ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା: ଅଭିଯୁକ୍ତ ଗିରଫ

ସାଲେପୁର, ୨୨।୧୧ (ଡି.ଏନ୍‌.ଏ.): ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସିପୁନଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଗତ ୯ ତାରିଖରେ କଟକ ଜିଲା ସାଲେପୁର ଥାନା ସୁନାଖଣ୍ଡି ଗାଁର ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା କରିଥିଲେ । ପରେ ତାଙ୍କ କୋଠରୀରୁ ଏକ ସୁଇସାଇଡ ନୋଟ ମିଳିଥିଲା । ନୋଟ୍‌ରେ ସିପୁନ ଓରଫ ସିଦ୍ଧାର୍ଥଙ୍କ ବିରୋଧରେ ମୃତ ଛାତ୍ରୀ ଜଣକ ଅଭିଯୋଗ ଆଣିଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା । ଏପରିକି ଏତଲା କପିର ତାରିଖରେ ଟ୍ୟାମ୍ପରିଂ ଅଭିଯୋଗ ଆସିଥିଲା । ସାଲେପୁର ଥାନା ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ପୋଲିସ ସୋମବାର ଅଭିଯୁକ୍ତ ସିଦ୍ଧାର୍ଥ ରାଉତ ଓରଫ ସିପୁନକୁ କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳଠାରୁ ଗିରଫ କରିଛି । ଏନେଇ ସାଲେପୁର ଏସ୍‌ଡିପିଓ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।