ମାମୁଘରକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାର ଜୀବନ

ଦେବଗଡ଼,୧ା୧୧(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା ଅଧୀନ ନାଉଲିପଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମାମୁଘରକୁ ଆସି ପୋଖରୀକୁ ଏକୁଟିଆ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶିଶୁକନ୍ୟା ସୁନ୍ଦରଗଡ଼ ଜିଲା ବଣେଇ ଥାନା ଅନ୍ତର୍ଗତ କୁରୁଡ଼ା ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ୬ ବର୍ଷର ଝିଅ ଦୀପ୍ତିରାଣୀ ସାହୁ ବୋଲି ଜଣାପଡ଼ିଛି ।ଦୀପ୍ତିରାଣୀ ମା’ଙ୍କ ସହିତ ଛୁଟି କାଟିବା ପାଇଁ ମାମୁଘର ବୁଲିବାକୁ ଆସିଥିଲା। ଶନିବାର ପୂର୍ବାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ପାଣିରେ ବୁଡ଼ି ଯାଇଥିଲା। ଗ୍ରାମର କିଛି ଲୋକେ ଏହା ଦେଖିବା ପରେ ଦୀପ୍ତିରାଣୀକୁ ଉଦ୍ଧାର କରିଥିଲେ। ସୂଚନା ପାଇ ମୃତ ଶିଶୁକନ୍ୟାଙ୍କ ଅଜା ଅଖେଇ ବେହେରା ଦୀପ୍ତିରାଣୀଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ରିଆମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇ ପୋଲିସ ତଦନ୍ତ କରୁଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

କ୍ୟାମେରାରେ କଏଦ ହେଲା ମହାପ୍ରଳୟ! ଭେନେଜୁଏଲାରେ ଭୂକମ୍ପର ତାଣ୍ଡବ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଭେନେଜୁଏଲା,୨୫।୬: ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ଗୁରୁବାର ସକାଳୁ ପାଖାପାଖି ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଆସିବା ଯୋଗୁ ବ୍ୟାପକ ଧ୍ୱଂସଲୀଳା ଘଟିଛି। ଅଧିକାରୀ ଏବଂ ପର୍ଯ୍ୟବେକ୍ଷଣ…

ମହାକାଳପଡ଼ାର ଏହି ସ୍ଥାନରେ ହେବ ଜାହାଜ କାରଖାନା, ଆରମ୍ଭ ହେଲା ସର୍ଭେ

ମହାକାଳପଡ଼ା, ୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ…

‘ଇ୨୦’ ପେଟ୍ରୋଲ ବ୍ୟବହାର କଲେ ବୀମା ବାତିଲ ହେବନାହିଁ: କେନ୍ଦ୍ର

ନୂଆଦିଲ୍ଲୀ, ୨୫ା୬ : ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବା ‘ଇ୨୦’ ଇନ୍ଧନ ବ୍ୟବହାର କଲେ ଗାଡ଼ିର ବୀମା ଅବଧି ବା ବୈଧତା ବାତିଲ ହୋଇଯିବ…

ଟ୍ରମ୍ପ୍‌ଙ୍କୁ ଝଟକା: ସିନେଟ୍‌ରେ ଯୁଦ୍ଧ ବିରୋଧୀ ପ୍ରସ୍ତାବ ଗୃହୀତ

ୱାଶିଂଟନ, ୨୫ା୬: ଇରାନ୍‌ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଯୁଦ୍ଧନୀତିକୁ ବଡ଼ ବିରୋଧ କରାଯାଇ ସିନେଟ ପ୍ରଥମ ଥର…

ନାବାଳିକା ଗଣବଳାତ୍କାରର ଶିକାର

ଜି. ଉଦୟଗିରି, ୨୫ା୬ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ନେଇ ଫୁଲବାଣୀ ଟାଉନ୍‌ ଥାନାରେ…

୭୨ ଘଣ୍ଟା ସମୟ ଦେଲେ ସରପଞ୍ଚ ଚାମେଲୀ ଓଝା , କାର୍ଯ୍ୟାନୁଷ୍ଠାନ ନ ହେଲେ ଆପଣାଇବେ ଏହି ପନ୍ଥା…

କେନ୍ଦ୍ରାପଡ଼ା,୨୫ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା   ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri