Categories: ଜାତୀୟ

ଭାଗ୍ୟ ବଦଳାଇ ଦେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ,୨୧।୧୨: ସୋସିଆଲ ମିଡିଆ ମଧ୍ୟ ଭାଗ୍ୟ ବଦଳି ଦେଇପାରେ। ଏଭଳି କିଛି ଘଟଣା ଘଟିଛି ‘ବାବା କା ଢ଼ାବା’ର ମାଲିକ କାନ୍ତା ପ୍ରସାଦଙ୍କ ସହ। କିଛି ମାସ ତଳେ ସୋସିଆଲ ମିଡିଆ ଯୋଗେ ଲୋକପ୍ରିୟତା ହାସଲ କରିଥିବା ‘ବାବା କା ଢ଼ାବା’ର ମାଲିକ କାନ୍ତା ଏବେ ମାଲଭିୟା ନଗରରେ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି।

୮୦ ବର୍ଷୀୟ କାନ୍ତା କହିଛନ୍ତି, ଭଗବାନ ଆମକୁ ଆର୍ଶୀବାଦ୍‌ କରିଛନ୍ତି। ମୋତେ ସାହାଯ୍ୟ କରିଥିବା ଲୋକଙ୍କ ନିକଟରେ ମୁଁ କୃତଜ୍ଞ। ମୁଁ ସେମାନଙ୍କୁ ମୋ ରେଷ୍ଟୁରାଣ୍ଟ ଆସିବାକୁ ଅନୁରୋଧ କରୁଛି।

ଉଲ୍ଲେଖଥାଉ କି, ଲକ୍‌ଡାଉନ୍‌ ଯୋଗୁ କେତେ ମାସ ତାଙ୍କୁ ନିରାଶ ହେବାକୁ ପଡ଼ିଛି ଛଳ ଛଳ ଆଖିରେ କାନ୍ତା କହୁଥିବାବେଳର ଭିଡିଓ ୟୁଟ୍ୟୁବରେ ଶେୟାର କରିଥିଲେ ୟୁଟ୍ୟୁବର ଗୌରବ ଓ୍ବାସାନ। ଆଉ ଏଥିରେ ‘ବାବା କା ଢ଼ାବା’କୁ ସାହାଯ୍ୟର ହାତ ବଢ଼ାଇବାକୁ କହିଥିଲେ। ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା। ସେତେବେଳେ ‘ବାବା କା ଢ଼ାବା’ ଦକ୍ଷିଣ ଦିଲ୍ଲୀର ମାଲବିୟା ନଗରରେ ଏକ ଛୋଟ ଷ୍ଟଲ ଥିଲା। କିନ୍ତୁ ଏବେ ଏଠାରେ ବଡ଼ ବଡ଼ କମ୍ପାନୀର ହୋର୍ଡିଂ ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳୁଛି। ଆଉ ତାଙ୍କ ରେଷ୍ଟୁରାଣ୍ଟକୁ ଆସୁଥିବା ପ୍ରତ୍ୟେକ ଗ୍ରାହାକ ସାନ୍ତାଙ୍କ ସହ ସେଲ୍‌ଫି ନେଉଛନ୍ତି।

Share