Categories: ଜାତୀୟ

କଂଗ୍ରେସ ଜିତିଲେ ବାବର-ଔରଙ୍ଗଜେବ ନିର୍ଯାତନା ଦେବା ଆରମ୍ଭ କରିବେ: ହିମନ୍ତ

ଭୋପାଳ,୮।୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଅନୁଷ୍ଠିତ ହେବ। ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ମଧ୍ୟ ମଧ୍ୟପ୍ରଦେଶରେ ପହଞ୍ଚି ଖଣ୍ଡୱା ଲୋକଙ୍କୁ ସମ୍ବୋଧିତ କରିଛନ୍ତି।
ସେ କହିଛନ୍ତି, ଯଦି କଂଗ୍ରେସ ନିର୍ବାଚନରେ ଜିତେ ତେବେ ବାବର ଏବଂ ଔରଙ୍ଗଜେବ ସମଗ୍ର ଭାରତରେ ଆମ ଲୋକଙ୍କୁ ନିର୍ଯାତନା ଦେବା ଆରମ୍ଭ କରିବେ। କଂଗ୍ରେସକୁ ଭୋଟ ଦେବାର ଅର୍ଥ ହେଉଛି ଦେଶରେ ‘ବାବର’ ମାନଙ୍କୁ ଉତ୍ସାହିତ କରିବା। ଯେତେବେଳେ କଂଗ୍ରେସକୁ ଭୋଟ ମିଳିଲେ ‘ଔରଙ୍ଗଜେବ’ଙ୍କୁ ଭିଟାମିନ ମିଳିଥାଏ। କଂଗ୍ରେସକୁ ଭୋଟ ନ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Share