୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ ଏକ ଶିଶୁ କନ୍ୟାର ଜୀବନ ବଞ୍ଚାଇଛନ୍ତି। ସ୍ଥାନୀୟ ଚାକୁଣ୍ଡା ଗ୍ରାମରୁ ଗର୍ଭବତୀଙ୍କୁ ଆଣିବା ସମୟରେ ରାସ୍ତାରେ ଯିବା ବେଳେ ପ୍ରସବ ଯନ୍ତ୍ରଣା ବଢ଼ି ଯାଇଥିଲା । ଆମ୍ବୁଲାନ୍ସ ଭିତରେ ହିଁ ଫାର୍ମାସିଷ୍ଟ ଜଣକ ନିଜ ଅଭିଜ୍ଞତା ଓ ସାହସରେ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ। ମା ’ଓ ଝିଅ ଉଭୟ ସୁସ୍ଥ ଅଛନ୍ତି। କିଛି ମିନିଟର ଭିତରେ ମୃତ୍ୟୁ ଓ ଜୀବନର ଫରକ ଥାଏ। ସେହି ସମୟରେ ୧୦୮ ଟିମ ଦେଖାଇଥିବା ତତ୍ପରତା ଓ ସେବା ଭାବନା ସତରେ ପ୍ରଶଂସନୀୟ। ଏଇ ଘଟଣା ଆମକୁ ଶିଖାଏ ଯେ ସେବା ହିଁ ସବୁଠୁ ବଡ଼ ଧର୍ମ। ଏହି ମହତ କାର୍ଯ୍ୟରେ ସହଯୋଗୀ ରବି ଶବର ଓ ଚାଳକ ଏମ. ମାଧବ ସହଯୋଗ କରିଥିଲେ।

Odisha’s No.1 Odia Daily