Categories: ଜାତୀୟ

୭୦ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକିଦେଲେ ପିତା

ହାଇଦ୍ରାବାଦ,୩।୧ : ନିଜ ଜନ୍ମକଲା ସନ୍ତାନଙ୍କୁ ଜଣେ ପିତା ମାତ୍ର ୭୦ ହଜାର ଟଙ୍କାରେ ବିକ୍ରି କରିଦେବାରୁ ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଏଠାକାର ଜଣେ ବ୍ୟକ୍ତି ତାଙ୍କର ୧ ମାସର ଶିଶୁକନ୍ୟାକୁ ମାତ୍ର ୭୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହି ଶିଶୁକନ୍ୟାକୁ ରାସ୍ତାକଡ଼ରେ ରହୁଥିବା ଜଣେ ବ୍ୟକ୍ତି ଉଦ୍ଧାର କରି ଶିଶୁ କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିଥିଲେ।
ପିଲା ବିକ୍ରି ହେବାର ୧ ସପ୍ତାହ ପରେ ମା’ ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପିଲାକୁ କିଣିବା ପାଇଁ ପ୍ରସ୍ତୁତ ଥିବା ଆଉ ଏକ ଦମ୍ପତିଙ୍କ ଉପରେ କଡ଼ା ନଜର ରଖିଥିଲା ପୋଲିସ। ସିସିଟିଭି ଫୁଟେଜକୁ ଆଧାର କରି ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ଏହି ବ୍ୟକ୍ତିଜଣକ ନିଜ ପିଲାକୁ ବିକିଦେଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।

Share