‘ବେବି ଜନ୍‌’ ଟିଜର ଆଉଟ

ମୁମ୍ବାଇ: ଅଭିନେତା ବରୁଣ ଧାୱନଙ୍କ ପରବର୍ତ୍ତୀ ଫିଲ୍ମ ‘ବେବି ଜନ୍‌’ ଆସନ୍ତା ଡିସେମ୍ବର ୨୫ ବଡ଼ଦିନ ଉପଲକ୍ଷେ ରିଲିଜ୍‌ ହେବାକୁ ଯାଉଛି। ଶନିବାର ‘ବେବି ଜନ୍‌’ର ନିର୍ମାତାଙ୍କ ପକ୍ଷରୁ ଏହାର ଟିଜରକୁ ଜାରି କରାଯାଇଛି। ବରୁଣ ମଧ୍ୟ ଏହି ଟିଜରକୁ ନିଜ ଇନ୍‌ଷ୍ଟାଗ୍ରାମ ଆଇଡିରେ ଶେୟାର କରିଛନ୍ତି। ଏହି ଟିଜରରେ କମେଡି ବ୍ୟତୀତ ବରୁଣଙ୍କର ଆକ୍ସନ ଦୃଶ୍ୟ ମଧ୍ୟ ରହିଛି। ଏଥିରେ ବରୁଣ ଖାକି ୟୁନିଫର୍ମ ପିନ୍ଧିଥିବାର ନଜରକୁ ଆସିଛନ୍ତି। ଟିଜରରେ ବରୁଣଙ୍କର ୨ଟି ଲୁକ୍‌ ଦେଖିବାକୁ ମିଳୁଛି। ଗୋଟିଏ ଲୁକ୍‌ରେ ସେ କ୍ଲିନ୍‌ ଶେଭ୍‌ ଥିବା ସହ ପୋଲିସ ୟୁନିଫର୍ମରେ ଦେଖାଯାଉଛନ୍ତି। ସେହିପରି ଅନ୍ୟ ଲୁକ୍‌ରେ ତାଙ୍କୁ ଲମ୍ବା କେଶ ଓ ଦାଢ଼ି ସହ ଦେଖିବାକୁ ମିଳିଛି। ‘ବେବି ଜନ୍‌’ ଫିଲ୍ମରେ ବରୁଣଙ୍କ ବିପକ୍ଷରେ ଅଭିନେତ୍ରୀ କୀର୍ତ୍ତି ସୁରେଶ ଏବଂ ୱାମିକା ଗବ୍ବିଙ୍କୁ ଦେଖିବାକୁ ମିଳିବ। ସେହିପରି ଫିଲ୍ମରେ ଅନ୍ୟ ଏକ ଭୂମିକାରେ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପ୍ରକାଶ ଯେ, ‘ବେବି ଜନ୍‌’ହେଉଛି ତାମିଲ ଚଳଚ୍ଚିତ୍ର ‘ଥେରି’ର ରିମେକ୍‌। ‘ଥେରି’ ଫିଲ୍ମରେ ଅଭିନେତା ଥାଲାପଥି ବିଜୟ, ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଓ ଆମି ଜ୍ୟାକ୍‌ସନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିଥିଲେ। ‘ଥେରି’ର ନିର୍ଦ୍ଦେଶକ ଏଟଲି କୁମାର ‘ବେବି ଜନ୍‌’ ଫିଲ୍ମ ନିର୍ମାଣ କରିଛନ୍ତି। ତେବେ ‘ଥେରି’ର କାହାଣୀ ତୁଳନାରେ ‘ବେବି ଜନ୍‌’ କାହାଣୀରେ ଏକ ଟୁଇଷ୍ଟ ଯୋଡ଼ା ଯାଇଥିବା ସେ ସୂଚନା ଦେଇଛନ୍ତି। କ୍ଲିସ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟିଜର ରିଲିଜ୍‌ ହେବା ପରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri