୨୧୦ କୋଟିର ମାଲିକ ବାହୁବଳୀ ଷ୍ଟାର ପ୍ରଭାସ: ରହିଛି ୧.୫ କୋଟିର ଜିମ୍‌, ୬୦ କୋଟିର ଫାର୍ମ ହାଉସ୍‌, ୪୦ କୋଟିର ପର୍ସନାଲ ଇନ୍‌ଭେଷ୍ଟମେଣ୍ଟ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଫିଲ୍ମ ‘ବାହୁବଳୀ’ରୁ ସେ ଘରେ ଘରେ ପରିଚିତ ହୋଇସାରିଛନ୍ତି। ଦକ୍ଷ ଅଭିନୟ ଓ ହ୍ୟାଣ୍ଡସମ୍‌ ଲୁକ୍‌ ପାଇଁ ସାରା ଦେଶରେ ତାଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଆଜି ହେଉଛି ଏହି ଲୋକପ୍ରିୟ ସୁପରଷ୍ଟାରଙ୍କର ଜନ୍ମଦିନ। ୨୩ ଅକ୍ଟୋବର ୧୯୭୯ରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା ପ୍ରଭାବ ଆଜି ୪୧ ବର୍ଷରେ ପାଦ ଦେଇଛନ୍ତି। ୨୦୦୨ମସିହାରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଭାସଙ୍କ ଜନ୍ମଦିନରେ ଜାଣିବା ତାଙ୍କ ଜୀବନଶୈଳୀ ବିଷୟରେ।
ଏକ ରିପୋର୍ଟ ଅନୁଯାୟୀ, ପ୍ରଭାସ ହେଉଛନ୍ତି ୨୯ ମିଲିୟନ ଡଲାର(ପ୍ରାୟ ୨୧୦ କୋଟି ଟଙ୍କାର)ର ମାଲିକ। ତାଙ୍କର ୧.୫ କୋଟି ଟଙ୍କାର ଜିମ୍‌ ରହିଥିବା ବେଳେ ୬୦ କୋଟି ଟଙ୍କା ଫାର୍ମ ହାଉସ୍‌ ରହିଛି। ଏହି ଫାର୍ମହାଉସ୍‌ରେ ସେ ସବୁ ସମୟରେ ବନ୍ଧୁମାନଙ୍କ ସହ ପାର୍ଟି କରିଥାନ୍ତି।


ହାଇଦ୍ରାବାଦର ଜୁବ୍‌ଲି ହିଲ୍ସରେ ମଧ୍ୟ ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଏଥିସହ ମୁମ୍ବାଇରେ ମଧ୍ୟ ଆଉ ଏକ ବଙ୍ଗଳା ଅଛି। ଏହାକୁ ସେ ୨୦୧୪ରେ କିଣିଥିଲେ। ଏହା ସାଙ୍ଗକୁ ତାଙ୍କର ୪୦ କୋଟି ଟଙ୍କାର ପର୍ସନାଲ ଇନ୍‌ଭେଷ୍ଟମେଣ୍ଟ ରହିଛି। ଇତିମଧ୍ୟରେ ସେ ରାଘବେନ୍ଦ୍ର, ବର୍ଷମ, ଚକ୍ରମ, ୟୋଗୀ, ଏକ ନିଜଞ୍ଜନ, ରେବେଲ, ବାହୁବଳୀ: ଦ ବିଗ୍‌ନିଙ୍ଗ, ବାହୁବଳୀ: ଦ କକ୍ଲୁଜନ୍‌ ଆଦି ସେମାନେ କାମ କରିସାରିଛନ୍ତି।
– ପ୍ରଭାସଙ୍କ ପ୍ରକୃତ ନାଁ ହେଉଛି ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟୀ।
-ଫିଲ୍ମ ପରିବାରରୁ ସେ ଆସିଛନ୍ତି।
-ତାଙ୍କ ବାପା ସୂର୍ଯ୍ୟ ନାରାୟଣ ରାଜୁ ଜଣେ ଫିଲ୍ମ ପ୍ରଯୋଜକ। ସେ ମଧ୍ୟ ଜଣେ ଟଲିଉଡ ଷ୍ଟାର।
-ପ୍ରଭାସଙ୍କୁ ଚିକେନ ବିରିୟାନି ଖାଇବାକୁ ଭଲଲାଗେ।
-ଯେତେବେଳେ ପ୍ରଭାସ ବାହୁବଳୀ ପାଇଁ କାମ କରୁଥିଲେ ସେ ୪ ବର୍ଷ ପାଇଁ କିଛି ବି ଫିଲ୍ମ କରି ନ ଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ୩୦ କେଜି ଓଜନ ବୃଦ୍ଧି କରିବାକୁ ପଡ଼ିଥିଲା।

Share