Categories: ଜାତୀୟ

ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇଙ୍କୁ ଗିରଫ ପରେ ମିଳିଲା ଜାମିନ

ଭୋପାଳ,୨।୩: ବାଗେଶ୍ୱର ଧାମର ରାମକଥା ବାଚକ ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଶାଳିିଗ୍ରାମଙ୍କୁ ପୋଲିସ ଗିରଫ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟପ୍ରଦେଶର ଛତ୍ରପୁରରୁ ପୋଲିସ ଶାଳିଗ୍ରାମ ଏବଂ ତାଙ୍କର ଜଣେ ସାଥୀଙ୍କୁ ଗିରଫ କରିଥିଲା। ଏହାପରେ ପୋଲିସ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇଙ୍କୁ କୋର୍ଟରେ ହାଜର କରିଥିଲା। ଏଠାରେ ପୋଲିସ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ କିନ୍ତୁ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଶାଳିଗ୍ରାମଙ୍କୁ କୋର୍ଟ ୨୫ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରିଛନ୍ତି। ମାତ୍ର ୪ଘଣ୍ଟା ମଧ୍ୟରେ କୋର୍ଟ ତାଙ୍କୁ ଓ ତାଙ୍କ ସହଯୋଗୀ ରାମ ତିଓ୍ବାରୀଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡ଼ିଛି। ଓକିଲଙ୍କ ଅନୁଯାୟୀ କୋର୍ଟ ଆଇପିସି ଧାରା ୨୯୪, ୩୨୩, ୫୦୬, ୪୨୭, ୩୩୬, ୨୫-୨୭ ଅସ୍ତ୍ରଶସ୍ତ୍ର ଆଇନ ଏବଂ ୩ (୧) ଡି, ୩ (୧), ଧ, ୩ (୨)ରେ ଜାମିନ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ମୁଚାଲିକାରେ ଏକ ପ୍ରକାର ବଣ୍ଡ ସ୍ବାକ୍ଷରିତ ହୋଇଛି। ଯେଉଁଥିରେ ନିର୍ଦ୍ଧିିଷ୍ଟ ସମୟରେ ପୋଲିସ ଷ୍ଟେସନରେ ଉପସ୍ଥିତ ରହିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ଲାଗୁ ହେବ।

Share