ପଛଚକା ତଳେ ଲୁଚିଥିଲେ, ଚଢ଼ିଗଲା ଟ୍ରାକ୍ଟର

ବାହାନଗା,୧୪ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ବେଗୁନିଆ ଗ୍ରାମରେ ଘର ସାମ୍ନାରେ ଛିଡା ହୋଇଥିବା ଟ୍ରାକ୍ଟର ଚକତଳେ ଚାପି ହୋଇ ଟ୍ରାକ୍ଟର ମାଲିକଙ୍କ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ସୋମବାର ରମେଶ ଚନ୍ଦ୍ର ବେହେରାଙ୍କ ଘର ଅଗଣାରେ ଛିଡା ହୋଇଥିବା ତାଙ୍କ ଟ୍ରାକ୍ଟର ନିକଟରେ ତାଙ୍କ ପୁଅ ଦିବ୍ୟାଂଶୁ ଖେଳୁଥିବା ବେଳେ କେତେବେଳେ ଟ୍ରାକ୍ଟର ପଛ ଚକାତଳେ ଲୁଚି ବସିଥିଲେ। ଡ୍ରାଇଭର ରମେଶ ତାହା ଜାଣି ନ ପାରି ଟ୍ରାକ୍ଟର ଷ୍ଟାଟ୍‌ କରି ଗାଡିକୁ ବ୍ରେକ୍‌ କରିବା ସମୟରେ ଦିବ୍ୟାଂଶୁ ଉପରେ ଚକ ଚଢିଯାଇଥିଲା। ଫଳରେ ତାର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ନେଇ ଗ୍ରାମର ଶୋକର ଛାୟା ଖେଳିଯାଇଛି ା