Categories: ଜାତୀୟ

ବାବା ରାମଦେବଙ୍କ ବଡ ନିଷ୍ପତ୍ତି, ରାମ ନବମୀରେ ୧୦୦ ଯୁବତୀ-ଯୁବକଙ୍କୁ କରିବେ ସନ୍ୟାସୀ

ଲକ୍ଷ୍ନୌ,୨୩ ।୩: ଯୋଗ ଗୁରୁ ବାବା ରାମଦେବ ରାମ ନବମୀ ଦିନ ୧୦୦ ଜଣଙ୍କୁ ସନ୍ୟାସ ଦିକ୍ଷା ଦେବେ । ସେଥିପାଇଁ ପତଞ୍ଜଳି ଯୋଗ ପୀଠରେ ବୁଧବାର ନବ ସମ୍ବତ୍ସର ଚୈତ୍ର ନବରାତ୍ରୀ ପର୍ବରେ ଭବ୍ୟ ସନ୍ୟାସ ଦିକ୍ଷା ଆରମ୍ଭ କରାଯାଇଛି । ଏଥିରେ ୪୦ ମହିଳା ଓ ୬୦ ପୁରୁଷ ରାମ ନବମୀରେ ସ୍ୱାମୀ ରାମଦେବଙ୍କଠାରୁ ସନ୍ୟାସ ଦିକ୍ଷା ନେବେ । ଏହାସହ ପ୍ରାୟ ୫୦୦ ମହିଳା ଓ ପୁରୁଷଙ୍କୁ ସ୍ୱାମୀ ରାମଦେବଙ୍କ ନିକଟତମ ଆଚାର୍ଯ୍ୟ ବାଳକୃଷ୍ଣ ବ୍ରହ୍ମାଚର୍ଯ୍ୟ ଦିକ୍ଷା ଦେବେ ।

କାର୍ଯ୍ୟକ୍ରମରେ ରାମଦେବ କହିଛନ୍ତି, ରାମନବମୀ ଦିନ ୪ ବେଦର ମହାପାରାୟଣ ଯଜ୍ଞର ପୂର୍ଣ୍ଣାହୂତି ସହ ରାମ ରାଜ୍ୟର ପ୍ରତିଷ୍ଠା, ହିନ୍ଦୁ ରାଷ୍ଟ୍ରର ଗୌରବ ଓ ସନାତନ ଧର୍ମକୁ ଯୁଗଧର୍ମ ଓ ବିଶ୍ୱଧର୍ମ ଭାବେ ପ୍ରତିଷ୍ଠିତ କରିବାକୁ ଏହି ନବ ସନ୍ୟାସୀ ଆମର ପୂର୍ବଜ ଋଷି-ମୁନୀଙ୍କ ସନ୍ୟାସ ପରମ୍ପରାରେ ଦିକ୍ଷିତ ହେବେ । ସେ କହିଛନ୍ତି, ଏହି ବୈରାଗ୍ୟବାନ ବିଦ୍ୱାନ ଓ ବିଦୁଷୀ ଭାଉଣୀ-ଭାଇ ଅଷ୍ଟାଧ୍ୟାୟୀ ବ୍ୟାକରଣ, ବେଦ, ବେଦାଙ୍ଗ, ଉପନିଷଦରେ ନିଷ୍ଣାତ ହୋଇ ଯୋଗ ଧର୍ମ, ଋଷି ଧର୍ମ, ବେଦଧର୍ମ, ସନାତନ ଧର୍ମର ବିଶ୍ୱବ୍ୟାପୀ ପ୍ରତିଷ୍ଠା ପାଇଁ ସଂକଳ୍ପିତ ହେବେ । ଏହାଦ୍ୱାରା ଭାରତୀୟ ସନାତନ ସଂସ୍କୃତିର ସଂରକ୍ଷଣ ଅଭିଯାନକୁ ଶକ୍ତି ମିଳିବ ।

Share