ବବି-କୋଏଲଙ୍କ ବିବାହ ବିଚ୍ଛେଦ; ଇନ୍‌ଷ୍ଟା ପୋଷ୍ଟରେ ଅଭିନେତ୍ରୀ କହିଲେ…

ଇନ୍‌ଷ୍ଟାଗ୍ରାମରେ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବିବାହ ବିଚ୍ଛେଦ ନେଇ ସଙ୍କେତ ଦେଇଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ। ପଶ୍ଚିମବଙ୍ଗର ହୋଇଥିଲେ ହେଁ ଓଲିଉଡ୍‌ରେ ତାଙ୍କର ଖ୍ୟାତି ରହିଛି। ଅଭିନେତା ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ୨୦୧୩ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହେଲେ ୨୦୧୮ରୁ ଉଭୟ ପରସ୍ପରଠାରୁ ଅଲଗା ରହୁଥିବା ସ୍ପଷ୍ଟ କରିଛନ୍ତି କୋଏଲ।

ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଜଣାଇବାକୁ ଚାହେଁ। ବିବାହ ତିଷ୍ଠି ପାରିଲା ନାହିଁ। ଆମେ ଆଇନଗତ ଭାବେ ଅଲଗା ରହୁଛୁ। ଓଡ଼ିଆ ଲୋକମାନେ ବହୁତ ଭଲପାଇବା ଦେଇଛନ୍ତି। ସେଠାରେ ଜୀବନର ବହୁତ କିଛି ପାଇଛି। ଏଣୁ ଏସବୁ ବିଷୟରେ ଜଣାଇବା ମୋର କର୍ତ୍ତବ୍ୟ ବୋଲି ମନେକଲି। ବର୍ତ୍ତମାନ ମୋର ରାସ୍ତା ଅଲଗା ଏବଂ ଆଗକୁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବି ବୋଲି ଆଶା କରୁଛି ବୋଲି କୋଏଲ କହିଛନ୍ତି। ଓଲିଉଡ୍‌ ପାଇଁ ଏହି ଖବର ନୂଆ ନୁହେଁ ହେଲେ ଚଳଚ୍ଚିତ୍ରପ୍ରେମୀଙ୍କୁ ଏହି ଖବର ଚକିତ କରିଛି।

Share