Categories: ଖେଳ

ପ୍ରଶଂସକ ଏମିତି ନାଁରେ ଡାକିବାରୁ, ପ୍ରବଳ ରାଗିଗଲେ ବାବର: ଇଶାରାରେ କହିଦେଲେ ଏମିତି କଥା…ଦେଖନ୍ତୁ ଭିଡିଓ

ଇସଲାମାବାଦ୍‌,୨୬।୨: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମଙ୍କ ପାଇଁ ଗତ କିଛି ମାସ ଅତ୍ୟନ୍ତ କଷ୍ଟସାଧ୍ୟ ରହିଛି। ଗତ ବର୍ଷ ଭାରତରେ ଅନୁଷ୍ଠିତ ବିଶ୍ୱକପରେ ପ୍ରଦର୍ଶନ ଖରାପ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କୁ ଟାର୍ଗେଟ କରି ଟ୍ରୋଲ କରୁଛନ୍ତି। ପାକିସ୍ତାନ ସୁପର ଲିଗ (ପିଏସଏଲ) ସମୟରେ ପ୍ରଶଂସକ ବାବର ଆଜାମଙ୍କୁ ଟ୍ରୋଲ କରିଥିଲେ। ଏହା ଦେଖି ବାବର ରାଗିଯାଇଥିଲେ। ପିଏସଏଲ ମ୍ୟାଚ ସମୟରେ ବାବର ଆଜମ ସହ ସାଥୀ ଖେଳାଳିଙ୍କ ସହ ବସିଥିବାବେଳେ ବେଳେ ତାଙ୍କୁ ପ୍ରଶଂସକମାନେ, ଜିମ୍ବାବର … ଜିମ୍ବାବର’ କହି ଡାକିଥିଲେ। ଏହା ଶୁଣି ରାଗରେ ବାବରଙ୍କ ମୁହଁ ଲାଲ ହୋଇଯାଇଥିଲା। ଏହା ପରେ ବାବର ପ୍ରଶଂସକଙ୍କ ଆଡକୁ ଚାହିଁ ସେମାନଙ୍କ ଉପରେ ପାଣି ବୋତଲ ଫିଙ୍ଗିଦେବାକୁ ମଧ୍ୟ ଧମକ ଦେଇଥିଲେ।
୨୦୧୫ରେ କ୍ୟାରିୟର ଆରମ୍ଭରୁ ବାବରଙ୍କ ପ୍ରଦର୍ଶନ ଭଲ ଥିଲା। ଏକ ସମୟରେ ବାବରଙ୍କୁ ବିଶ୍ୱ ସ୍ତରରେ କୋହଲିଙ୍କ ଉତ୍ତରାଧିକାରୀ ଘୋଷିତ କରାଯାଇଥିଲା। ନିଶ୍ଚିତ ଭାବରେ, ତିନୋଟି ଫର୍ମାଟରେ ବାବରଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଥିଲା। କିନ୍ତୁ ଗତ ଦୁଇ-ତିନି ବର୍ଷ ବାବର ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି। ଯଦିଓ ସେ ରନ ସ୍କୋର କରିଛନ୍ତି, ତେବେ ସେ ଜିମ୍ବାୱେ ଭଳି ଏକ ଦଳ ବିପକ୍ଷରେ ସ୍କୋର କରିଛନ୍ତି। ପ୍ରାରମ୍ଭରେ ବିତର୍କ ଆରମ୍ଭ ହେଲା ଯେ ବାବର ସ୍କୋର କେବଳ ଜିମ୍ବାୱେ ବିପକ୍ଷରେ ଚାଲିଥାଏ … ଧୀରେ ଧୀରେ ଏହି ବିତର୍କ ‘ଜିମ୍ବାବର’ର ରୂପ ନେଇଥିଲା।
ସମସ୍ତ ତିନୋଟି ଫର୍ମାଟରେ ବାବର ପାଇଁ ୨୦୨୩ ବର୍ଷ ସବୁଠାରୁ କଷ୍ଟକର ବର୍ଷ ଥିଲା।ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନୀ ଦଳ ଏସିଆ କପ୍‌ରେ କିମ୍ବା ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିପାରିପାରି ନ ଥିଲା। ଏହା ପରେ ତାଙ୍କଠାରୁ ଅଧିନାୟକତ୍ୱ ସମସ୍ତ ଫର୍ମାଟରୁ ଛଡ଼ାଯାଇଥିଲା।

Share