ବି.ଏଡ୍‌ ଶିକ୍ଷକ ମହାସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୧।୯: (ଅସମାପିକା ସାହୁ)- ମିଳିତ ପ୍ରାଥମିକ ମୂଳ ନିଯୁକ୍ତ ବି.ଏଡ୍‌ ଶିକ୍ଷକ ମହାସଂଘର ଏକ ଜରୁରୀକାଳୀନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରବିବାର ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ବିଧାନସଭା ପୂର୍ବରୁ ଯଦି ସରକାର ଦାବି ସମ୍ପର୍କରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସଭାପତିମଣ୍ଡଳୀ ସଭ୍ୟ ଅଜୟ ଧଳ, ସନ୍ତୋଷ କୁମାର ପ୍ରଧାନ କ୍ଷୋଭ ପ୍ରକାଶ କରି କହିଛନ୍ତି, ସରକାର ତୁରନ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଠିକା ପ୍ରଥା ଉଚ୍ଛେଦ କରନ୍ତୁ। ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ୬ଟି ନୋସନାଲ୍‌ ଇନ୍‌କ୍ରିମେଣ୍ଟ ଓ ପେ ବ୍ୟାଣ୍ଡ-୨ ବେସିକ୍‌ ୯,୩୦୦/- ଓ ଜି.ପି. ୪,୨୦୦/- ପ୍ରଦାନ କରନ୍ତୁ। ଏଥିସହିତ ନୂତନ ପେନ୍‌ସନ୍‌ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ଯୋଜନାକୁ କାର୍ଯ୍ୟକାରୀ କରାଯାଉ। ସଂଘର ମହାସଚିବ ଉମେଶ ଚନ୍ଦ୍ର ନାୟକ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଆମର ସମସ୍ତ ନ୍ୟାୟୋଚିତ ଦାବି ପୂରଣ ନ କରନ୍ତି, ତା’ହେଲେ ବାଧ୍ୟ ହୋଇ ବିଧାନସଭା ସମ୍ମୁଖରେ ଦୁର୍ବାର ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri