଧୁତ୍ୱପୂର୍ଣ୍ଣ ଭାବନା ଥିବା ଅନୁଭବ କରୁନାହାନ୍ତି। ସଂଖ୍ୟାଗରିଷ୍ଠତା ନ ଥାଇ ପୁରୁଣା ଉପାୟ ଅବ୍ୟାହତ ରହିବାରୁ ସେମାନେ ପଛଘୁଞ୍ଚା ଦେଇଛନ୍ତି ଏବଂ ବିଫଳ ହେଲେ। ମୋଦିଙ୍କଠାରୁ ନୂତନ ଏବଂ ସମସ୍ତଙ୍କୁ ଏକାଠି ନେଇ ଚାଲିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଚାର ନ ଥିବାରୁ ଏହି ଦିଶାହୀନ ଧାରା ଜାରି ରହିବ। ନେତା କ୍ଷମତାରେ ରହିବେ, କିନ୍ତୁ ପ୍ରଭାବ ପକାଇବାକୁ ଅସମର୍ଥ ହେବେ।

 

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri