Categories: ଫୁରସତ

ଗର୍ଭରେ ବାଇସେପ ଦେଖାଇଲା ଛୁଆ

ୱାଶିଂଟନ: ଦୁଇ ଥର ଓସ୍କାର ଜିତିଥିବା ୪୮ ବର୍ଷୀୟା ଆମେରିକାନ୍‌ ଅଭିନେତ୍ରୀ ହିଲାରି ସ୍ବାଙ୍କ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ଯାଅଁାଳା ଛୁଆଙ୍କ ଅଲଟ୍ରାସାଉଣ୍ଡର ଫଟୋ ଶେୟାର କରିଛନ୍ତି। ସେଥିରେ ଗୋଟେ ପିଲା ବାଇସେପ ଦେଖାଉଥିବା ନଜରକୁ ଆସିଛି। ଏହି ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିସହ ଅଭିନେତ୍ରୀ ତାଙ୍କ ପିଲାକୁ ‘ଦି ରିୟଲ ମିଲିୟନ ଡଲାର ବେବି’ ବୋଲି ଆଖ୍ୟା ଦେଇଛନ୍ତି। ରିପୋର୍ଟ ମୁତାବକ, ୨୦୦୫ରେ ଫିଲ୍ମ ‘ମିଲିୟନ ଡଲାର ବେବି’ ପାଇଁ ହିଲାରିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା। ହିଲାରି ୨୦୧୮ରେ ବିଜ୍‌ନେସ ମ୍ୟାନ୍‌ ଫିଲିପ୍‌ ସେନାଇଡର୍‌ଙ୍କୁ ବିବାହ କରିଥିଲେ।

Share