ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ର ମୃତ୍ୟୁ

ଥିରୁଭାନନ୍ତପୁରମ,୧୦।୧୦: କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ ଦେହାନ୍ତ ହୋଇଛି। ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଗତ ୭୦ ବର୍ଷ ଧରି ମନ୍ଦିରର ହ୍ରଦରେ ରହୁଥିଲା। ଏହି କୁମ୍ଭୀର ବିଷୟରେ ସବୁଠାରୁ ବିଶେଷ କଥା ହେଲା ଏହା ହେଉଛି ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର। ମନ୍ଦିର ପ୍ରଶାସନ ଦାବି କରିଛି ଯେ, ସେ କେବଳ ମନ୍ଦିରର ଭୋଗ ଖାଇ ବଞ୍ଚୁଥିଲା। ମନ୍ଦିର ପୁରୋହିତଙ୍କ ଅନୁଯାୟୀ, ‘ଈଶ୍ୱରୀୟ’ କୁମ୍ଭୀରଟି ଅଧିକାଂଶ ସମୟ ଗୁମ୍ଫା ଭିତରେ ବିତାଇ ଅପରାହ୍ନରେ ବାହାରକୁ ଆସୁଥିଲା।
ରବିବାର ରାତି ପ୍ରାୟ ୧୧.୩୦ ସମୟରେ ହ୍ରଦରେ କୁମ୍ଭୀରର ମୃତଦେହ ଦେଖିବାକୁ ମିଳିଥିଲା। ମନ୍ଦିର ପ୍ରଶାସନ ତୁରନ୍ତ ପୋଲିସ ଏବଂ ପଶୁପାଳନ ବିଭାଗକୁ ସୂଚନା ଦେଇଥିଲା। ମୃତ ‘ବାବିଆ’କୁ ହ୍ରଦରୁ ଉଦ୍ଧାର କରାଯାଇଥିଲା। ଏହା ପରେ ବାବିଆକୁ ଏକ ଗ୍ଲାସ ବାକ୍ସରେ ରଖାଯାଇଥିଲା। ସୋମବାର ଅନେକ ନେତା ବାବିଆଙ୍କୁ ଶେଷ ସମ୍ମାନ ଜଣାଇଥିଲେ।
କୁମ୍ଭୀରଟି ହ୍ରଦରେ ରହିବା ସତ୍ତ୍ୱେ ମାଛ ଏବଂ ଅନ୍ୟାନ୍ୟ ଜଳଜୀବ ଖାଇ ନ ଥିଲା। ଦିନକୁ ଦୁଇଥର ସେ ଭଗବାନଙ୍କୁ ଦେଖା କରିବାକୁ ଯାଉଥିଲା। ସ୍ଥାନୀୟ ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ, ମନ୍ଦିରରେ ପୂଜାପାଠ ସମୟରେ ବାବିଆ କେବଳ ଦିଆଯାଇଥିବା ପ୍ରସାଦ ଖାଉଥିଲା।

 

Share