Categories: ଜାତୀୟ

ଆୟୁଷୀ ହତ୍ୟା ମାମଲା: ବାପା ପରେ ମା’ ଗିରଫ, ଯାଞ୍ଚରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୨୧।୧୧: ଉତ୍ତର ପ୍ରଦେଶ ଯମୁନା ଏକ୍ସପ୍ରେସ୍‌ ଓ୍ବେ’ରେ ଶୁକ୍ରବାର ଏକ ସୁଟ୍‌କେସ୍‌ରୁ ଯୁମତୀଙ୍କ ମୃତଦେହ ମିଳିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯୁବତୀ ଜଣକ ଦିଲ୍ଲୀର ଆୟୁଷୀ ଚୌଧୁରୀ। ବାପା ନୀତେଶ ଯାଦବ ଆୟୁଷୀଙ୍କୁ ଗୁଳି କରି ହତ୍ୟା କରିବା ପରେ ତାଙ୍କ ମା’ ମୃତଦେହକୁ ସୁଟ୍‌କେସ୍‌ରେ ଭର୍ତ୍ତି କରି ଘରଠାରୁ ଦୂର ହାଇଓ୍ବେରେ ନେଇ ଫୋପାଡ଼ିିଥିବା ପୋଲିସ କହିଛି। ଆୟୁଷୀ ଘରେ ନ ଜଣାଇ ଅନ୍ୟ ଜାତିର ଜଣେ ଯୁବକଙ୍କୁ ବାହା ହୋଇଯାଇଥିବା ବେଳେ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରୁ ବାହାରେ ରହୁଥିଲେ। ଏହାକୁ କେନ୍ଦ୍ର କରି ମା’ ବାପା ଓ ଆୟୁଷୀଙ୍କ ଭିତରେ କଳହ ଲାଗି ରହିଥିଲା। ଏହାପରେ ନୀତିଶ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଆୟୁଷୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛିି। ତେବେ ଘଟଣାରେ ସମ୍ପୃକ୍ତି ନେଇ ପୁର୍ବରୁ ନୀତିଶଙ୍କୁ ଗିରଫ କରାଯାଇଥିବା ବେଳେ ସୋମାବର ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଛି।

Share