ବି.ଲାଇଭ୍‌ର ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୫।୧: ମଲ୍‌ଟି ବ୍ରାଣ୍ଡ୍‌ ବୈଦ୍ୟୁତିକ ଯାନ (ଇଭି) ପ୍ଲାଟ୍‌ଫର୍ମ ବି.ଲାଇଭ୍‌ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏପରିକି ରାଉରକେଲା ସହରରେ ବ୍ରାଣ୍ଡ୍‌ର ପ୍ରଥମ ମଲ୍‌ଟିବ୍ରାଣ୍ଡ୍‌ ଷ୍ଟୋର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବିଶେଷକରି ବୈଦ୍ୟୁତିକ ଯାନ ଉପରେ ବିଶ୍ୱସ୍ତରୀୟ ସଚେତନତା ହେତୁ ଗ୍ରାହକଙ୍କ ଆଗ୍ରହ ବୃଦ୍ଧି, ଇନ୍ଧନ ମୂଲ୍ୟ ବୃଦ୍ଧି ସହ ବ୍ରାଣ୍ଡ୍‌ର ଗୁରୁତ୍ୱ ଦୃଷ୍ଟିରୁ ଏହାର ୧୯ତମ ଇଭି ଷ୍ଟୋରରେ ପହଞ୍ଚତ୍ଛି। ଏଠାରେ ଏକାଧିକ ଇଭି ବ୍ରାଣ୍ଡ୍‌ ଉପଲବ୍ଧ। ବୈଦ୍ୟୁତିକ ସ୍କୁଟର, ମୋଟର ସାଇକେଲ ଇତ୍ୟାଦିକୁ ଗ୍ରାହକ ସର୍ବନିମ୍ନ ଇଏମ୍‌ଆଇ ମାସିକ ୨୦୦୦ ଟଙ୍କାରେ କିଣିପାରିବେ। ଉଲ୍ଲେଖଯୋଗ୍ୟ, ଏଠାରେ କାଇନେଟିକ ଗ୍ରୀନ୍‌, ହିରୋ ଲେକ୍ଟର,ଏଲ୍‌ଏମ୍‌ଏଲ୍‌-ଡିଟେଲ,ବ୍ୟାଟରେ, ଜେମାପିୟା ପ୍ରଭୃତି ଉପଲବ୍ଧ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି ।

ଏ ସମ୍ପର୍କରେ ବି.ଲାଇଭ୍‌ର ସିଇଓ ତଥା ସହପ୍ରତିଷ୍ଠାତା ସମର୍ଥ ଖୋଲକର କହିଛନ୍ତି, ରାଉରକେଲାଠରେ ଆମର ପ୍ରଥମ ଷ୍ଟୋର ଶୁଭାରମ୍ଭ ସହ ଓଡ଼ିଶା ବଜାରରେ ମଧ୍ୟ ପ୍ରବେଶ ପାଇଁ ଆମେ ଗୌରବାନ୍ବିତ ଅଛୁ। ବିଶେଷକରି ବୈଦ୍ୟୁତିକ ଯାନର ଗତିଶୀଳତାକୁ ଆମେ ଓଡ଼ିଶାର ଜନସାଧାରଣଙ୍କୁ ପ୍ରଦାନ କରିବୁ। ଏପରିକି ସହଜରେ ଗାଡ଼ି କିଣିବା ପାଇଁ ଆମେ ଗ୍ରାହକମାନଙ୍କୁ ଫାଇନାନ୍ସ ଠାରୁ ଆରମ୍ଭକରି ସବୁ ପ୍ରକାର ସହାୟତା ଯୋଗାଇଦେବୁ। ସେହିଭଳି ବି.ଲାଇଭ ଷ୍ଟୋରର ମାଲିକ ଅକ୍ଷୟ ପ୍ରହରାଜ କହିଛନ୍ତି, ଆମେ ବି.ଲାଇଭ ସହ ସହଭାଗୀ ହୋଇ ଅତ୍ୟନ୍ତ ଆନନ୍ଦିତ ଓ ଓଡ଼ିଶାର ଲୋକମାନଙ୍କ ମୋବିଲିଟି ଉଦ୍ଦେଶ୍ୟରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ

ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର...

୬ ମାସର ସର୍ବୋଚ୍ଚ ସ୍ତରରେ ସୁନା ଦର, ଭାରତର ମଧ୍ୟ କଲା ନୂଆ ରେକର୍ଡ

ମୁମ୍ବାଇ,୨୯।୧୧: ବିଶ୍ୱ ବଜାରରେ ସୁନାର ଦାମ୍ ୬ ମାସର ଉଚ୍ଚତ୍ତମ ସ୍ତରରେ ପହଞ୍ଚିଥିବା ବେଳେ ଭାରତରେ ମଧ୍ୟ ସୁନାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତରେ...

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ...

ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ,୨୯।୧୧: ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ...

ଡିସେମ୍ବର ୧ରୁ ସିମ କାର୍ଡ କିଣିବା ପାଇଁ ବଦଳିଯିବ ନିୟମ

ନୂଆଦିଲ୍ଲୀ,୨୯।୧୧: ଡିସେମ୍ବର ୧ରୁ ସରକାର ସିମ କାର୍ଡ କିଣିବା ପାଇଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମଗୁଡିକ ପୂର୍ବରୁ ଅକ୍ଟୋବର ୧, ୨୦୨୩ରୁ ଲାଗୁ...

Mobile Number Suspended: ସରକାରଙ୍କ ବଡ ପଦକ୍ଷେପ! ୭୦ଲକ୍ଷ ସିମ କାର୍ଡ ବନ୍ଦ, ଜାଣନ୍ତୁ କାହିଁକି?…

ନୂଆଦିଲ୍ଲୀ,୨୯।୧୧ : ସିମ କାର୍ଡ କିମ୍ବା ଫୋନ ନମ୍ବର ସହିତ ଜଡିତ ଅନେକ ଠକେଇ ଘଟୁଛି। ଏଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ଟେଲିକମ...

ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ପ୍ରୟାସ, ୟୁପିଆଇ ଉପରେ ଲାଗିପାରେ ଟାଇମ୍‌ ଲିମିଟ୍‌

ନୂଆଦିଲ୍ଲୀ,୨୯।୧୧: ଭାରତରେ ଡିଜିଟାଲ ଦେୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ୟୁପିଆଇ ମାଧ୍ୟମରେ କାରବାର ଦୂର ଗ୍ରାମାଞ୍ଚଳରେ...

ବିବାହ ସିଜିନରେ ନୂଆ ରେକର୍ଡ କଲା ସୁନା ଦର, ୬୭ହଜାର ଛୁଇଁବ…

ନୂଆଦିଲ୍ଲୀ,୨୯।୧୧:ଆସିଛି ବିବାହ ଋତୁ। ଏହି ସିଜନରେ ବେଶୀ କିଣା ହୁଏ ସୁନାରୁପା ଅଳଙ୍କାର। କିନ୍ତୁ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ହେଲାଣି ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri