ପୃଥିବୀକୁ ଧ୍ୱଂସ କରିଦେବ ବି-୨୧ ରାଡାର ଯୁଦ୍ଧ ବିମାନ…

ଓ୍ବାଶିଂଟନ,୩।୧୨ : ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ରାଫାଲ ଅଧିକ ବିକଶିତ। ଏହି ବିମାନଟି ଡିସେମ୍ବର ୨ ରେ ଲଞ୍ଚ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବିମାନ ୨୦୨୩ରେ ପ୍ରଥମ ଉଡ଼ାଣ କରିବ। ଏହା ପରେ ଆମେରିକାର ବାୟୁସେନା ଦୁନିଆର ଯେ କୌଣସି ଅଞ୍ଚଳରେ ଆକ୍ରମଣ କରିବାକୁ ସକ୍ଷମ ହେବ। ରାଇଡର ବି-୨୧ ବିମାନ ହେଉଛି ଷଷ୍ଠ ପିଢ଼ିର ଏକମାତ୍ର ବିମାନ। ଯେତେବେଳେ କି, ରାଫେଲ ହେଉଛି ଚତୁର୍ଥ ଏବଂ ପଞ୍ଚମ ପିଢ଼ିର ବିମାନ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ବ୍ୟତୀତ କୌଣସି ଦେଶରେ ଷଷ୍ଠ ପିଢ଼ିର ବିମାନ ନାହିଁ। ଚାଇନା, ରୁଷିଆ, ବ୍ରିଟେନ ଏବଂ ଫ୍ରାନ୍ସ ପରି ବଡ ବଡ ଦେଶ ଏହି ଟେକ୍ନୋଲୋଜି ଉପରେ କାମ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରେ ଏପରି ରାଡାର ନାହିଁ ଯାହା ରାଇଡର୍‌ ବି-୨୧ କୁ ଧରିପାରିବ। ଏହାର ସଫ୍ଟୱେର୍‌ ଏତେ ଅପଗ୍ରେଡ ହୋଇଛି ଯେ ଏହା ଯେ କୌଣସି ଦେଶ ଉପରେ ଆକ୍ରମଣ କରି ବିନା ଚିହ୍ନଟ ହୋଇ ଫେରିବାକୁ ସକ୍ଷମ। ଏହି ଯୁଦ୍ଧ ବିମାନ ହେଉଛି ଆମେରିକାର ବାୟୁସେନାର ବି-୧ ଏବଂ ବି-୨ ଗ୍ରୁପ ବିମାନର ଏକ ଅପଡେଟ ସଂସ୍କରଣ।

ସୂଚନା ଅନୁଯାୟୀ, ରାଇଡର ବି -୨୧ ହେଉଛି ଦୁନିଆର ସବୁଠାରୁ ଛୋଟ ବୋମା ବିସ୍ଫୋରଣକାରୀ ବିମାନ। ବିଶ୍ୱର ଯେ କୌଣସି ଅଞ୍ଚଳରେ ଗୁପ୍ତଚର ତଥ୍ୟ ସଂଗ୍ରହ ଏହି ବିମାନ ଦ୍ୱାରା ସହଜରେ କରିହେବ।

ଏହି ବିସ୍ଫୋରଣକାରୀ ବିମାନ ତିଆରି କରୁଥିବା କମ୍ପାନୀ ନର୍ଥ୍ରୋପ ଗ୍ରୁମ୍ୟାନଠାରୁ ଆମେରିକା ୬ଟି ବିମାନ କିଣିଛି। ଏହି ଯୋଜନା ଅନୁଯାୟୀ ଭବିଷ୍ୟତରେ ଆମେରିକାର ବାୟୁସେନା ୧୦୦ ରାଇଡର ବି -୨୧ କ୍ରୟ କରିବ।

ରାଫାଲର ବେଗ ଘଣ୍ଟା ୧୯୧୨ କିଲୋମିଟର ହୋଇଥିବାବେଳେ ରାଇଡର ଘଣ୍ଟା ପ୍ରତି ୩୬୦୦ କିଲୋମିଟର ବେଗରେ ଉଡିପାରିବ । ଏହି ବିମାନ ପାଇଲଟ ବିନା କାର୍ଯ୍ୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri