Categories: ଖେଳ

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର ଆଜମ, ରଚିଲେ ଇତିହାସ

ଅକଲାଣ୍ଡ,୧୪।୧୦: ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ ପୁଣିଥରେ ନିଜର ପୁରୁଣା ଫର୍ମକୁ ଫେରିଛନ୍ତି। ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଟ୍ରାଇ ସିରିଜରେ ବାଂଲାଦେଶ ବିପକ୍ଷରେ ବାବର ୪୦ଟି ବଲରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥି ସହିତ ବାବର ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ୧୧,୦୦୦ ଅନ୍ତର୍ଜାତୀୟ ରନ ସ୍କୋର କରିବାରେ ବାବର ଦ୍ରୁତତମ ଏସୀୟ ଖେଳାଳି ହୋଇପାରିଛନ୍ତି।
ପାକିସ୍ତାନର ୨୭ ବର୍ଷୀୟ ବ୍ୟାଟ୍ସମ୍ୟାନ ବାବର ଆଜମ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୧୧,୦୦୦ ରନ ପୂରଣ କରିଛନ୍ତି। ବାବର ମାତ୍ର ୨୫୧ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ସେ ୧୧,୦୦୦ ରନ ସ୍କୋର କରିବାରେ ଦ୍ରୁତତମ ଏସୀୟ ଖେଳାଳି ହୋଇପାରିଛନ୍ତି। ବାବର ପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାଁରେ ଥିଲା, ସେ ୨୬୧ ଇନିଂସରେ ଏହା କରିଥିଲେ। ଏଥି ସହିତ ଏହି ତାଲିକାର ତୃତୀୟ ନମ୍ବର ଭାରତର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରହିଛନ୍ତି। ସେ ୨୬୨ ଇନିଂସରେ ୧୧ ହଜାର ରନ ସଂଗ୍ରହ କରିଥିଲେ। ଏଥି ସହିତ ପାକିସ୍ତାନର ଭେଟେରାନ ବ୍ୟାଟ୍ସମ୍ୟାନ ଜାଭେଦ ମିଆନ୍ଦାଦଙ୍କ ଚତୁର୍ଥ ସ୍ଥାନରେ ଅଛି। ସେ ୨୬୬ ଇନିଂସରେ ୧୧ ହଜାର ରନ ପୂରଣ କରିଥିଲେ।

Share