ମାସକର ଶିଶୁକନ୍ୟାକୁ ଚେଙ୍କ, ଡାକ୍ତରଖାନାରେ ଭର୍ତ୍ତି

ବାରିପଦା ଅଫିସ,୨୬ା୯: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ଲୋକେ ଆଜି ବି ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲାର ଉଦଳା ଅଞ୍ଚଳରେ। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଟିକରପଡ଼ା ଗ୍ରାମର ଜଣେ ମହିଳା ତାଙ୍କ ଶିଶୁକନ୍ୟାଙ୍କୁ ଚେଙ୍କ ଦେବାରୁ ସେ ଗୁରୁତର ହୋଇପଡ଼ିଛି। ଫଳରେ ଶିଶୁକନ୍ୟାକୁ ଶନିବାର ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା
ସୂଚନାଯୋଗ୍ୟ, ବୁଧବାର ଶିଶୁକନ୍ୟାର ପେଟବଥା ଦୂର କରିବା ପାଇଁ ଶିଶୁକନ୍ୟାର ମାମୁ ମା’ଙ୍କ ପରାମର୍ଶ ନେଇ ପେଟରେ ଚେଙ୍କ ଦେଇଥିଲେ ା ଫଳରେ ସେ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାକୁ ଆଜି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ା ଶିଶୁରୋଗ ବିଶେଷଜ୍ଞ ଲକ୍ଷ୍ମୀକାନ୍ତ ପତି କୁହନ୍ତି, ଅନ୍ଧବିଶ୍ୱାସ ଦୂର ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ତଥାପି କିଛି ଲୋକେ ଏହାକୁ ଜାବୁଡ଼ି ଧରିଥିବାରୁ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି। ଶିଶୁକନ୍ୟାର ସ୍ବାସ୍ଥ୍ୟ ଠିକ୍‌ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri