Categories: ଖେଳ

ଭାରତ ଛାଡିବା ପୂର୍ବରୁ ଖୁବ ଶପିଂ କଲେ ବାବର ଆଜମ

ନୂଆଦିଲ୍ଲୀ,୧୧।୧୧: ଭାରତ ଦ୍ୱାରା ଆୟୋଜିତ ବିଶ୍ୱକପ ୨୦୨୩ରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ଖରାପ ରହିଛି। ଯଦିଓ ପାକିସ୍ତାନ ସେମିଫାଇନାଲ ପାଇଁ ଆନୁଷ୍ଠାନିକ ଭାବେ ଦୌଡ଼ରୁ ବାହାରି ନାହିଁ, ତଥାପି ଟପ -୪ ରେ ପହଞ୍ଚିବାର ସମ୍ଭାବନା ବହୁତ କମ। ଏହାର ଅର୍ଥ ହେଉଛି ଏହି ଦଳ ସେମିଫାଇନାଲରେ ପ୍ରବେଶ ନ କରି ଘରକୁ ଫେରିବ। କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ପାକିସ୍ତାନକୁ ଫେରିବା ପୂର୍ବରୁ କ୍ୟାପଟେନ ବାବର ଆଜମ ଭାରତରେ ବହୁତ ଶପିଂ କରୁଛନ୍ତି ଏବଂ ବର୍ତ୍ତମାନ ସେ ଅନେକ ଜିନିଷ କିଣିଛନ୍ତି।

ଗତ କିଛି ଦିନ ହେବ ଶୁଣିବାକୁ ମିଳୁଛି ଯେ ବାବର ଆଜମ ଚଳିତ ବର୍ଷ ଶେଷରେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଭାରତରୁ ଶପିଂ କରୁଛନ୍ତି। ନିକଟରେ ଖବର ଆସିଥିଲା ଯେ ବାବର ସବ୍ୟସାଚୀଙ୍କ ଠାରୁ ୭ ଲକ୍ଷ ଟଙ୍କା ମୂଲ୍ୟର ଏକ ଶେରୱାନି କିଣିଛନ୍ତି ଏବଂ ଏକ ମହଙ୍ଗା ରିଙ୍ଗ ମଧ୍ୟ କିଣିଛି। ଏହି ସମୟରେ, ସେ ବର୍ତ୍ତମାନ ଶପିଂ ପାଇଁ କୋଲକାତାର ଏକ ମଲକୁ ଯାଇଥିଲେ। ଯେଉଁଠାରେ, ସେ ଏକ ସିଟି ମଲରେ ଥିବା ଏକ ଏଥେନିକ ଓ୍ବେୟାର ଦୋକାନରୁ ୭ଟି ଶାଢୀ କିଣିଥିଲେ। ମଲର ତୃତୀୟ ମହଲାରେ ଅବସ୍ଥିତ ଷ୍ଟୋରର ଜଣେ କର୍ମଚାରୀ କହିଛନ୍ତି, ବାବର ଆଜମ ୭ ଟି ଶାଢି କିଣିଥିଲେ, ଯାହା ମଧ୍ୟରୁ ଅଧିକାଂଶ ସିଫନ ଜର୍ଜେଟର। ସେ ଆମର କଲେକଶନକୁ ବହୁତ ପସନ୍ଦ କରିଥିଲେ। କିନ୍ତୁ, ସେ କ’ଣ କିଣିବାକୁ ଚାହୁଁଥିଲେ ତାହାୁ ସ୍ଥିର କରି ପାରିଲେ ନାହିଁ। ତା’ପରେ ସେ ତାଙ୍କ ଘରକୁ ଏକ ଭିଡିଓ କଲ କରି ଶାଢି ଦେଖାଇଲେ ଏବଂ ଦୀର୍ଘ ସମୟ କଥାବାର୍ତ୍ତା କଲେ, ଯାହା ପରେ ସେ ୭ଟି ଶାଢି ବାଛିଲେ। ପାକିସ୍ତାନୀ କ୍ରିକେଟରଙ୍କ ସହ ଉପସ୍ଥିତ ଥିବା ଏକ ମଲ ଅଧିକାରୀଙ୍କ ଅନୁଯାୟୀ ଉଭୟ ବାବର ଏବଂ ଇମାମ ସେଠାରେ ପୋଷାକ କିଣିଥିଲେ। ପୋଲିସର ଏକ ବଡ଼ ଦଳ ସେମାନଙ୍କ ସହ ରହିଥଇଲେ। ବାବର ଏବଂ ଇମାମ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମଲରେ ଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ଖବର ଆସିଥିଲା ଯେ ବାବର ଦିଲ୍ଲୀର ଭାରତର ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚିଙ୍କ ଠାରୁ ୭ଲକ୍ଷ ଟଙ୍କା ମୂଲ୍ୟର ଏକ ଶେରୱାନି କିଣିଛନ୍ତି, କାରଣ ସେ ଚଳିତ ବର୍ଷ ଶେଷରେ ବିବାହ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ବାବର ମଧ୍ୟ ଏଠାରୁ ତାଙ୍କ ଏନଗେଜମେଣ୍ଟ ରିଙ୍ଗ କିଣିଛନ୍ତି।

Share