ବିଜେଡି ଛାଡି କଂଗ୍ରେସରେ ମିଶିଲେ ବି.ଏନ. ପଟ୍ଟନାୟକ

ଭୁବନେଶ୍ୱର,୫।୩: ବିଜେଡି ଛାଡି କଂଗ୍ରେସରେ ମିଶିଲେ ବି.ଏନ. ପଟ୍ଟନାୟକ। ଭୁବନେଶ୍ବରସ୍ଥ ପ୍ରଦେଶ କଂଗ୍ରେସ କମିଟି (ପିସିସି) କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସୋମବାର କଂଗ୍ରେସରେ ଯୋଗଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ଓ ପ୍ରଭାରୀ ଅଜୟ କୁମାର, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଏନଏସ୍ୟୁଆଇର ସଭାପତି ସୂର୍ଯ୍ୟକାନ୍ତ ବାରିକ୍‌ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ପୂର୍ବତନ ଜିଲା କଂଗ୍ରେସ ସଭାପତି ବି.ଏନ. ପଟ୍ଟନାୟକ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। କିନ୍ତୁ ବିଜେଡିରେ ତାଙ୍କୁ କୌଣସି ଗୁରୁତ୍ୱ ଦିଆଯାଉନଥିଲା। ଯାହା ପାଇଁ ସେ ବିଜେଡି ଛାଡିଥିବା କୁହାଯାଉଛି।