ପ୍ରଥମରୁ ପଛଘୁଞ୍ଚା

ସଂଖ୍ୟାଗରିଷ୍ଠତା ନ ଥିବା ସରକାରଙ୍କ ସମ୍ମୁଖରେ ଦୁଇଟି ମୁଖ୍ୟ ସମସ୍ୟା ହେଉଛି କେମିତି ସେମାନେ ଅନାସ୍ଥା ପ୍ରସ୍ତାବକୁ ଏଡ଼ାଇଯିବେ ଏବଂ ଆଇନ ପ୍ରଣୟନ କରିବେ। ଏଥିରେ ସଫଳହେବା ପାଇଁ ପ୍ରଥମେ ଶାସକ ଦଳକୁ କ୍ଷମତାରେ ୫ ବର୍ଷ ରହିବା ପାଇଁ ଆବଶ୍ୟକ ସଂଖ୍ୟକ ସାଂସଦଙ୍କୁ ଏକାଠି କରିବା ଦରକାର। ଅର୍ଥାତ୍‌ କେନ୍ଦ୍ରରେ ମିଳିତ ସରକାର ଏଥିପାଇଁ ନିଜକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଆମ ଇତିହାସ ସୂଚିତ କରେ ଯେ, ସଂସଦରେ ଦଳର ସିଟ୍‌ ସଂଖ୍ୟା ୧୫୦ ହେଲେ ବି ସରକାର ଚଳାଇବାରେ ଏହା ସବୁଠୁ କମ୍‌ ହୋଇ ନ ପାରେ। ୧୯୯୬ର ଜନତା ଦଳ ଓ କମ୍ୟୁନିଷ୍ଟଙ୍କ ମିଳିତ ସରକାରରେ ଦୁଇ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ଓ ଇନ୍ଦର କୁମାର ଗୁଜରାଲଙ୍କ ପାଖରେ କେବଳ ୭୮ଟି ସିଟ୍‌ ଥିଲା। ତେବେ ବହୁ ନାଟକ ପରେ ସୀତାରାମ କେଶରୀଙ୍କ ନେତୃତ୍ୱାଧୀନ କଂଗ୍ରେସର ଇଚ୍ଛାରେ ସରକାର ଚାଲିଲା, କିନ୍ତୁ ୨ ବର୍ଷ ମଧ୍ୟରେ ଏହାର ପତନ ଘଟିଥିଲା। ଯେଉଁଠାରେ ସହଯୋଗୀମାନଙ୍କର ପ୍ରାୟ ସମାନ ସଂଖ୍ୟକ ସିଟ୍‌ ଥାଏ ସେକ୍ଷେତ୍ରରେ ସରକାର ଚଳାଇବା ସହଜ ନୁହେଁ, କିନ୍ତୁ କାର୍ଯ୍ୟକାଳ ଶେଷକରିବା ସମ୍ଭବ। ୨୦୧୪ ପୂର୍ବରୁ ତିନୋଟି ମିଳିତ ସରକାର ୫ ବର୍ଷ ତିଷ୍ଠିିଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରଥମଟି ୬ମାସ ପୂର୍ବରୁ ନିର୍ବାଚନକୁ ଓହ୍ଲାଇବାକୁ ଚାହଁଥିଲା। ଏହି ତିନୋଟି ମିଳିତ ସରକାରରେ ଶାସକ ଦଳର ୧୮୨ଟି ସିଟ୍‌ (ବାଜପେୟୀ ୧୯୯୯), ୧୪୫ଟି ସିଟ୍‌ (ମନମୋହନ ସିଂ ୨୦୦୪) ଏବଂ ୨୦୬ଟି ସିଟ୍‌ (ମନମୋହନ ସିଂ ୨୦୦୯) ଥିଲା। ଏହା ସତ୍ତ୍ୱେ ଏହି ୩ ସରକାର ସେମାନଙ୍କ କାର୍ଯ୍ୟକାଳ ଶେଷ କରିପାରିଥିଲେ। ୧୮ତମ ଲୋକ ସଭାରେ ୨୪୦ଟି ଆସନ ପାଇଥିବା ଭାଜପା ହେଉଛି ଏକମାତ୍ର ଦଳ ଯିଏ ସରକାର ଚଳାଇପାରିବ। ଭାଜପାର ସହଯୋଗୀମାନେ ଏହା ଜାଣନ୍ତି । ସେମାନେ ବୁଝିଛନ୍ତି , ୨୦୨୯ ପର୍ଯ୍ୟନ୍ତ ସେମାନଙ୍କର ମନ୍ତ୍ରଣାଳୟ ବଜାୟ ରହିବ। ଏହି କାରଣରୁ ସେମାନେ ସରକାରକୁ ସମର୍ଥନ ଦେବା ବ୍ୟତୀତ ଅନ୍ୟ କୌଣସି ଲକ୍ଷ୍ୟ ନାହିଁ। ତେବେ ଅଗଷ୍ଟ ମଧ୍ୟଭାଗରେ ଏକ ଅଜବ ପରିସ୍ଥିତି ସମ୍ପର୍କରେ ଏକ ରିପୋର୍ଟରେ ବର୍ଣ୍ଣନା କରାଯାଇଥିଲା ଯେ, ଯେତେବେଳେ ଭାଜପା ସାଂସଦମାନେ ଇଣ୍ଡିଆ ବ୍ଲକ୍‌ ସହିତ ତୀବ୍ର ବିତର୍କରେ ଲିପ୍ତଥିଲେ ସେତେବେଳେ ଏନ୍‌ଡିଏ ମେଣ୍ଟର ନିର୍ବାଚିତ ସଦସ୍ୟମାନେ କୌତୂହଳପ୍ରଦ ଦର୍ଶକ ସାଜିଥିଲେ। କାରଣ, ସହଯୋଗୀମାନେ ଭାଜପା ଆଦର୍ଶ ସହ ଜଡ଼ିତ ନୁହନ୍ତି ଏବଂ ୱକଫ ବିଲ୍‌ ଭଳି ପ୍ରସଙ୍ଗରେ ଏହାକୁ ସମର୍ଥନ କରିବା ପାଇଁ ସେମାନଙ୍କର କୌଣସି ଉତ୍ସାହ ନାହିଁ। ଏହା ଆମକୁ ମିଳିତ ସରକାରଗୁଡ଼ିକର ଦ୍ୱିତୀୟ ଅର୍ଥାତ୍‌ ଆଇନ ପ୍ରଣୟନରେ ଥିବା ସମସ୍ୟା ସୂଚାଏ । ଯଦି ସମ୍ପୂର୍ଣ୍ଣ କାର୍ଯ୍ୟକାଳ ରହିବା ପାଇଁ ଭାଜପା ନିଶ୍ଚିତ, ତେବେ ଏହା ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ କ’ଣ କରିବ? ପ୍ରଥମରୁ ୱକଫ ବିଲ୍‌ ଏବଂ ଲାଟେରାଲ ଏଣ୍ଟ୍ରି ପ୍ରସଙ୍ଗରେ ଏହା ପଛଘୁଞ୍ଚାଦେବା ସୂଚିତ କରେ ଯେ ଆଇନ ପ୍ରଣୟନ କରିବା କଷ୍ଟସାଧ୍ୟ ହେବ। କିନ୍ତୁ ପୁନର୍ବାର ମିଳିତ ସରକାରର ଇତିହାସ ଆମକୁ ସ୍ମରଣକରାଇ ଦିଏ ଯେ, ଏହା କଷ୍ଟକର ହୋଇ ନ ପାରେ। ପୂର୍ବ ତିନୋଟି ମିଳିତ ସରକାର ମଧ୍ୟରେ ସବୁଠାରୁ ଦୁର୍ବଳ ଥିଲା ୨୦୦୪ର ମନମୋହନ ସିଂଙ୍କ ସରକାର। କିନ୍ତୁ ତାହା ସୂଚନା ଅଧିକାର ଆଇନ, ଏନ୍‌ଆର୍‌ଇଜିଏ ଏବଂ ଆମେରିକା ସହିତ ଆଣବିକ ଚୁକ୍ତି ପ୍ରଣୟନରେ ସକ୍ଷମ ହୋଇଥିଲା। ଏବେ ନରେନ୍ଦ୍ର ମୋଦିଙ୍କ ଭଳି କେବଳ ପି.ଭି. ନରସିଂହ ରାଓଙ୍କ ନିକଟରେ ପାଖାପାଖି ସମାନ ସଂଖ୍ୟକ ଆସନ ରହିଥିଲା। କିନ୍ତୁ ଅର୍ଥନୈତିକ ସଂସ୍କାରଗୁଡ଼ିକ କ୍ଷେତ୍ରରେ ସଂସଦର ସମର୍ଥନ ପାଇବାକୁ ସେ ସକ୍ଷମ ହୋଇଥିଲେ, ଯାହା ଉଦାରୀକରଣ ନାମରେ ଜଣାଶୁଣା। ଏଥିରୁ ଜଣାପଡ଼େ, ଦୁର୍ବଳ ସରକାରଗୁଡିକ ଯଦି ସହଯୋଗୀଙ୍କ ଉପରେ ବିଶ୍ୱାସ ରଖନ୍ତି, ତେବେ ଦୃଢ଼ ପଦକ୍ଷେପ ନେବା ସମ୍ଭବ ହେବ। ଅତୀତରେ ଭାଜପା ରାଜ୍ୟ ସଭା ବିତର୍କରୁ ଦୂରେଇରହିବା ପାଇଁ ‘ମନି ବିଲ୍‌’କୁ ଗୁପ୍ତରେ ରଖି ଆଧାର ଓ ନିର୍ବାଚନୀ ବଣ୍ଡ୍‌ ଉପରେ ଆଇନ ପ୍ରଣୟନ କରିଥିଲା। ବର୍ତ୍ତମାନ ଲୋକ ସଭାରେ ଭାଜପା ଦୁର୍ବଳ ଥିବାରୁ ମୋଦି ସରକାରଙ୍କ ପାଇଁ ଏହା ଆଉ ସମ୍ଭବ ହେବ ନାହିଁ। ତେବେ ମୋଦି କିପରି ଆଗକୁ ବଢ଼ିବେ?
ଏକମାତ୍ର ଉପାୟ ହେଉଛି, ଯେଉଁ ବିଷୟଗୁଡ଼ିକୁ ଅସୁବିଧାରେ ପକାଇବା ନିଶ୍ଚିତ, ସେସବୁକୁ ଏଡ଼ାଇଯିବା ଦରକାର, ଯଥା ଏକକ ନାଗରିକ ସଂହିତା ଏବଂ ଜାତୀୟ ନାଗରିକ ପଞ୍ଜୀକରଣ। ବାଜପେୟୀ ଯେଭଳି ହିନ୍ଦୁତ୍ୱକୁ ତ୍ୟାଗକରି ଶାସନ ଏବଂ ନୀତିର ଅନ୍ୟ କିଛି ଢାଞ୍ଚା ଗଠନ କରିଥିଲେ, ସେଭଳି କରିବାକୁ ପଡ଼ିବ। ଯେକୌଣସି ପରିସ୍ଥିତିରେ, ତୃତୀୟ କାର୍ଯ୍ୟକାଳରେ ପ୍ରବେଶ କରିଥିବା ଯେକୌଣସି ନେତା ତାଙ୍କର ମହାନ୍‌ ଚିନ୍ତାଧାରାରୁ କ୍ଷାନ୍ତ ରହିଛନ୍ତି। ୧୯୬୨ ନିର୍ବାଚନ ପରେ ନେହେରୁ କିମ୍ବା ୨୦୦୫ ପରେ ଟୋନି ବ୍ଲେୟାରଙ୍କ କଥା ଏଠାରେ ବିଚାର କରାଯାଇପାରେ। ପ୍ରତିଷ୍ଠିତ ମିଡିଆ ମାଲିକ ରୁପର୍ଟ ମୁର୍ଡୋଚ୍‌ ୨୦୦୮ ନିର୍ବାଚନ ପୂର୍ବରୁ ସେତେବେଳର ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍‌ ଓବାମାଙ୍କୁ କିଛି ପରାମର୍ଶ ଦେଇଥିଲେ। ସେ ହ୍ୟାରି ଟ୍ରୁମ୍ୟାନ୍‌ଙ୍କ ପରଠାରୁ ସମସ୍ତ ରାଷ୍ଟ୍ରପତିଙ୍କୁ ଜାଣିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଜଣେ ସେମାନଙ୍କ ଶାସନର ପ୍ରଥମ କିଛି ମାସ ପରେ ସଂସ୍କାର ଆଣିବାକୁ ସକ୍ଷମ ହୋଇ ନ ଥିଲେ। ତେବେ ଏଭଳି ସମୟରେ ପ୍ରେରଣା, ଶକ୍ତି ଏବଂ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ହିଁ ଉତ୍ତମ ଫଳାଫଳ ସୃଷ୍ଟିକରିବ। ମନେରଖିବା ଉଚିତ, ମନମୋହନ ସିଂ କାର୍ଯ୍ୟଭାର ଗ୍ରହଣ କରିବାର ମାସକ ମଧ୍ୟରେ ଏ ସବୁକୁ ସଫଳତାର ସହ ପାଳନକରି ସଂସ୍କାର ଆଣିପାରିଥିଲେ। ହେଲେ ଏବେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥକମାନେ ଏହି ସରକାରରେ ଶକ୍ତି, ଉତ୍ସାହ କିମ୍ବା ବନ୍ଧୁତ୍ୱପୂର୍ଣ୍ଣ ଭାବନା ଥିବା ଅନୁଭବ କରୁନାହାନ୍ତି। ସଂଖ୍ୟାଗରିଷ୍ଠତା ନ ଥାଇ ପୁରୁଣା ଉପାୟ ଅବ୍ୟାହତ ରହିବାରୁ ସେମାନେ ପଛଘୁଞ୍ଚା ଦେଇଛନ୍ତି ଏବଂ ବିଫଳ ହେଲେ। ମୋଦିଙ୍କଠାରୁ ନୂତନ ଏବଂ ସମସ୍ତଙ୍କୁ ଏକାଠି ନେଇ ଚାଲିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଚାର ନ ଥିବାରୁ ଏହି ଦିଶାହୀନ ଧାରା ଜାରି ରହିବ। ନେତା କ୍ଷମତାରେ ରହିବେ, କିନ୍ତୁ ପ୍ରଭାବ ପକାଇବାକୁ ଅସମର୍ଥ ହେବେ।

 

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri