ଆୟୁଷ୍ମାନ୍‌ ସ୍ବପ୍ନ ଏବେ ସାକାର

କଥା ଦେଇଥିଲୁ। କଥା ରଖିଲୁ। ସାରା ରାଜ୍ୟବାସୀ ଆଜି ଖୁସି। ବିଶେଷ ଭାବରେ କାମଧନ୍ଦା ଅନ୍ବେଷଣରେ ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ଲକ୍ଷ ଲକ୍ଷ ଭାଇଭଉଣୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମୁହଁରେ ହସ ଓ ହୃଦୟରେ ଆନନ୍ଦ ଭରିଯାଇଛି।
ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ୍‌ ଭାରତର ଲାଗୁ। ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆୟୁଷ୍ମାନ୍‌ ବୟୋବନ୍ଦନା ଯୋଜନାର ସୁଫଳ ଆଜିଠାରୁ ମୋର ପ୍ରିୟ ଓଡ଼ିଆ ଭାଇଭଉଣୀମାନଙ୍କୁ ଉପଲବ୍ଧ ହେବା କାରଣରୁ ମୁଁ ବି ବିଶେଷ ଆନନ୍ଦିତ। ଭାରତର ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜଗତ ପ୍ରକାଶ ନଡ୍ଡାଙ୍କ କରକମଳରେ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏହାର ଲୋକାର୍ପଣ ହେବ।
ରାଜ୍ୟରେ ୧.୦୩ କୋଟିରୁ ଊର୍ଦ୍ଧ୍ୱ ପରିବାରର ୩.୪୬ କୋଟି ଲୋକଙ୍କ ପାଇଁ ଏହି ଯୋଜନା ସମର୍ପିତ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଯୋଜନାର କାର୍ଡ। ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିବ।
ଆୟୁଷ୍ମାନ୍‌ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ସହାୟତା।
ଦେଶର ସବୁ ରାଜ୍ୟର ୨୯ ହଜାରରୁ ଊର୍ଦ୍ଧ୍ୱ ସରକାରୀ ଓ ପଞ୍ଜୀକୃତ ଘରୋଇ ଚିକିତ୍ସାଳୟରେ ଏହି କାର୍ଡ ଦେଖାଇଲେ ମିଳିବ ମାଗଣା ସ୍ବାସ୍ଥ୍ୟସେବା।
ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶାର ଜନସାଧାରଣଙ୍କୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରର ଉପହାର। ଏହି ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଉଛି।
ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ବିଜେଡି ସରକାର ଏହି ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରୁ ନ ଥିଲେ। କିନ୍ତୁ ବିଜେପି ସରକାର ଗଠନ ହେବା ପରେ ଆମେ ଆମର ସଂକଳ୍ପପତ୍ରରେ କହିଥିବା ଗୋଟି ଗୋଟି କଥାକୁ ପୂରଣ କରିବାକୁ ବଦ୍ଧପରିକର। ପ୍ରତିଶ୍ରୁତିର ସଠିକ୍‌ କ୍ରିୟାନ୍ବୟନ ହିଁ ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା।
ଜଣେ ରାଜନୈତିକ କର୍ମୀଭାବରେ ଓଡ଼ିଶାରେ ମୋଦିଙ୍କ ଆୟୁଷ୍ମାନ୍‌ ଭାରତ ଲାଗୁକରିବା ପାଇଁ ଅନେକ ସମୟରେ ସହକର୍ମୀମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲୁ। ଗତ ବିଜେଡି ସରକାରରେ ଆୟୁଷ୍ମାନ୍‌ ଭାରତ ଲାଗୁ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଅନୁରୋଧ ଓ ଦାବି କରିଥିଲୁ।
ମୋର ସ୍ପଷ୍ଟ ମନେଅଛି ଆଜି ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଏହି ଯୋଜନାର ଯିଏ ଉଦ୍‌ଘାଟକ ସେ ପୂର୍ବରୁ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଏହି ଯୋଜନାକୁ ଓଡ଼ିଶାରେ ଲାଗୁକରିବା ପାଇଁ ବାରମ୍ବାର ଅନୁରୋଧ ଓ ଦାବି କରିଥିଲେ। ତାଙ୍କରି କରକମଳରେ ଆଜି ଓଡ଼ିଶାରେ ଏହି ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ ହେବା ଅବସରରେ ଆମେ ସମସ୍ତେ ଆନନ୍ଦିତ।
ନଡ୍ଡା ଜୀଙ୍କ ସହ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାରମ୍ବାର ଓଡ଼ିଶାରେ ଆୟୁଷ୍ମାନ୍‌ ଭାରତ ଲାଗୁ କରିବା ପାଇଁ ତତ୍କାଳୀନ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ଆମର ପ୍ରାଥମିକତା ଗରିବ ଲୋକଙ୍କୁ ସୁବିଧା ମିଳୁ। ମୋଦିଙ୍କ ଏପରି ଜନକଲ୍ୟାଣକାରୀ ଯୋଜନା କ୍ରିୟାନ୍ବୟନ ନ କରାଇ ଦେବା ପଛରେ ତତ୍କାଳୀନ ସରକାରର ଗୋଟିଏ ହୀନ ପ୍ରୟାସ ଥିଲା। ଗରିବ ଓଡ଼ିଆ ଲୋକଙ୍କୁ ପଛେ ଲାଭ ନ ମିଳୁ କିନ୍ତୁ ଶ୍ରେୟ ନରେନ୍ଦ୍ର ମୋଦି ନ ନିଅନ୍ତୁ। ଓଡ଼ିଆ ଲୋକ ସେମାନଙ୍କର ଅସଲ ଉଦ୍ଦେଶ୍ୟ ବୁଝିଲେ। ଲୋକଙ୍କ ଦୁଃଖ ନ ବୁଝୁଥିବା, ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟର ଗରିବଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଉଥିବା ସରକାରକୁ ପରିବର୍ତ୍ତନ କରି ରଖିଦେଲେ।
ସଂଘୀୟ ବ୍ୟବସ୍ଥାରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ। ସମସ୍ତଙ୍କୁ ବିନା ଆର୍ଥିକ ଅସୁବିଧାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର ୨୩ ସେପ୍ଟେମ୍ବର ୨୦୧୮ ତାରିଖରେ ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମ୍‌ଜେଏଓୱାଇ) ଆରମ୍ଭ କରିଥିଲେ। ଏହି ଯୋଜନାର ଲକ୍ଷ୍ୟ ଥିଲା ଗୋଟିଏ ଏବଂ ତାହା ହେଉଛି ଗରିବଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ପ୍ରଦାନ କରିବା।
ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ପ୍ରମୁଖ ଯୋଜନା ଦ୍ୱାରା ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଚିକିତ୍ସା ଖର୍ଚ୍ଚ ସହାୟତା ପ୍ରତି ପରିବାରକୁ ଯୋଗାଇଦେବା ଥିଲା ମହତ୍ତ୍ୱାକାଂକ୍ଷୀ ଉଦ୍ଦେଶ୍ୟ।
ଆୟୁଷ୍ମାନ୍‌ ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ସାର୍ବଜନୀନ ଅନୁଦାନପ୍ରାପ୍ତ ସ୍ବାସ୍ଥ୍ୟ ବୀମା ଯୋଜନା ଯାହା ୧୨.୩୪ କୋଟି ପରିବାରର ୫୫ କୋଟି ଲୋକଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରୁଛି।
ନିକଟରେ ୨୦୨୪ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନକୁ ସ୍ବୀକୃତି ମିଳିଛି, ଯାହା ଏକ ଐତିହାସିକ ନିଷ୍ପତ୍ତି।
ପୂର୍ବ ବିଜେଡି ସରକାର ମୋଦି ସରକାରଙ୍କ ଆୟୁଷ୍ମାନ୍‌ ଯୋଜନା କାର୍ଯ୍ୟକାରୀ ନ କରି ଗରିବଙ୍କୁ ପ୍ରତାରଣା କରୁଥିଲେ ଏବଂ ନିଜର ପ୍ରଚାର ପାଇଁ ଶସ୍ତା ରାଜନୀତି କରିବାକୁ ମଧ୍ୟ ପଛାଉ ନ ଥିଲେ, ଯାହା ବିଡ଼ମ୍ବନାର ବିଷୟ ଥିଲା। ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଭୟରେ ରାଜ୍ୟ ସରକାର ଓ ଗରିବ ପରିବାରକୁ ଆୟୁଷ୍ମାନ୍‌ ଭାରତ ଯୋଜନାରୁ ବଞ୍ଚିତ ରଖିଥିଲେ।
ତେବେ ଓଡ଼ିଶା ପାଇଁ ଆୟୁଷ୍ମାନ୍‌ ଭାରତ ଯୋଜନା ନିହାତି ଆବଶ୍ୟକ ଥିଲା। ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ତାମିଲନାଡୁ, ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି। ଭାରତର ଏମିତି ରାଜ୍ୟ ନାହିଁ ଯେଉଁଠି ଓଡ଼ିଆ ଭାଇ ଭଉଣୀମାନେ ଶ୍ରମଦାନକରି ଓଡ଼ିଶାକୁ ସେ ରାଜ୍ୟଗୁଡ଼ିକର ବିକାଶରେ ଭାଗୀଦାରି କରିନାହାନ୍ତି। ବାହାର ରାଜ୍ୟରେ କାମ କରୁଥିବା ଏହି ଓଡ଼ିଆ ଭାଇଭଉଣୀମାନେ ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥକୁ ନିଜ ପରିବାରକୁ ପଠାଇବା ପରିବର୍ତ୍ତେ ନିଜର ସ୍ବାସ୍ଥ୍ୟ ସମସ୍ୟା ବେଳେ ସେ ଅର୍ଥକୁ ଡାକ୍ତରଖାନାକୁ ଦେବାକୁ ବାଧ୍ୟ ହେଉଥିଲେ। ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଦେଖାଇ ସେଠାରେ ମାଗଣାରେ ଉଚ୍ଚମାନର ସ୍ବାସ୍ଥ୍ୟସେବା ପାଇପାରିବେ।
ପୂର୍ବ ସରକାରଙ୍କ ନିଜସ୍ବ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଲୋକମାନେ ସୀମିତ ଡାକ୍ତରଖାନାରେ ସୁବିଧା ପାଉଥିଲେ। ଏବେ ଆୟୁଷ୍ମାନ୍‌ ଭାରତ ଯୋଜନା ସହ ରାଜ୍ୟ ସରକାରଙ୍କ ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ଲୋକ ଏବଂ ରାଜ୍ୟର ପ୍ରବାସୀ ଲୋକମାନେ ବିଶେଷ ଉପକୃତ ହେବେ।
ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତିହେବାର ୩ ଦିନ ପୂର୍ବରୁ ଏବଂ ୧୫ ଦିନ ପର୍ଯ୍ୟନ୍ତ ଉପଚାର ଓ ଔଷଧ ମାଗଣା ଉପଲବ୍ଧ ହୋଇଥାଏ।
ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ, ସମସ୍ତ ପ୍ରକାର ସେବାଯତ୍ନ, କ୍ଲିନିକାଲ ଏବଂ ଲାବରେଟୋରି ଇନ୍‌ଭେଷ୍ଟିଗେଶନ, ରହିବା ଏବଂ ଖାଦ୍ୟ ସେବା ଓ ମେଡିସିନ ଏବଂ ଚିକିତ୍ସା ଉପଯୋଗୀ ସାମଗ୍ରୀ ସୁବିଧା ମିଳିବ।
ଓଡ଼ିଶା ସମେତ ଦେଶର ୩ଟି ରାଜ୍ୟରେ ମୋଦିଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଲାଗୁ ହୋଇପାରି ନ ଥିଲା। ଇତିମଧ୍ୟରେ ଲାଗୁ ହୋଇ ନ ଥିବା ଆମ ରାଜ୍ୟ ଓଡ଼ିଶାରେ ଏହି ଯୋଜନା ଆଜିଠାରୁ ଲାଗୁହେଲା। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଉକ୍ତ ଯୋଜନା ଲାଗୁ ପାଇଁ ସବୁ ଯୋଜନା ପ୍ରସ୍ତୁତ। ବାକି ରହିଲା ଆମର ପଡ଼ୋଶୀ ପଶ୍ଚିମବଙ୍ଗ। ମୁଁ ନିଶ୍ଚିତ ଆମ ପଡ଼ୋଶୀ ରାଜ୍ୟରେ ଖୁବ୍‌ଶୀଘ୍ର ସେ ରାଜ୍ୟର ଲୋକଙ୍କ ମୋଦିଙ୍କ ପ୍ରତି ଆଶୀର୍ବାଦ, ସାହାଯ୍ୟ ଓ ସମର୍ଥନ ସେ ରାଜ୍ୟରେ ବି ଆୟୁଷ୍ମାନ୍‌ ଭାରତ ଲାଗୁ ପାଇଁ ରାସ୍ତା ଖୋଲିବ।
ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri