Categories: ଜାତୀୟ

ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍‌ଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୧।୨: ଧୀରେ ଧୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରତି ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଯୋଗୁ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ୍‌ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସଭାରେ ବିଦାୟୀ ଭାଷଣରେ ମୋଦି ଏବଂ ଅଜାଦ୍‌ଙ୍କ ଲୁହ ସମସ୍ତଙ୍କୁ ଚକିତ କରିଥିଲା। ତେବେ ପୁଣିଥରେ ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍‌ଙ୍କ ପାଇଁ ରେଡ୍‌ କାର୍ପେଟ୍‌ ପଡ଼ିଛି। ଶନିବାର ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ ଏକ୍‌ ଭାରତ-ଶ୍ରେଷ୍ଠ୍‌ ଭାରତ’ କବି ସମ୍ମିଳନୀରେ ଭାଜପା ନେତା ମୁଖତାର୍‌ ଅବାସ ନକଭୀ, ଜିତେନ୍ଦ୍ର ସିଂଙ୍କ ସହିତ ଆଜାଦ୍‌ଙ୍କ ପୋଷ୍ଟର ଲଗାଯାଇଥିଲା। ଏହାକୁୁ ନେଇ ଦିଲ୍ଲୀ ରାଜନୀତିରେ ପୁଣି ଉଷ୍ଣତା ବଢ଼ିବାରେ ଲାଗିଛି।

Share