‘ବାବା ଥିଲେ ବହୁତ ଖୁସି ହୋଇଥାନ୍ତେ’

ଓଡ଼ିଆ ପୁଅ ପ୍ରେମ ପରିଜାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଭୁବନେଶ୍ୱରର ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରୁ ସେ ଆରମ୍ଭ କରିଥିଲେ ବଲିଉଡ୍‌ର ଯାତ୍ରା। ନାଟକରେ ମଧ୍ୟ ପ୍ରେମଙ୍କର ରହିଛି ବେଶ୍‌ ଦଖଲ। ଦିଲ୍ଲୀ ହଂଶରାଜ କଲେଜର ଡ୍ରାମାଟିକ ସୋସାଇଟି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟକରେ ସେ ଅଭିନୟ କରିଛନ୍ତି। ଜଣେ ସହନିର୍ଦ୍ଦେଶକ ଭାବେ ବଲିଉଡ୍‌ରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଚଳଚ୍ଚିତ୍ର ‘ୱେଲ୍‌କମ୍‌ ଟୁ କରାଚୀ’, ‘ସତ୍ୟମେବ ଜୟତେ’, ‘ବାଜାର’, ନେଟ୍‌ଫ୍ଲିକ୍ସର ହଲିଉଡ ସିରିଜ୍‌ ‘ସେନ୍ସ ୮’ ଏବଂ ‘ବାଟ୍‌ଲା ହାଉସ’ରେ ପରଦା ପଛରେ କାମ କରିଛନ୍ତି ପ୍ରେମ। ଅଗଷ୍ଟ ୧୧ରେ ଡିଜ୍‌ନି+ ହଟ୍‌ଷ୍ଟାର ଓଟିଟି ପ୍ଲାଟ୍‌ଫର୍ମରେ ତାଙ୍କ ଅଭିନୀତ ଆକ୍ସନ-ଥ୍ରୀଲର ୱେବ୍‌ସିରିଜ୍‌ ‘କମାଣ୍ଡୋ’ ରିଲିଜ ହୋଇସାରିଛି। ଶନିବାର ସେ ଭୁବନେଶ୍ୱର ଆସିଥିବାବେଳେ ତାଙ୍କ ସହ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ସାକ୍ଷାତ୍‌କାର।
– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ

ବଲିଉଡ୍‌କୁ ଯାତ୍ରା କିଭଳି ଥିଲା?
୧୧ବର୍ଷ ବସୟରେ ଡିସାଇଡ୍‌ କରିଥିଲି ଯେ, ମୋତେ ଅଭିନେତା ହେବାର ଅଛି। ଆଉ ଖୁସିର କଥା କି ସେ ବୟସରୁ ମୋ ଘର ଲୋକ ମୋ କଥାକୁ ଗୁରୁତ୍ୱ ଦେଇଥିଲେ। ମୋତେ କେହି କେବେ ମନା କରି ନ ଥିଲେ। ସ୍କୁଲ ପାଠପଢ଼ା ପରେ ଦିଲ୍ଲୀରେ ନାଟକ ବିଭାଗରେ ପାଠପଢ଼ିଲି। ସେଠାର ଥିଏଟର୍‌ କଲ୍‌ଚର ବହୁତ ଭଲ। ୨୦୧୩ରେ ବମ୍ବେ ଗଲା ପରେ ଭାବିଲି ମୁଁ ଏବେ ଫିଲ୍ମରେ ସୁଯୋଗ ପାଇଯିବି। କିନ୍ତୁ ସେମିତି ହେଲାନି। ବହୁତ ବର୍ଷ ପରଦା ପଛରେ କାମ କଲି। ଦୀର୍ଘ ୧୦ ବର୍ଷ ପରେ ପରଦା ଆଗକୁ ଆସିବାର ସୁଯୋଗ ମିଳିଲା, ପିଲାବେଳର ନିଷ୍ପତ୍ତି ଆଜି ସାକାର ବି ହେଲା। ‘କମାଣ୍ଡୋ’ ପାଇଁ ୧୧ହଜାରରୁ ଊର୍ଦ୍ଧ୍ୱ କଣ୍ଟେଷ୍ଟାଣ୍ଟ ଥିଲେ। ଯେତେବେଳେ ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ସାର୍‌ ମୋତେ ଡାକି କହିଲେ, ପ୍ରେମ ତୁମେ କମାଣ୍ଡୋ କରୁଛ, ସେବେ ମୁଁ ପୂରା ଆଶ୍ଚର୍ଯ୍ୟ ହୋଇଥିଲି। ଖୁସିରେ ଲୁହ ଆସିଗଲା। ସତରେ ଏମିତି ଏକ ବଡ଼ ସୁଯୋଗ ମିଳିବ ବୋଲି ଆଜି ବି ବିଶ୍ୱାସ କରିପାରୁନି।
ପୂର୍ବରୁ ସୈନିକଙ୍କ କାହାଣୀ ବା ଯୁଦ୍ଧକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। ଆପଣଙ୍କ ଅଭିନୀତ ଚଳଚ୍ଚିତ୍ରରୁ ଦର୍ଶକ କ’ଣ ନୂଆ ପାଇପାରିବେ ବୋଲି ଭାବୁଛନ୍ତି?
– ପ୍ରଥମ କଥା କମାଣ୍ଡୋ ଭିରାଟର ଚରିତ୍ର ଆଗରୁ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକଠାରୁ ଭିନ୍ନ। କେବଳ ଆକ୍ସନ ନୁହେଁ, ତା’ର ଇମୋଶନାଲ ପାର୍ଟ ଏଠାରେ ଦେଖିବାକୁ ମିଳିବ। ତାଙ୍କ ମା’ଙ୍କ ସହ, ଫିଆନ୍ସେ ଓ ବନ୍ଧୁମାନଙ୍କ ସହ ସମ୍ପର୍କ ଏହି ସିରିଜ୍‌ରେ ଦର୍ଶକଙ୍କୁ ଭଲ ଲାଗିବ।
ସିରିଜ୍‌ରେ ଆପଣଙ୍କୁ କେଉଁ ପାର୍ଟ ବେଶି ଭଲ ଲାଗିଛି?
କ୍ଲାଇମାକ୍ସ।
ସିରିଜ୍‌ ରିଲିଜ୍‌ ପରେ ଘର ଲୋକଙ୍କ ପ୍ରତିକ୍ରିୟା କିଭଳି ଥିଲା?
ଘରେ ସମସ୍ତେ ଖୁସିରେ କାନ୍ଦୁଥିଲେ। ବାବା ଥିଲେ ବହୁତ ଖୁସି ହୋଇଥାନ୍ତେ। ତାଙ୍କୁ ମୁଁ ବହୁତ ମିସ୍‌ କରୁଛି।
ବଲିଉଡ୍‌ରେ ନୋପଟିଜମ୍‌ ହୁଏ ବୋଲି ଶୁଣିବାକୁ ମିଳିଥାଏ। ଆପଣ ସାମ୍ନା କରିଛନ୍ତି?
ନୋପଟିଜମ୍‌ କେଉଁଠି ବା ନାହିଁ। କିନ୍ତୁ ଟ୍ୟାଲେଣ୍ଟ ବୋଲି ଗୋଟିଏ ଜିନିଷ ସବୁବେଳେ ରହିଛି ଆଉ ରହିବ। କିଛି ନେପୋଟିଜମ୍‌ରେ ସୁଯୋଗ ପାଇଥାନ୍ତି, କିନ୍ତୁ ଯିଏ ଟ୍ୟାଲେଣ୍ଟ ପାଇଁ ଆଗକୁ ବଢ଼େ ସେ ଦର୍ଶକଙ୍କ ନିକଟତର ହୋଇପାରନ୍ତି। ସମ୍ମାନ ବି ମିଳେ। କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ବଲିଉଡ୍‌ରେ ଆଗକୁ ବଢ଼ିବାର ଅଛି ତା’ହେଲେ କଷ୍ଟ ତ ନିହାତି କରିବାକୁ ପଡ଼ିବ। କିନ୍ତୁ ମୁଁ ଏସବୁ କେବେ ଭାବିନି। ମୋ କାମ ପ୍ରତି ମୁଁ ସବୁବେଳେ ଧ୍ୟାନ ଦେଇଥାଏ। ଭଗବାନ ସାଙ୍ଗରେ ଥିଲେ ସବୁ ହୋଇଯିବ।
ସହ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ପ୍ରଥମ ପ୍ରୋଜେକ୍ଟର ଅନୁଭୂତି କିପରି ରହିଲା?
ଅଦାଙ୍କ ପରି ଜଣେ ବହୁତ ଭଲ କୋ ଷ୍ଟାର୍‌ ପ୍ରଥମ ପ୍ରୋଜେକ୍ଟରେ ମିଳିବା ନିହାତି ଭାବେ ଖୁସିର କଥା। ସେ କେବେ ଜଣେ ଆଗଧାଡ଼ିର ଅଭିନେତ୍ରୀ ଭଳି ମିଶନ୍ତିନି। ସେ ପୂରା ଛୁଆ ବେଳର ସାଙ୍ଗ ଭଳି ମିଶନ୍ତି। ଯେମିତି ମୁଁ ଗୋଟେ ବଡ଼ ଷ୍ଟାର୍‌, ସେଭଳି ଅନୁଭବ କରାନ୍ତି।
ବଲିଉଡ୍‌ରେ ଯିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ କ’ଣ କହିବାକୁ ଚାହିଁବେ?
-କଷ୍ଟ କର, ଟ୍ରେନିଂ ନିଅ, ପ୍ରାକ୍ଟିସ୍‌ କର। କାରଣ ଆମ ଭଳି ଆଉଟ୍‌ ସାଇଡର୍‌ଙ୍କ ପାଇଁ ସବୁକିଛି ଜଣାଥିବା ଆବଶ୍ୟକ। ସେ ଆକ୍ସନ ହେଉ କି ଡ୍ୟାନ୍ସ, ଅବା ଆଉ କିଛି। ଭଗବାନ ଯେତେବେଳେ ଲକ୍‌ର ସାଥ୍‌ ଦେବାକୁ ଚାହିଁବେ ସେତେବେଳେ ବାସ୍‌ ପ୍ରସ୍ତୁତ ରହିଥିବା ଦରକାର।
ଘରକୁ ବହୁତ କମ୍‌ ଆସନ୍ତି। ଏମିତି କାହିଁକି?
ଘରକୁ ଆସିବାକୁ ତ ସବୁବେଳେ ଇଚ୍ଛା ଥାଏ। ‘କମାଣ୍ଡୋ’ ଯଦି ସୁପରହିଟ୍‌ ହେଲା, ଆଉ ମୋ ପାଖେ ପଇସା ରହିଲା ତାହାଲେ ମୁଁ ସବୁ ସପ୍ତାହରେ ଘରକୁ ଆସିବି। ଆଉ ସେମିତିରେ ସମୟ ବି କମ୍‌ ମିଳେ। ପାଠ ପଢ଼ିବା ବେଳେ ପ୍ରାୟ ଆସୁଥିଲି। ତା’ଛଡା ଘରକୁ ଆସିଲେ ଗୋଟେ କମ୍ଫର୍ଟ ମାଇଣ୍ଡ୍‌ ସେଟ୍‌ ହୋଇଯାଏ; ଯାହା କାମରେ ଡିଷ୍ଟ୍ରାକ୍ସନ ଆଣେ।
କ’ଣ ଖାଇବାକୁ ଭଲ ପାଆନ୍ତି?
-ବଟର ଚିକେନ୍‌ ବେଶି ପ୍ରିୟ। ମାଂସ କଷା, ଇଲିଶି ମାଛ ଆଉ ବଡ଼ିଚୂରା ବି ବହୁତ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri