ବାଲୁଗାଁ ଷ୍ଟେଶନରୁ ଚୋରି ଶିଶୁକନ୍ୟା ଗୁରାପଲ୍ଲୀ ଟୋଲ୍‌ଗେଟ୍‌ରୁ ଉଦ୍ଧାର, ମା’କୁ ଦେଖି ଦୌଡ଼ିଦୌଡ଼ି ଆସି…

ଖଲ୍ଲିକୋଟ,୧୩ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ୍‌ଠାରେ ରବିବାର ଦୁଇ ବର୍ଷର ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଛାଡ଼ି ଫେରାର ହୋଇଯାଇଥିଲେ। ଶିଶୁ କନ୍ୟାଟି ଟୋଲ୍‌ଗେଟଠାରେ ଏକୁଟିଆ ବୁଲୁ ଥିବା ଦେଖି ନିକଟରେ ଥିବା ଜଣେ ଚା’ ଦୋକାନୀ ତାଙ୍କୁ ଆଣି ପାଖରେ ରଖିଥିଲେ। ପରେ ସେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇ ଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ସକାଳ ୮ରେ ଟୋଲ୍‌ଗେଟଠାରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ତେବେ ଶିଶୁକନ୍ୟାର ପରିଚୟ ନ ପାଇବାରୁ ଖଲ୍ଲିକୋଟ ଥାନା ପକ୍ଷରୁ ସବୁ ଥାନାକୁ ପିଲାଟିର ଫଟୋ ପଠାଯିବା ସହ ଚାଇଲ୍ଡ ହେଳ୍ପଲାଇକୁ ଖବର ଦିଆଯାଇଥିଲା। ଖବର ପାଇ ଖଲ୍ଲିକୋଟ ସିଡିପିଓ ବିଜୟ ଲକ୍ଷ୍ମୀ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନଓ୍ବାଡ଼ି ସୁପରଭାଇଜର ଭାଗ୍ୟଲତା ସେନାପତି,ସୁନିତା କୁମାରୀ ସାବତଙ୍କ ସମେତ ଦୁଇ ଜଣ କର୍ମଚାରୀ ଥାନାରେ ପହଞ୍ଚିଥିଲେ। ଥାନାରେ ଶିଶୁ କନ୍ୟାକୁ ଚାଇଲ୍ଡ ହେଳ୍ପଲାଇନକୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ ପିଲାଟିର ମା’ ଥାନାରେ ପହଞ୍ଚିଥିଲେ। ମା’ଙ୍କୁ ଦେଖି ପିଲାଟି ଆନନ୍ଦରେ ମା’ କୋଳ କୁ ଦୌଡ଼ି ଯାଇଥିଲା। ମା’ ଝିଅଙ୍କ ମିଳନ ରେ ଥାନା ପରିସରରେ ଖୁସିର ଲହରି ଖେଳିଯାଇଥିଲା। ବାଲୁଗାଁ ଉମା ମହେଶ୍ୱର ମନ୍ଦିର ନିକଟରେ ରହୁଥିବା ସଂଗୀତା ପାରିମାଣିକ ନିଜର ଦୁଇ ବର୍ଷର ଶିଶୁକନ୍ୟାକୁ ବାଲୁଗାଁ ରେଳ ଷ୍ଟେଶନର ୧ ନମ୍ବର ପ୍ଳାଟଫର୍ମରେ ବସେଇ ଦେଇ କାମ କରିବାକୁ ଯାଇଥିଲେ। ଫେରି ଦେଖିବା ବେଳକୁ ଝିଅ ସେଠାରେ ନ ଥିଲା। ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନ ମିଳିବାରୁ ରେଲଓ୍ବେ ଥାନାରେ ଅଭିଯୋଗ କରିଥିଲେ। ଆଜି ଖଲ୍ଲିକୋଟ ଥାନା ପକ୍ଷରୁ ଜାରି ହୋଇଥିବା ଫଟୋ ଦେଖି ସେ ଥାନାରେ ପହଞ୍ଚି ନିଜ ଝିଅକୁ ପାଇଥିବାରୁ ଖଲ୍ଲିକୋଟ ପୋଲିସକୁ ଧନ୍ୟବାଦ ଦେଇଛନ୍ତି। ମା’ କୋଳକୁ ଝିଅ ଫେରିଥିବାରୁ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ,ଅଙ୍ଗନଓ୍ବାଡି ସୁପରଭାଇଜର ଭାଗ୍ୟଲତା ସେନାପତି,ସୁନିତା କୁମାରୀ ସାବତ ଓ ପୋଲିସ କର୍ମଚାରୀ ମାନେ ଖୁସି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri