ନୂଆଦିଲ୍ଲୀ,୨୮।୮: ରାଜନୈତିକ ଓ ସାର୍ବଜନୀନ ଜୀବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ସଂଳାପର ଆବଶ୍ୟକତା ଉପରେ ବଡ଼ ବାର୍ତ୍ତା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ହରିଦ୍ୱାରରେ ସେ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତଙ୍କୁ ନିଜ ‘ଭଉଣୀ’ ବୋଲି ସମ୍ବୋଧନ କରି ତାଙ୍କ ପାଇଁ ଡାକ ଯୋଗେ ମିଠା ଓ ଉପହାର ପଠାଇଥିବା କହିଛନ୍ତି।
ବାବା ରାମଦେବ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦେଶରେ କୌଣସି କାରଣରୁ ଘୃଣା କିମ୍ବା ପରସ୍ପର ପ୍ରତି ଶତ୍ରୁତାର ଭାବନା ରହିବା ଉଚିତ୍ ନୁହେଁ। କଙ୍ଗନାଙ୍କ ସହ ମତଭେଦକୁ ଆଲୋଚନା ମାଧ୍ୟମରେ ଶେଷ କରିବାର ଏହା ଏକ ପ୍ରୟାସ ବୋଲି ତାଙ୍କ ବୟାନରୁ ସଙ୍କେତ ମିଳିଛି।
ରାମଦେବ କହିଛନ୍ତି, ଭଉଣୀ କଙ୍ଗନା ରଣାୱତଙ୍କୁ ଗିଫ୍ଟ ଓ ମିଠା ଆମେ ଡାକ ଯୋଗେ ପଠାଉଛୁ। କୌଣସି କାରଣରୁ ଦେଶରେ ଘୃଣା ରହିବା ଉଚିତ୍ ନୁହେଁ କିମ୍ବା ପରସ୍ପର ପ୍ରତି ବୈର ଭାବନା ରହିବା ଉଚିତ୍ ନୁହେଁ।
ସେ ଆହୁରି କହିଛନ୍ତି ଯେ ଗତ କିଛି ଦିନ ଧରି ସ୍ବାମୀ ରାମଦେବ ଓ କଙ୍ଗନାଙ୍କ ମଧ୍ୟରେ କୌଣସି ବିବାଦ ହୋଇଛି କି ନାହିଁ, ତାହାକୁ ନେଇ ଚର୍ଚ୍ଚା ହେଉଥିଲା। ଏହି ବିବାଦକୁ ସଂଳାପ ମାଧ୍ୟମରେ ଶେଷ କରିବା ଦରକାର ବୋଲି ସେ କହିଛନ୍ତି।