କ୍ଷୀର,ମିଠା ଅର୍ପଣ ଯୋଗୁ ବାବୁଲନାଥ ମନ୍ଦିର ଶିବଲିଙ୍ଗରେ ଫାଟ: ବମ୍ବେ ଆଇଆଇଟି ରିପୋର୍ଟ…

ମୁମ୍ବାଇ,୨୬।୩ : ଦକ୍ଷିଣ ମୁମ୍ବାଇରେ ଥିବା ଦ୍ୱାଦଶ ଶତାବ୍ଦୀର ଶ୍ରୀ ବାବୁଲନାଥ ମନ୍ଦିରରେ ଶିବଲିଙ୍ଗ ଉପରେ ଫାଟ ସୃଷ୍ଟି ହେବାର କାରଣ ସାମ୍ନାକୁ ଆସିଛି। ଆଇଆଇଟି ବମ୍ବେ ଏହାର ରିପୋର୍ଟ ଦେଇଛି। ଯେଉଁଥିରେ କିଛି ସୁପାରିଶ ମଧ୍ୟ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଶିବଲିଙ୍ଗର ସଂରକ୍ଷଣ ତଥା ଦୀର୍ଘମିଆଦି ସୁରକ୍ଷା ପାଇଁ କ୍ଷୀର,ମିଠା ଅର୍ପଣକୁ ବାରଣ କରାଯିବା ଉଚିତ।

ଆଇଆଇଟି ବମ୍ବେର ରିପୋର୍ଟରେ ଏହା ନିଶ୍ଚିତ ହୋଇଛି ଯେ ଶିବଲିଙ୍ଗ ଉପରେ କ୍ଷୀର, ପାଣି, ସୁଗନ୍ଧିତ ପଦାର୍ଥ ଢାଳିବା ଦ୍ୱାରା କ୍ଷତି ହୋଇଥାଏ। ତେଣୁ ଗାଈର କ୍ଷୀର ଏବଂ ଜଳର ବ୍ୟବହାରକୁ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି। ରିପୋର୍ଟ ଆସିବା ପରଠାରୁ ମନ୍ଦିର ପରିସରରେ ଦୁଗ୍ଧ, ଗଙ୍ଗାଜଳ, ମହୁ, ଆଖୁ ରସ ,ଫୁଲ, ମିଠା ଏବଂ ଫଳ ଅର୍ପଣକୁ ବାରଣ କରାଯାଉଥିବା ନେଇ ଏକ ବୋର୍ଡ ସ୍ଥାପନ କରାଯାଇଛି।

ଶ୍ରୀ ବାବୁଲନାଥ ଟ୍ରଷ୍ଟ ଖୁବ ଶୀଘ୍ର ମୂର୍ତ୍ତିଗୁଡ଼ିକ ଉପରେ ଅର୍ପଣ କରିବା ପାଇଁ ନୂତନ ନିୟମ ଜାରି କରିବେ। ଶ୍ରୀ ବାବୁଲନାଥ ମନ୍ଦିର ଟ୍ରଷ୍ଟି ନିତିନ ଠକ୍କର କହିଛନ୍ତି, ଆଇଭିଟି ବମ୍ବେ ରିପୋର୍ଟରେ ଶିବଲିଙ୍ଗରେ କୌଣସି ଫାଟ ନାହିଁ ବୋଲି ଏହା ନିଶ୍ଚିତ ହୋଇଛି। ଠକ୍କର କହିଛନ୍ତି ଯେ ଶିବଲିଙ୍ଗରେ ହୋଇଥିବା କ୍ଷୟକ୍ଷତିର ଯାଞ୍ଚ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଆଧାରରେ ସୁପାରିଶ କରିବାକୁ ଟ୍ରଷ୍ଟିମାନେ ଆଇଆଇଟି ବମ୍ବେକୁ ନିଯୁକ୍ତ କରିଥିଲେ।

Share