ପୋଖରୀକୁ ଗୋଡ଼ ଧୋଇବାକୁ ଯାଇ ଆଉ ଫେରିଲେନି ବାବନ

ଆନନ୍ଦପୁର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କଣ୍ଟିପାଳ ଗାଁ ଖିଲାର ସାହିର ବାବନ ଖିଲାର (୬୫)। ସେ ପୋଖରୀକୁ ଗୋଡ ଧୋଇବାକୁ ଯିବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ। ପାଖରେ କେହି ନ ଥିବାରୁ ଘଟଣା ସମ୍ପର୍କରେ ଜଣାପଡ଼ି ନ ଥିଲା। ପାଣିରେ ଚପଲ ଭାସୁଥିବା ଦେଖି କେତେକ ସ୍ଥାନୀୟ ଯୁବକ ସନ୍ଦେହରେ ପାଣିକୁ ଡେଇଁ ବାବନଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।