ବି.ଲାଇଭ୍‌ର ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୫।୧: ମଲ୍‌ଟି ବ୍ରାଣ୍ଡ୍‌ ବୈଦ୍ୟୁତିକ ଯାନ (ଇଭି) ପ୍ଲାଟ୍‌ଫର୍ମ ବି.ଲାଇଭ୍‌ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏପରିକି ରାଉରକେଲା ସହରରେ ବ୍ରାଣ୍ଡ୍‌ର ପ୍ରଥମ ମଲ୍‌ଟିବ୍ରାଣ୍ଡ୍‌ ଷ୍ଟୋର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବିଶେଷକରି ବୈଦ୍ୟୁତିକ ଯାନ ଉପରେ ବିଶ୍ୱସ୍ତରୀୟ ସଚେତନତା ହେତୁ ଗ୍ରାହକଙ୍କ ଆଗ୍ରହ ବୃଦ୍ଧି, ଇନ୍ଧନ ମୂଲ୍ୟ ବୃଦ୍ଧି ସହ ବ୍ରାଣ୍ଡ୍‌ର ଗୁରୁତ୍ୱ ଦୃଷ୍ଟିରୁ ଏହାର ୧୯ତମ ଇଭି ଷ୍ଟୋରରେ ପହଞ୍ଚତ୍ଛି। ଏଠାରେ ଏକାଧିକ ଇଭି ବ୍ରାଣ୍ଡ୍‌ ଉପଲବ୍ଧ। ବୈଦ୍ୟୁତିକ ସ୍କୁଟର, ମୋଟର ସାଇକେଲ ଇତ୍ୟାଦିକୁ ଗ୍ରାହକ ସର୍ବନିମ୍ନ ଇଏମ୍‌ଆଇ ମାସିକ ୨୦୦୦ ଟଙ୍କାରେ କିଣିପାରିବେ। ଉଲ୍ଲେଖଯୋଗ୍ୟ, ଏଠାରେ କାଇନେଟିକ ଗ୍ରୀନ୍‌, ହିରୋ ଲେକ୍ଟର,ଏଲ୍‌ଏମ୍‌ଏଲ୍‌-ଡିଟେଲ,ବ୍ୟାଟରେ, ଜେମାପିୟା ପ୍ରଭୃତି ଉପଲବ୍ଧ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି ।

ଏ ସମ୍ପର୍କରେ ବି.ଲାଇଭ୍‌ର ସିଇଓ ତଥା ସହପ୍ରତିଷ୍ଠାତା ସମର୍ଥ ଖୋଲକର କହିଛନ୍ତି, ରାଉରକେଲାଠରେ ଆମର ପ୍ରଥମ ଷ୍ଟୋର ଶୁଭାରମ୍ଭ ସହ ଓଡ଼ିଶା ବଜାରରେ ମଧ୍ୟ ପ୍ରବେଶ ପାଇଁ ଆମେ ଗୌରବାନ୍ବିତ ଅଛୁ। ବିଶେଷକରି ବୈଦ୍ୟୁତିକ ଯାନର ଗତିଶୀଳତାକୁ ଆମେ ଓଡ଼ିଶାର ଜନସାଧାରଣଙ୍କୁ ପ୍ରଦାନ କରିବୁ। ଏପରିକି ସହଜରେ ଗାଡ଼ି କିଣିବା ପାଇଁ ଆମେ ଗ୍ରାହକମାନଙ୍କୁ ଫାଇନାନ୍ସ ଠାରୁ ଆରମ୍ଭକରି ସବୁ ପ୍ରକାର ସହାୟତା ଯୋଗାଇଦେବୁ। ସେହିଭଳି ବି.ଲାଇଭ ଷ୍ଟୋରର ମାଲିକ ଅକ୍ଷୟ ପ୍ରହରାଜ କହିଛନ୍ତି, ଆମେ ବି.ଲାଇଭ ସହ ସହଭାଗୀ ହୋଇ ଅତ୍ୟନ୍ତ ଆନନ୍ଦିତ ଓ ଓଡ଼ିଶାର ଲୋକମାନଙ୍କ ମୋବିଲିଟି ଉଦ୍ଦେଶ୍ୟରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri