Categories: ଫୁରସତ

ବାଲ୍‌ଟିରୁ ତାଜା କ୍ଷୀର ପିଇଲା ୮ ମାସର ଶିଶୁ, ଶ୍ରୀକୃଷ୍ଣଙ୍କ ସହ ତୁଳନା କଲେ ଲୋକେ, ହୃଦୟ ଜିଣୁଛି ଭିଡିଓ

ଆଜିର ସମୟରେ ଲୋକମାନେ କେବଳ ପ୍ୟାକେଟ୍‌ କ୍ଷୀର ନେବାକୁ ପସନ୍ଦ କରୁଛନ୍ତି। କାରଣ ସେମାନଙ୍କ ପାଖରେ ସମୟ ନାହିଁ ଘରକୁ ଯାଇ ଗାଈ କ୍ଷୀର ଆଣିବାକୁ। ଏପରି ସମୟରେ ଆଜି ବି ଗ୍ରାମାଞ୍ଚଳରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ ଗାଈ ପାଳିଛନ୍ତି। ସେମାନେ ଗାଈର ତାଜା କ୍ଷୀର ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ସହରୀ ଲୋକମାନଙ୍କର ଏପରି କରିବାର ମାଧ୍ୟମ ନାହିଁ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବାଲ୍‌ଟିରେ ତାଜା କ୍ଷୀର ରଖାଯାଇଛି। ଶିଶୁଟି ସିଧା ଯାଇ ସେହି ବାଲ୍‌ଟି ପାଖରେ ବସି ଧିରେ ଧିରେ କ୍ଷୀର ପିଉଛି। ପିଲାଟିର ଏହି କ୍ଷୀର ପିଇବାକୁ ଲୋକେ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିଛନ୍ତି।

ଶ୍ୟାମଲାଲ ଯାଦବ ତାଙ୍କ ଟୁଇଟର ପେଜ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ବାଲ୍‌ଟିରେ ଥିବା କ୍ଷୀରର ଉପର ଫେଣକୁ ନେଇ ପିଲାଟି ଖାଉଛି। ଏଥିରୁ ବୁଝାପଡୁଛି କ୍ଷୀର ସମ୍ପୂର୍ଣ୍ଣ ତାଜା। ଭିଡିଓ ଶେୟାର କରି ଶ୍ୟାମଲାଲ ଲେଖିଛନ୍ତି, ଆମ ପରିବାରର ୮ ମାସର ନୂଆ ଯାଦବ।

ଏହି ଭିଡିଓଟି ୨୬ ହଜାରରୁ ଅଧିକ ଭ୍ୟୁ ପାଇଛି। ଅନେକ ଲୋକ ମନ୍ତବ୍ୟ ବି ଦେଇଛନ୍ତି। ଶ୍ୟାମଲାଲ କହିଛନ୍ତି, ସେ ତାଙ୍କ ଭଣଜାଙ୍କ ପୁଅ ଅର୍ଥାତ୍‌ ତାଙ୍କ ନାତି ଅଟନ୍ତି। ଜଣେ ୟୁଜର କହିଛନ୍ତି, ବହୁତ ସୁନ୍ଦର। ଅନ୍ୟ ଜଣେ କହିଛନ୍ତି, ଏହା ପ୍ରକୃତରେ ସୁନ୍ଦର। ସେ କାହ୍ନା ପରି ଦିଶୁଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ଏହି ଦୃଶ୍ୟ ଦେଖିବା ପରେ ତାଙ୍କର ପିଲାଦିନ କଥା ମନେ ପଡ଼ିଗଲା। ସେ ବି ଦିନେ ଏମିତି ପିଇଥିଲେ।

Share