ରୋମାଣ୍ଟିକ ମୁଭି କରିବାକୁ ଡରୁଛନ୍ତି ଆୟୁଷ୍ମାନ!

ମୁମ୍ବାଇ: ବଲିଉଡ ଷ୍ଟାର ଆମିର ଖାଁଙ୍କ ପରେ ଯଦି କେହି ନିଜ ମୁଭିକୁ ନେଇ ଏକ୍ସପିରିମେଣ୍ଟ କରୁଥାଆନ୍ତି ତେବେ ସେ ହେଉଛନ୍ତି ଆୟୁଷ୍ମାନ ଖୁରାନା । ଆୟୂଷ୍ମାନ ତାଙ୍କ କ୍ୟାରିୟର ମଧ୍ୟରେ କିଛି ଏକ୍ସପିରିମେଣ୍ଟ କରି ସାରିଛନ୍ତି । ଯେଉଁସବୁ ଚରିତ୍ରକୁ କରିବାକୁ ଅନ୍ୟ ଅଭିନେତାମାନେ ସହଜରେ ରାଜି ହୋଇ ନ ଥାଆନ୍ତି ସେସବୁ ଚରିତ୍ରରେ ବି ଆୟୁଷ୍ମାନ ଏକ୍ସପିରିମେଣ୍ଟ କରି ସକସେସ୍ ହୋଇଛନ୍ତି । ଗୋଟିଏ ଭଲ ସ୍କ୍ରିପ୍ଟରେ ସେ ନିଜକୁ ଆତ୍ମସମର୍ପିତ କରିଦେଇଥାଆନ୍ତି । ନିକଟରେ ଆୟଷ୍ମାନଙ୍କ ଅଭିନୀତ ଫିଲ୍ମ ‘ଚଣ୍ଡିଗଡ଼ କରେ ଆଶିକି’ ସଫଳ ହେବା ପରେ, ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ‘ଅନେକ’ସହ ବଡ ପରଦାକୁ ପୁଣି ଫେରିଛନ୍ତି ଆୟୁଷ୍ମାନ । ହେଲେ ଆୟୁଷ୍ମାନ ପ୍ରାୟ ରୋମାଣ୍ଟିକ ମୁଭିଠାରୁ ଦୂରେଇ ରହିଥାଆନ୍ତି ।
ନିକଟରେ ଏକ ସାକ୍ଷାତ୍‌କାରରେ ତାଙ୍କୁ ଏସମ୍ପର୍କରେ ପଚରା ଯିବାରୁ ସେ କହିଥିଲେ ମୁଁ ଯେ ରୋମାଣ୍ଟିକ ଫିଲ୍ମ କରିନାହିଁ ତା’ ନୁହେଁ ହେଲେ ମୋ ଅଭିନୀତ ରୋମାଣ୍ଟିକ ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ ନ କରିବାରୁ ମୋର ସେଥିପ୍ରତି ଆଗ୍ରହ କମି ଯାଇଛି ବୋଲି ଆୟୁଷ୍ମାନ କହିଛନ୍ତି । ସବୁବେଳେ ଗୋଟିଏ ଚରିତ୍ର ମଧ୍ୟରେ ମୁଁ ବାନ୍ଧି ହେବାକୁ ଚାହୁଁନାହିଁ ମୋର ଲକ୍ଷ୍ୟ କିଛି ଭିନ୍ନ କରି ଦେଖାଇବା ।

Share