Advertisement
Posted inଜାତୀୟ

ଆୟୁଷୀ ହତ୍ୟା ମାମଲା: ବାପା ପରେ ମା’ ଗିରଫ, ଯାଞ୍ଚରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୨୧।୧୧: ଉତ୍ତର ପ୍ରଦେଶ ଯମୁନା ଏକ୍ସପ୍ରେସ୍‌ ଓ୍ବେ’ରେ ଶୁକ୍ରବାର ଏକ ସୁଟ୍‌କେସ୍‌ରୁ ଯୁମତୀଙ୍କ ମୃତଦେହ ମିଳିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯୁବତୀ ଜଣକ ଦିଲ୍ଲୀର ଆୟୁଷୀ ଚୌଧୁରୀ। ବାପା ନୀତେଶ ଯାଦବ ଆୟୁଷୀଙ୍କୁ ଗୁଳି କରି ହତ୍ୟା କରିବା ପରେ ତାଙ୍କ ମା’ ମୃତଦେହକୁ ସୁଟ୍‌କେସ୍‌ରେ ଭର୍ତ୍ତି କରି ଘରଠାରୁ ଦୂର ହାଇଓ୍ବେରେ ନେଇ ଫୋପାଡ଼ିିଥିବା ପୋଲିସ କହିଛି। ଆୟୁଷୀ ଘରେ ନ ଜଣାଇ ଅନ୍ୟ ଜାତିର ଜଣେ ଯୁବକଙ୍କୁ ବାହା ହୋଇଯାଇଥିବା ବେଳେ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରୁ ବାହାରେ ରହୁଥିଲେ। ଏହାକୁ କେନ୍ଦ୍ର କରି ମା’ ବାପା ଓ ଆୟୁଷୀଙ୍କ ଭିତରେ କଳହ ଲାଗି ରହିଥିଲା। ଏହାପରେ ନୀତିଶ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଆୟୁଷୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛିି। ତେବେ ଘଟଣାରେ ସମ୍ପୃକ୍ତି ନେଇ ପୁର୍ବରୁ ନୀତିଶଙ୍କୁ ଗିରଫ କରାଯାଇଥିବା ବେଳେ ସୋମାବର ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ରାତିରେ ଶୋଇପାରି ନାହିଁ, ଭାବୁକ ହୋଇ ଏମିତି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୮: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କେୟା ନାଇଡୁ ବୁଧବାର ଗୃହରେ ଭାବପ୍ରବଣ ହୋଇପଡିଛନ୍ତି। ଗୃହରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନରେ ଦୁଃଖିତ ହୋଇ...

ଆତଙ୍କବାଦୀ ଆକ୍ରମଣର ଭୟାନକ ଚିତ୍ର, ଜେଜେଙ୍କ ମୃତଦେହ ପାଖରେ ବସିଛନ୍ତି ନାତି

ଶ୍ରୀନଗର,୧।୭: ଜମ୍ମୁକଶ୍ମୀରର ସୋପୋରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରଏଫ)ର ଏକ ଭ୍ୟାନ୍‌ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ସିଆରଏଫ ୧୭୯ ବାଟାଲିୟନର ଜଣେ ହେଡ୍‌...

ପହିଲମାନ୍‌ ହେବାକୁ ଆସି ରାଜନେତା ପାଲଟିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ଦେଶର ବଡ ରାଜନୈତିକ ପରିବାର ଆରମ୍ଭ କରିଥିବା ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ ରେ ଏଟାୱା ଜିଲାର ସୈଫାଇ ଗାଁରେ...

କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...

୨ ଘଣ୍ଟା ହ୍ବାଟସଆପ୍‌ ସର୍ଭର ଡାଉନ : ମେଟାକୁ ଜବାବ ତଲବ କଲା ଆଇଟି ମନ୍ତ୍ରଣାଳୟ …

ନୂଆଦିଲ୍ଲୀ,୨୫।୧୦ : ହ୍ବାଟସ ଆପ ସର୍ଭର ୨ ଘଣ୍ଟା ଡାଉନ ହେବା ନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ମେଟା ଠାରୁ ଏକ ରିପୋର୍ଟ ମାଗିଛି। ମଙ୍ଗଳବାର...

ପିଇବା ପାଣି ପାଇଁ ହିଂସାକାଣ୍ଡ: ୧୨ ରାଜ୍ୟରେ ଗଡ଼ିଛି ୫୦ ମୁଣ୍ଡ; ମଧ୍ୟପ୍ରଦେଶ-ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ,୨୩।୧୦: ପିଇବା ପାଣି ଏବେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏହାକୁ ନେଇ ୨୦୧୭ରେ ଦେଶର ୧୨ଟି ରାଜ୍ୟରେ ୫୦ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ...

ଗାନ୍ଦରବଲରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀର ଗାନ୍ଦରବଲ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା...

ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଉପରେ ଭିଡ଼ିଓ ଗେମ୍‌: ଜୁଲାଇ ୩୧ରେ ହେବ ରିଲିଜ୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ପରାକ୍ରମ ଉପରେ ଏକ ଭିଡ଼ିଓ ଗେମ୍‌ ପ୍ରସ୍ତୁତ କରାଯାଇଛି। ଏହାର ରିଲିଜ୍‌ ଜୁଲାଇ ୩୧ରେ ହେବ।...

Advertisement
Archives

Model This Week