Posted inଖେଳ

ସେମିରେ ଆଜାରେଙ୍କା, ରିବାକିନା

ମେଲବୋର୍ନ,୨୫ା୧(ପି.ଟି.): ଚଳିତ ବର୍ଷର ପ୍ରଥମ ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ସେମିରେ ପ୍ରବେଶ କରିଛନ୍ତି ଭିକ୍ଟୋରିଆ ଆଜାରେଙ୍କା ଓ ଏଲିନା ରିବାକିନା। ସେହିପରି ପୁରୁଷ ସିଙ୍ଗଲ୍ସରେ ଷ୍ଟିଫାନୋସ୍‌ ସିତ୍‌ସିପାସ ଓ କାରେନ୍‌ ଖାଚାନୋଭ ସେମିରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ଜେସିକା ପେଗୁଲାଙ୍କୁ ପରାସ୍ତ କରିଛନ୍ତି ୨୪ ନମ୍ବର ସ୍ଥାନରେ ଥିବା ଭିକ୍ଟୋରିଆ ଆଜାରେଙ୍କା। ପୂର୍ବତନ ବିଶ୍ୱ ମାନ୍ୟତାର ୧ ନମ୍ବର ଖେଳାଳି ତଥା ୨୦୧୨ ଓ ୨୦୧୩ରେ ଅଷ୍ଟ୍ରେଲିଆନ ଓପନ ବିଜୟୀ ଆଜାରେଙ୍କା ଅଲରାଉଣ୍ଡ ପ୍ରଦର୍ଶନ ସହିତ ବିଜୟୀ ହୋଇଥିଲେ। ୬-୪, ୬-୧ରେ ସେ ଏକପାଖିଆ ଭାବରେ ଏହି ମ୍ୟାଚ ଜିତି ନେଇଥିଲେ। ୩୩ ବର୍ଷୀୟା ତଥା ଗୋଟିଏ ସନ୍ତାନର ମା’ ଆଜାରେଙ୍କା ରଡ୍‌ ଲାଭେର ଆରେନାରେ ପ୍ୟାରିସ୍‌ ସେଣ୍ଟ ଜର୍ମେନ ଜର୍ସିରେ ପ୍ରବେଶ କରିଥିଲେ। ପ୍ରଥମ ୧୨ ମିନିଟରେ ସେ ୩-୦ରେ ବିଜୟୀ ହେବା ପରେ ଆଉ ପଛକୁ ଫେରି ନ ଥିଲେ। ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହ ଦୁଇ ସେଟ୍‌ରେ ମ୍ୟାଚ କରାୟତ୍ତ କରିବା ସହିତ ସେମିରେ ପ୍ରବେଶ କରିଥିଲେ। ସେହିଭଳି ଦ୍ୱିତୀୟ ସେମି ଫାଇନାଲରେ ବିଶ୍ୱ ମାନ୍ୟତାର ୨୨ ନମ୍ବର ଖେଳାଳି ତଥା ବର୍ତ୍ତମାନର ଫ୍ରେଞ୍ଚ ଓପନ ଚାମ୍ପିୟନ ୧୭ ନମ୍ବର ମାନ୍ୟତାରେ ଥିବା ଜେଲେନା ଓଷ୍ଟାପେଙ୍କୋଙ୍କୁ ପରାସ୍ତ କରିଛନ୍ତି। ୨୦୧୭ରେ ଫ୍ରେଞ୍ଚ ଓପନ ବିଜୟିନୀ ଓଷ୍ଟାପେଙ୍କୋଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି ରିବାକିନା। ବର୍ଷା କାରଣରୁ ଏହି ମ୍ୟାଚ୍‌ଟି ୨୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମ ସେଟ୍‌ରେ ରିବାକିନା ୩୫ଟି ଏସ୍‌ ଜରିଆରେ ପ୍ରଭାବ ବିସ୍ତାର କରି ଖେଳିଥିଲେ। ମସ୍କୋରେ ଜନ୍ମିତ ରିବାକିନା ୨୦୧୮ରୁ କାଜାଖସ୍ତାନ ପକ୍ଷରୁ ଖେଳି ଆସୁଛନ୍ତି। ଭିକ୍ଟୋରିଆ ଆଜାରେଙ୍କା ଓ ଏଲିନା ରିବାକିନାଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ।
କୋର୍ଡାଙ୍କ ଅଭିଯାନ ଶେଷ
ଚଳିତ ଅଷ୍ଟ୍ରେଲିଆନ ଓପନରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ୨୨ ବର୍ଷୀୟ ସେବାଷ୍ଟିଆନ କୋର୍ଡାଙ୍କ ଅଭିଯାନ ମଙ୍ଗଳବାର ଶେଷ ହୋଇଛି। କାରେନ୍‌ ଖାଚାନୋଭଙ୍କ ବିପକ୍ଷ ପ୍ରଥମ କ୍ୱାର୍ଟରରେ କଚଟିରେ ଆଘାତ କାରଣରୁ ସେ ଓହରି ଯାଇଥିଲେ। ଆହତ ହୋଇ ଓହରିବା ପୂର୍ବରୁ କୋର୍ଡା ୭-୬(୫), ୬-୩ ଓ ୩-୦ରେ ପଛୁଆ ଥିଲେ। ମ୍ୟାଚ ପରେ କୋର୍ଡାଙ୍କ ପାଇଁ ତାଳି ବଜାଇବାକୁ ଦର୍ଶକଙ୍କୁ କହିଥିଲେ ଖାଚାନୋଭ। ବିଶ୍ୱ ମାନ୍ୟତାରେ ୧୮ ନମ୍ବର ସ୍ଥାନରେ ରହିଥିବା ଖାଚାନୋଭ ପ୍ରଥମ ସେମିରେ ଷ୍ଟିଫାନୋସ ସିତ୍‌ସିପାସଙ୍କୁ ଭେଟିବେ। ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା ଗ୍ରୀସ୍‌ର ଷ୍ଟିଫାନୋସ୍‌ ସିତ୍‌ସିପାସ ୬-୩, ୭-୬(୫) ଓ ୬-୪ ସେଟ୍‌ରେ ଅଣ ସିଡେଡ ଚେକ୍‌ ରିପବ୍ଲିକ୍‌ର ଜିରି ଲେହେକାଙ୍କୁ ପରାସ୍ତ କରିଛନ୍ତି। ବୁଧବାର ଆମେରିକୀୟ ଟମି ପଲ୍‌ ଓ ବେନ୍‌ ଶେଲଟନ୍‌ ଏବଂ ନୋଭାକ୍‌ ଜୋକୋଭିଚ୍‌ ଓ ଆଣ୍ଡି ରୁବଲେଭଙ୍କ ମଧ୍ୟରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri