ଆଉ ଏକ ନୂଆ ଗୀତ ଗାଇଲେ ‘ବଚ୍‌ପନ୍‌ କା ପ୍ୟାର୍‌’ ଫେମ୍‌

ମୁମ୍ବାଇ: କିଛିଦିନ ତଳେ ‘ଜାନେ ମେରୀ ଜାନେ ମନ୍‌, ବଚପନ୍‌ କା ପ୍ୟାର୍‌’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା କୁନି ଗାୟକ ସହଦେବ ଦିର୍ଦୋ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସହଦେବଙ୍କୁ ଆଘାତ ଲାଗିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ସହଦେବ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେବଳ ଏତିକି ନୁହେଁ, ସହଦେବ ତାଙ୍କ ନୂଆ ଭିଡିଓରେ ଏକ ଗୀତ ମଧ୍ୟ ଗାଉଥିବାର ଦେଖିବାକୁ ମିଳିଛି।

ଏହି ନୂତନ ଗୀତର ଲିରିକ୍ସ ହେଉଛି, ‘ବଲେ ବଲେ ହୋ ଗୟେ ଥେ ଜୋ,ବିଜି ବିଜି ହୋ ଗୟେ ହୈ ଓ୍ବ’। ଯଦିଓ ପ୍ରଶଂସକମାନେ ସହଦେବଙ୍କ ଏହି ଗୀତକୁ ଅଧିକ ପସନ୍ଦ କରୁନାହାନ୍ତି। ତଥାପି ତାଙ୍କୁ ଅନ୍ୟ କିଛି କରିବାକୁ ପରାମର୍ଶ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପୁଅ ଏହା ବାରମ୍ବାର କାମ ଦେବ ନାହିଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଭଗବାନ ତୁମର ମଙ୍ଗଳ କରନ୍ତୁ। ଆହୁରି ଭଲ ଗୀତ ପ୍ରଶଂସକମାନଙ୍କୁ ଗାଇ ଶୁଣାଅ।

Share