ପୃଥିବୀକୁ ଧ୍ୱଂସ କରିଦେବ ବି-୨୧ ରାଡାର ଯୁଦ୍ଧ ବିମାନ…

ଓ୍ବାଶିଂଟନ,୩।୧୨ : ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ରାଫାଲ ଅଧିକ ବିକଶିତ। ଏହି ବିମାନଟି ଡିସେମ୍ବର ୨ ରେ ଲଞ୍ଚ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବିମାନ ୨୦୨୩ରେ ପ୍ରଥମ ଉଡ଼ାଣ କରିବ। ଏହା ପରେ ଆମେରିକାର ବାୟୁସେନା ଦୁନିଆର ଯେ କୌଣସି ଅଞ୍ଚଳରେ ଆକ୍ରମଣ କରିବାକୁ ସକ୍ଷମ ହେବ। ରାଇଡର ବି-୨୧ ବିମାନ ହେଉଛି ଷଷ୍ଠ ପିଢ଼ିର ଏକମାତ୍ର ବିମାନ। ଯେତେବେଳେ କି, ରାଫେଲ ହେଉଛି ଚତୁର୍ଥ ଏବଂ ପଞ୍ଚମ ପିଢ଼ିର ବିମାନ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ବ୍ୟତୀତ କୌଣସି ଦେଶରେ ଷଷ୍ଠ ପିଢ଼ିର ବିମାନ ନାହିଁ। ଚାଇନା, ରୁଷିଆ, ବ୍ରିଟେନ ଏବଂ ଫ୍ରାନ୍ସ ପରି ବଡ ବଡ ଦେଶ ଏହି ଟେକ୍ନୋଲୋଜି ଉପରେ କାମ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରେ ଏପରି ରାଡାର ନାହିଁ ଯାହା ରାଇଡର୍‌ ବି-୨୧ କୁ ଧରିପାରିବ। ଏହାର ସଫ୍ଟୱେର୍‌ ଏତେ ଅପଗ୍ରେଡ ହୋଇଛି ଯେ ଏହା ଯେ କୌଣସି ଦେଶ ଉପରେ ଆକ୍ରମଣ କରି ବିନା ଚିହ୍ନଟ ହୋଇ ଫେରିବାକୁ ସକ୍ଷମ। ଏହି ଯୁଦ୍ଧ ବିମାନ ହେଉଛି ଆମେରିକାର ବାୟୁସେନାର ବି-୧ ଏବଂ ବି-୨ ଗ୍ରୁପ ବିମାନର ଏକ ଅପଡେଟ ସଂସ୍କରଣ।

ସୂଚନା ଅନୁଯାୟୀ, ରାଇଡର ବି -୨୧ ହେଉଛି ଦୁନିଆର ସବୁଠାରୁ ଛୋଟ ବୋମା ବିସ୍ଫୋରଣକାରୀ ବିମାନ। ବିଶ୍ୱର ଯେ କୌଣସି ଅଞ୍ଚଳରେ ଗୁପ୍ତଚର ତଥ୍ୟ ସଂଗ୍ରହ ଏହି ବିମାନ ଦ୍ୱାରା ସହଜରେ କରିହେବ।

ଏହି ବିସ୍ଫୋରଣକାରୀ ବିମାନ ତିଆରି କରୁଥିବା କମ୍ପାନୀ ନର୍ଥ୍ରୋପ ଗ୍ରୁମ୍ୟାନଠାରୁ ଆମେରିକା ୬ଟି ବିମାନ କିଣିଛି। ଏହି ଯୋଜନା ଅନୁଯାୟୀ ଭବିଷ୍ୟତରେ ଆମେରିକାର ବାୟୁସେନା ୧୦୦ ରାଇଡର ବି -୨୧ କ୍ରୟ କରିବ।

ରାଫାଲର ବେଗ ଘଣ୍ଟା ୧୯୧୨ କିଲୋମିଟର ହୋଇଥିବାବେଳେ ରାଇଡର ଘଣ୍ଟା ପ୍ରତି ୩୬୦୦ କିଲୋମିଟର ବେଗରେ ଉଡିପାରିବ । ଏହି ବିମାନ ପାଇଲଟ ବିନା କାର୍ଯ୍ୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri