ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବାବୁସାନ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଓଲିଉଡ୍‌ ସୁପରଷ୍ଟାର ବାବୁସାନ ମହାନ୍ତି ଶନିବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ହସ୍ପିଟାଲ ଆସିଥିଲେ।
ସୂଚନାଯୋଗ୍ୟ, ବାବୁସାନ ଦମନ ଫିଲ୍ମର ପ୍ରମୋସନ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇଥିଲେ। ସେଠାରେ ବାଇକ ଚଳାଇବା ପରେ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଅକ୍ସିଜେନ ସ୍ତର କମିବା ଓ ପେଟଜନିତ ସମସ୍ୟା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।