ଏଥର ଚାପ ଖେଳିପାରିଲେନି ବାବାମଣି

ଭଦ୍ରକ,୧୨ା୫(ସନାତନ ରାଉତ)ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନ ପୂର୍ଣ୍ଣିମା ପାଇଁ ଏଥର ଚାପ ଖେଳ ହୋଇପାରିଲା ନାହିଁ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ନିରାଶ ଦେଖାଦେଇଛି। ଶିବଗଙ୍ଗା ପୁଷ୍କରିଣୀ ଶୁଖିଲା ପଡ଼ିଥିବାରୁ ବାବା ଚନ୍ଦ୍ରଶେଖରଙ୍କ ଚାପ ଖେଳ ହୋଇପାରିଲା ନାହିଁ। କେବଳ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ଆଖଣ୍ଡଳମଣି ପୀଠରେ ଏବେ ଗ୍ରୀଷ୍ମଋତୁରେ ପାଣି ସମସ୍ୟା ଲାଗି ରହିଛି। ବାବାମଣିଙ୍କ ଦୈନନ୍ଦିନ ପୂଜା ମଧ୍ୟ ପାଇପ୍‌ ପାଣିରେ କରାଯାଉଛି। ପୀଠରେ ବିକାଶମୂଳକ କାର୍ଯ୍ୟ ଚାଲୁଥିବା ବେଳେ ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ପାଇଁ ଦୀର୍ଘଦିନ ଧରି ପୋଖରୀକୁ ଶୁଖିଲା ରଖାଯାଇଛି। ପୋଖରୀ ଭିତରେ ଘାସ, ଅନାବନା ଗଛ ମଧ୍ୟ ସୃଷ୍ଟି ହୋଇଗଲାଣି। ୬ ମାସରୁ ଊର୍ଦ୍ଧ୍ୱ ହେବ ପୋଖରୀ ଶୁଖିଲା ପଡ଼ିଥିବାରୁ ସେବା ପୂଜା ସହ ରୋଷେଇ ଶାଳରେ ମଧ୍ୟ ପାଣିର ଅଭାବ ଦେଖାଯାଉଛି।
ଅକ୍ଷୟ ତୃତୀୟାଠାରୁ ୨୧ ଦିନ ପର୍ଯ୍ୟନ୍ତ ପ୍ରତ୍ୟେହ ଅପରାହ୍ନରେ ବାବାମଣିଙ୍କ ଚାପଖେଳ କରାଯାଏ। ଏକ ସୁସଜ୍ଜିତ ବୋଇତରେ ବାବା ଚନ୍ଦ୍ରଶେଖରଙ୍କ ବିଗ୍ରହ ରଖାଯାଇ ପୋଖରୀରେ ସେବାୟତମାନଙ୍କ ଦ୍ୱାରା ଚାପଖେଳ କରାଯାଇଥାଏ। ପୋଖରୀ ଚାରିପଟେ ହଜାର ହଜାର ସଂଖ୍ୟାରେ ଭକ୍ତ ଏହି ଚାପ ଖେଳକୁ ଦେଖିଥାନ୍ତି। ଏଥର କିନ୍ତୁ ଏହି ଚାପ ଖେଳ ଦେଖିବାର ସୁଯୋଗ ନ ଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି। ବୈତରଣୀ ନଦୀରୁ ମାହାରା ଦେଇ ଶିବଗଙ୍ଗା ପୁଷ୍କରିଣୀରେ ପାଣି ଭରି ରହିଥାଏ। ଏହି ପୋଖରୀ ପାଣିରେ ବାବାଙ୍କର ଜଳାଭିଷେକ ହୋଇଥାଏ। ଏଥର ଜାଗର ଯାତ୍ରାରେ ମଧ୍ୟ ବାବାଙ୍କ ଚତୁର୍ଥ ପ୍ରହରର ଜଳାଭିଷେକ ଟ୍ୟାପ୍‌ ପାଣିରେ ହୋଇଥିଲା। ଏନେଇ ସେବାୟତ ମଣିପ୍ରସାଦ ପାଢ଼ୀ କହିଛନ୍ତି, ପୋଖରୀ ଶୁଖିଲା ଥିବାରୁ ବାବାଙ୍କ ଚାପଖେଳ ହୋଇପାରିଲା ନାହିଁ। କେବଳ ବିଧି ଅନୁସାରେ ଶ୍ରାବଣୀ ମନ୍ଦିରରେ ବାବାଙ୍କ ଷୋଡ଼ଶ ଉପଚାର ବିଧିରେ ପୂଜା କରାଯାଉଛି। ପ୍ରତିବର୍ଷ ହଜାର ହଜାର ଭକ୍ତ ଚାପ ଖେଳ ଦେଖିବା ପାଇଁ ଆସନ୍ତି, ଏଥର ଫିକା ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri