ବାବୁ ଦେଉନାହାନ୍ତି ବିଦ୍ୟୁତ୍‌ ବିଲ୍‌: ବଢ଼ି ବଢ଼ି ହେଲାଣି ୩ କୋଟି

ଅନୁଗୋଳ ଅଫିସ, ୨।୮: ପ୍ରତି ପ୍ରକୋଷ୍ଠରେ ଏସି, ଚକ୍‌ଚକ୍‌ ଆଲୁଅ। ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ଶକ୍ତି। ହେଲେ ଏ ବାବଦ ବିଲ୍‌ ପଇଠ କରୁନିି କାର୍ଯ୍ୟାଳୟ। ଫଳରେ ବକେୟା ବଢ଼ି ବଢ଼ି ଆସି ୩ କୋଟି ହେଲାଣି। ସାଧାରଣ ଉପଭୋକ୍ତା ଠିକ ସମୟରେ ବିଲ୍‌ ନ ଦେଲେ ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଉଥିବାବେଳେ ଅନୁଗୋଳ ସହରର ବିଭିନ୍ନ ସରକାରୀ ଅଫିସ୍‌ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସହରର ଅନେକ ସରକାରୀ କାର୍ଯ୍ୟାଳୟରେ ଅନାବଶ୍ୟକ ଭାବେ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ମଧ୍ୟ ଲଗାଯାଇଛି। ଏଥିପାଇଁ ବିଲ୍‌ ଦେବାକୁ ପଡୁ ନ ଥିବାରୁ ମନଇଚ୍ଛା ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି ଅଧିକାରୀ। ଦେୟ ଆଦାୟ ପାଇଁ ପୂର୍ବରୁ ଥିବା ସେସୁ ବର୍ତ୍ତମାନର ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ(ଟିପିସିଓଡିଏଲ) କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଅନୁଗୋଳର ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଗତ ଏପ୍ରିଲ ୩ ତାରିଖ ସୁଦ୍ଧା ମୋଟ ୩ କୋଟି ୫ ଲକ୍ଷ ୭୬ ହଜାର ୭୪୮ ଟଙ୍କା ବିଦ୍ୟୁତ ବିଲ୍‌ ଅନାଦାୟ ରହିଛି। ମୋଟ ୧୦୮୧ ସରକାରୀ ଉପଭୋକ୍ତଙ୍କ ଉପରେ ଏହି ବିଲ୍‌ ବାକି ରହିଛି। ଅନୁଗୋଳ ଗ୍ରାମ୍ୟ ଉନ୍ନୟନ(ଆରଡି) କାର୍ଯ୍ୟାଳୟ ଉପରେ ସର୍ବାଧିକ ୯୩ ଲକ୍ଷ ୭୨ ହଜାର ୩୯୬ ଟଙ୍କା ବାକି ରହିଥିବାବେଳେ ଗୃହ ଓ ନଗର ଉନ୍ନୟନ କାର୍ଯ୍ୟାଳୟ ଉପରେ ୫୬ ଲକ୍ଷ ୪୨ ହଜାର ୮୦୫, ସ୍କୁଲ ଓ ଗଣଶିକ୍ଷା କାର୍ଯ୍ୟାଳୟ ଉପରେ ୨୯ ଲକ୍ଷ ୫୦ ହଜାର ୨୪୬, ପଞ୍ଚାୟତ ବିଭାଗ ଉପରେ ୨୬ ଲକ୍ଷ ୨୬ ହଜାର ୪୭୮, ଉଚ୍ଚ ଶିକ୍ଷା ବିଭାଗ କାର୍ଯ୍ୟାଳୟ ଉପରେ ୨୧ ଲକ୍ଷ ୪୩ ହଜାର ୬୯୭, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧୀନରେ ଥିବା ମେଡିକାଲ ଉପରେ ୨୧ଲକ୍ଷ ୧୪ ହଜାର ୪୫୦, ପୋଲିସ ବିଭାଗ ଉପରେ ୧୪ ଲକ୍ଷ ୧୪ ହଜାର ୨୧୯, ବିପର୍ଯ୍ୟୟ ଓ ପରିଚାଳନା କାର୍ଯ୍ୟାଳୟ ଉପରେ ୧୨ ଲକ୍ଷ ୫ ହଜାର ୧୬୪ ଟଙ୍କା ବାକି ରହିଛି। ଏତେ ଟଙ୍କା ବାକି ଥିଲେ ମଧ୍ୟ ବିଲ୍‌ ଆଦାୟ ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ କିମ୍ବା ସରକାରୀ କାର୍ଯ୍ୟାଳୟ ବିଲ୍‌ ଦେବା ପାଇଁ ଆନ୍ତରିକତା ମଧ୍ୟ ଦେଖାଉନାହିଁ।
ଘଟଣା ସମ୍ପର୍କରେ ଟିପିସିଓଡିଏଲ ମ୍ୟାନେଜର ସୁବ୍ରତ ସାହୁଙ୍କୁ ପଚାରିବାରେ କହିଛନ୍ତି, ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ମାତ୍ର କୌଣସି ଅଫିସ ବିଲ୍‌ ପଇଠ ପାଇଁ ପଦକ୍ଷେପ ନେଉନାହାନ୍ତି। ବର୍ଷକୁ ଥରେ ମାର୍ଚ୍ଚ ମାସରେ କିଛି ବିଲ୍‌ ପ୍ରଦାନ କରୁଛନ୍ତି। ନିକଟରେ ଅନୁଗୋଳ ପୌରପାଳିକା ସର୍ବାଧିକ ବକେୟା ବିଲ୍‌ ପ୍ରଦାନ କରିଛି। ଏହି ସରକାରୀ କାର୍ଯ୍ୟାଳୟଗୁଡିକରେ ଥିବା ବକେୟା ବିଲ୍‌ ସମ୍ପର୍କରେ ସଂସ୍ଥା କ’ଣ ପଦକ୍ଷେପ ଗ୍ରହଣ କରିବ କିଛି ସ୍ପଷ୍ଟ ହୋଇନାହିଁ। ଆଗକୁ ଯେଉଁ ନିର୍ଦ୍ଦେଶ ଆସିବ ତାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଚିଠି କରି ଦିଆଯିବ ବୋଲି ମ୍ୟାନେଜର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri