ବାବୁ ଦେଉନାହାନ୍ତି ବିଦ୍ୟୁତ୍‌ ବିଲ୍‌: ବଢ଼ି ବଢ଼ି ହେଲାଣି ୩ କୋଟି

ଅନୁଗୋଳ ଅଫିସ, ୨।୮: ପ୍ରତି ପ୍ରକୋଷ୍ଠରେ ଏସି, ଚକ୍‌ଚକ୍‌ ଆଲୁଅ। ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ଶକ୍ତି। ହେଲେ ଏ ବାବଦ ବିଲ୍‌ ପଇଠ କରୁନିି କାର୍ଯ୍ୟାଳୟ। ଫଳରେ ବକେୟା ବଢ଼ି ବଢ଼ି ଆସି ୩ କୋଟି ହେଲାଣି। ସାଧାରଣ ଉପଭୋକ୍ତା ଠିକ ସମୟରେ ବିଲ୍‌ ନ ଦେଲେ ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଉଥିବାବେଳେ ଅନୁଗୋଳ ସହରର ବିଭିନ୍ନ ସରକାରୀ ଅଫିସ୍‌ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସହରର ଅନେକ ସରକାରୀ କାର୍ଯ୍ୟାଳୟରେ ଅନାବଶ୍ୟକ ଭାବେ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ମଧ୍ୟ ଲଗାଯାଇଛି। ଏଥିପାଇଁ ବିଲ୍‌ ଦେବାକୁ ପଡୁ ନ ଥିବାରୁ ମନଇଚ୍ଛା ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି ଅଧିକାରୀ। ଦେୟ ଆଦାୟ ପାଇଁ ପୂର୍ବରୁ ଥିବା ସେସୁ ବର୍ତ୍ତମାନର ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ(ଟିପିସିଓଡିଏଲ) କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଅନୁଗୋଳର ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଗତ ଏପ୍ରିଲ ୩ ତାରିଖ ସୁଦ୍ଧା ମୋଟ ୩ କୋଟି ୫ ଲକ୍ଷ ୭୬ ହଜାର ୭୪୮ ଟଙ୍କା ବିଦ୍ୟୁତ ବିଲ୍‌ ଅନାଦାୟ ରହିଛି। ମୋଟ ୧୦୮୧ ସରକାରୀ ଉପଭୋକ୍ତଙ୍କ ଉପରେ ଏହି ବିଲ୍‌ ବାକି ରହିଛି। ଅନୁଗୋଳ ଗ୍ରାମ୍ୟ ଉନ୍ନୟନ(ଆରଡି) କାର୍ଯ୍ୟାଳୟ ଉପରେ ସର୍ବାଧିକ ୯୩ ଲକ୍ଷ ୭୨ ହଜାର ୩୯୬ ଟଙ୍କା ବାକି ରହିଥିବାବେଳେ ଗୃହ ଓ ନଗର ଉନ୍ନୟନ କାର୍ଯ୍ୟାଳୟ ଉପରେ ୫୬ ଲକ୍ଷ ୪୨ ହଜାର ୮୦୫, ସ୍କୁଲ ଓ ଗଣଶିକ୍ଷା କାର୍ଯ୍ୟାଳୟ ଉପରେ ୨୯ ଲକ୍ଷ ୫୦ ହଜାର ୨୪୬, ପଞ୍ଚାୟତ ବିଭାଗ ଉପରେ ୨୬ ଲକ୍ଷ ୨୬ ହଜାର ୪୭୮, ଉଚ୍ଚ ଶିକ୍ଷା ବିଭାଗ କାର୍ଯ୍ୟାଳୟ ଉପରେ ୨୧ ଲକ୍ଷ ୪୩ ହଜାର ୬୯୭, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧୀନରେ ଥିବା ମେଡିକାଲ ଉପରେ ୨୧ଲକ୍ଷ ୧୪ ହଜାର ୪୫୦, ପୋଲିସ ବିଭାଗ ଉପରେ ୧୪ ଲକ୍ଷ ୧୪ ହଜାର ୨୧୯, ବିପର୍ଯ୍ୟୟ ଓ ପରିଚାଳନା କାର୍ଯ୍ୟାଳୟ ଉପରେ ୧୨ ଲକ୍ଷ ୫ ହଜାର ୧୬୪ ଟଙ୍କା ବାକି ରହିଛି। ଏତେ ଟଙ୍କା ବାକି ଥିଲେ ମଧ୍ୟ ବିଲ୍‌ ଆଦାୟ ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ କିମ୍ବା ସରକାରୀ କାର୍ଯ୍ୟାଳୟ ବିଲ୍‌ ଦେବା ପାଇଁ ଆନ୍ତରିକତା ମଧ୍ୟ ଦେଖାଉନାହିଁ।
ଘଟଣା ସମ୍ପର୍କରେ ଟିପିସିଓଡିଏଲ ମ୍ୟାନେଜର ସୁବ୍ରତ ସାହୁଙ୍କୁ ପଚାରିବାରେ କହିଛନ୍ତି, ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ମାତ୍ର କୌଣସି ଅଫିସ ବିଲ୍‌ ପଇଠ ପାଇଁ ପଦକ୍ଷେପ ନେଉନାହାନ୍ତି। ବର୍ଷକୁ ଥରେ ମାର୍ଚ୍ଚ ମାସରେ କିଛି ବିଲ୍‌ ପ୍ରଦାନ କରୁଛନ୍ତି। ନିକଟରେ ଅନୁଗୋଳ ପୌରପାଳିକା ସର୍ବାଧିକ ବକେୟା ବିଲ୍‌ ପ୍ରଦାନ କରିଛି। ଏହି ସରକାରୀ କାର୍ଯ୍ୟାଳୟଗୁଡିକରେ ଥିବା ବକେୟା ବିଲ୍‌ ସମ୍ପର୍କରେ ସଂସ୍ଥା କ’ଣ ପଦକ୍ଷେପ ଗ୍ରହଣ କରିବ କିଛି ସ୍ପଷ୍ଟ ହୋଇନାହିଁ। ଆଗକୁ ଯେଉଁ ନିର୍ଦ୍ଦେଶ ଆସିବ ତାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଚିଠି କରି ଦିଆଯିବ ବୋଲି ମ୍ୟାନେଜର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଭିଜିବ ନୂଆ ବର୍ଷ, ୫ ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ନୂତନ ବର୍ଷର ଗୋଟିଏ ଦିନ...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

୮୦ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

ଢାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ନଭେମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri