ବିବାହ, ଅଭିନୟ ଜୀବନର ବଡ ଭୁଲ: ଆୟୁଷ୍ମାନ

ମୁମ୍ବାଇ: ରେଡିଓ ଜକି, ଟେଲିଭିଜନ ହୋଷ୍ଟ, ସିଙ୍ଗର ଓ ହ୍ୟାଣ୍ଡସମ ହଙ୍କ ଆୟୁଷ୍ମାନ ଖୁରାନା ତାଙ୍କ ମନକଥା ଖୋଲି କହିଛନ୍ତି । ସେ ତାଙ୍କ ଜୀବନରେ କରିଥିବା ସବୁଠାରୁ ବଡ ୩ଟି ଭୁଲ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି । ଯାହାକୁ ଏବେ ଆଉ ସୁଧାରି ହେବ ନାହିଁ ବୋଲି ସେ କହିଛନ୍ତି ।
ଯେତେବେଳେ ସେ କଲେଜରେ ପାଠ ପଢୁଥିଲେ ସେତେବେଳେ ସେ ମୁଡ ଇଣ୍ଡିଆ ଥିଏଟର ଫେଷ୍ଟିଭାଲରେ ଭାଗ ନେବାକୁ ଯାଉଥିଲେ । ସାଙ୍ଗମାନଙ୍କ ସହ ମିଶି ଗିଟାର, ତବଲା, ଢେଲେକ ଆଦି ବଜାଇବା ସହ ଏହାର ମଜା ନେଉଥିଲେ । ଆଉ ଯାହା ପଇସା ମିଳୁଥିଲା ସେଥିରେ ସେ ଗୋଆ ଯାଇ ସାଙ୍ଗମାନଙ୍କ ସହ ମଜା କରୁଥିଲେ । ହେଲେ ଆଜି ବୁଝାପଡୁଛି ଯେ ତାହା ମୋ ଜୀବନର ସବୁଠାରୁ ବଡ ଭୁଲ ଥିଲା ବୋଲି କହିଛନ୍ତି ଆୟୁଷ୍ମାନ ।
ସେହିପରି ମାତ୍ର ୨୫ ବର୍ଷ ବୟସରେ ବିବାହ କରିବା ତାଙ୍କ ଜୀବନର ଆଉ ଏକ ଭୁଲ ବୋଲି ସେ କହିଛନ୍ତି । କାରଣ ବିବାହ ସମରେ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଖର୍ଚ୍ଚ ହୋଇ ମାତ୍ର ୧୦ହଜାର ଟଙ୍କା ବଳିଥିଲା । ତେଣୁ ଏତେ କମ ବୟସରେ ବିବାହ କରିବା ଆଉ ଏକ ଭୁଲ ଥିଲା ।
ତୃତୀୟ ଭୁଲ ଥିଲା ଅଭିନୟ କରିବା । କାରଣ ଅଭିନୟ ଦୁନିଆରେ ପାଦ ରଖିବା ପରେ ସେ ଆଉ ପରିବାରକୁ ସମୟ ଦେଇ ପାରି ନ ଥିବା କହିଛନ୍ତି । ଏହାବି ତାଙ୍କ ଜୀବନର ଆଉ ଏକ ଭୁଲ ବୋଲି ଭାବନ୍ତି ଅଭିନେତା ଆୟୁଷ୍ମାନ ଖୁରାନା ।

Share