ବାଲୁଗାଁ ଷ୍ଟେଶନରୁ ଚୋରି ଶିଶୁକନ୍ୟା ଗୁରାପଲ୍ଲୀ ଟୋଲ୍‌ଗେଟ୍‌ରୁ ଉଦ୍ଧାର, ମା’କୁ ଦେଖି ଦୌଡ଼ିଦୌଡ଼ି ଆସି…

ଖଲ୍ଲିକୋଟ,୧୩ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ୍‌ଠାରେ ରବିବାର ଦୁଇ ବର୍ଷର ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଛାଡ଼ି ଫେରାର ହୋଇଯାଇଥିଲେ। ଶିଶୁ କନ୍ୟାଟି ଟୋଲ୍‌ଗେଟଠାରେ ଏକୁଟିଆ ବୁଲୁ ଥିବା ଦେଖି ନିକଟରେ ଥିବା ଜଣେ ଚା’ ଦୋକାନୀ ତାଙ୍କୁ ଆଣି ପାଖରେ ରଖିଥିଲେ। ପରେ ସେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇ ଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ସକାଳ ୮ରେ ଟୋଲ୍‌ଗେଟଠାରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ତେବେ ଶିଶୁକନ୍ୟାର ପରିଚୟ ନ ପାଇବାରୁ ଖଲ୍ଲିକୋଟ ଥାନା ପକ୍ଷରୁ ସବୁ ଥାନାକୁ ପିଲାଟିର ଫଟୋ ପଠାଯିବା ସହ ଚାଇଲ୍ଡ ହେଳ୍ପଲାଇକୁ ଖବର ଦିଆଯାଇଥିଲା। ଖବର ପାଇ ଖଲ୍ଲିକୋଟ ସିଡିପିଓ ବିଜୟ ଲକ୍ଷ୍ମୀ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନଓ୍ବାଡ଼ି ସୁପରଭାଇଜର ଭାଗ୍ୟଲତା ସେନାପତି,ସୁନିତା କୁମାରୀ ସାବତଙ୍କ ସମେତ ଦୁଇ ଜଣ କର୍ମଚାରୀ ଥାନାରେ ପହଞ୍ଚିଥିଲେ। ଥାନାରେ ଶିଶୁ କନ୍ୟାକୁ ଚାଇଲ୍ଡ ହେଳ୍ପଲାଇନକୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ ପିଲାଟିର ମା’ ଥାନାରେ ପହଞ୍ଚିଥିଲେ। ମା’ଙ୍କୁ ଦେଖି ପିଲାଟି ଆନନ୍ଦରେ ମା’ କୋଳ କୁ ଦୌଡ଼ି ଯାଇଥିଲା। ମା’ ଝିଅଙ୍କ ମିଳନ ରେ ଥାନା ପରିସରରେ ଖୁସିର ଲହରି ଖେଳିଯାଇଥିଲା। ବାଲୁଗାଁ ଉମା ମହେଶ୍ୱର ମନ୍ଦିର ନିକଟରେ ରହୁଥିବା ସଂଗୀତା ପାରିମାଣିକ ନିଜର ଦୁଇ ବର୍ଷର ଶିଶୁକନ୍ୟାକୁ ବାଲୁଗାଁ ରେଳ ଷ୍ଟେଶନର ୧ ନମ୍ବର ପ୍ଳାଟଫର୍ମରେ ବସେଇ ଦେଇ କାମ କରିବାକୁ ଯାଇଥିଲେ। ଫେରି ଦେଖିବା ବେଳକୁ ଝିଅ ସେଠାରେ ନ ଥିଲା। ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନ ମିଳିବାରୁ ରେଲଓ୍ବେ ଥାନାରେ ଅଭିଯୋଗ କରିଥିଲେ। ଆଜି ଖଲ୍ଲିକୋଟ ଥାନା ପକ୍ଷରୁ ଜାରି ହୋଇଥିବା ଫଟୋ ଦେଖି ସେ ଥାନାରେ ପହଞ୍ଚି ନିଜ ଝିଅକୁ ପାଇଥିବାରୁ ଖଲ୍ଲିକୋଟ ପୋଲିସକୁ ଧନ୍ୟବାଦ ଦେଇଛନ୍ତି। ମା’ କୋଳକୁ ଝିଅ ଫେରିଥିବାରୁ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ,ଅଙ୍ଗନଓ୍ବାଡି ସୁପରଭାଇଜର ଭାଗ୍ୟଲତା ସେନାପତି,ସୁନିତା କୁମାରୀ ସାବତ ଓ ପୋଲିସ କର୍ମଚାରୀ ମାନେ ଖୁସି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?